ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହେଲା ଭବ୍ୟ ସ୍ବାଗତ

କିଭ୍‌,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନରେ ପ୍ରଧାନମନ୍ତ୍ରୀ ପ୍ରାୟ ସାତ ଘଣ୍ଟା ରହିବେ। ସେଠାରୁ ସ୍ଥାନୀୟ ସମୟ ଅପରାହ୍ନ ୪.୪୦ରେ (ଭାରତୀୟ ସମୟ ସା ୭.୧୦)ରୁ ଫେରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରେନ ଯୋଗେ ପୋଲାଣ୍ଡରେ ପହଞ୍ଚିବେ, ଯେଉଁଠାରେ ତାଙ୍କର ରିଟର୍ନ ଫ୍ଲାଇଟ ଅଛି। କିଭ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ଭେଟିଛନ୍ତି। ଏହି ସମୟରେ ଭାରତ ମାତା କି ଜୟ ନାରା ଦିଆଯାଇଥିଲା। ସେ […] The post ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହେଲା ଭବ୍ୟ ସ୍ବାଗତ appeared first on Dharitri Odia News.

ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହେଲା ଭବ୍ୟ ସ୍ବାଗତ

କିଭ୍‌,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନରେ ପ୍ରଧାନମନ୍ତ୍ରୀ ପ୍ରାୟ ସାତ ଘଣ୍ଟା ରହିବେ। ସେଠାରୁ ସ୍ଥାନୀୟ ସମୟ ଅପରାହ୍ନ ୪.୪୦ରେ (ଭାରତୀୟ ସମୟ ସା ୭.୧୦)ରୁ ଫେରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରେନ ଯୋଗେ ପୋଲାଣ୍ଡରେ ପହଞ୍ଚିବେ, ଯେଉଁଠାରେ ତାଙ୍କର ରିଟର୍ନ ଫ୍ଲାଇଟ ଅଛି।

କିଭ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ଭେଟିଛନ୍ତି। ଏହି ସମୟରେ ଭାରତ ମାତା କି ଜୟ ନାରା ଦିଆଯାଇଥିଲା। ସେ ଖୁବଶୀଘ୍ର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନକୁ ପ୍ରଥମ ଗସ୍ତ ହେବ। ଏହି ଯାତ୍ରା ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତକୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି। ମୋଦିଙ୍କ ଏହି ଗସ୍ତ ଐତିହାସିକ। ୧୯୯୨ରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ।

ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କ ସହ ବ୍ୟକ୍ତିଗତ ଏବଂ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିବେ, ଯାହା ରୁଷିଆ-ୟୁକ୍ରେନ ବିବାଦର ସମାଧାନ ଉପରେ ଆଲୋଚନା ହୋଇପାରେ ମଧ୍ୟ କୁହାଯାଉଛି।

The post ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହେଲା ଭବ୍ୟ ସ୍ବାଗତ appeared first on Dharitri Odia News.