ୟୁପି, କେରଳ ଓ ପଞ୍ଜାବ ଉପନିର୍ବାଚନ ମତଦାନ ତାରିଖ ୨୦କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ, କେରଳ‌ରେ ହେବାକୁ ଥିବା ଉପନିର୍ବାଚନ ତାରିଖ ପରିବର୍ତ୍ତିତ ହୋଇଛି। ନଭେମ୍ବର ୧୩ରେ ହେବାକୁ ଥିବା ମତଦାନ ନଭେମ୍ବର ୨୦ ତାରିଖରେ ହେବ। ରାଜନୈତିକ ଦଳ ଓ ସାମାଜିକ ସଂଗଠନଗୁଡ଼ିକର ଅନୁରୋଧ କ୍ରମେ ନିର୍ବାଚନ କମିସନ ଏହି ତାରିଖ ବଦଳାଇଥିବା ଜଣାଯାଇଛି। ନଭେମ୍ବର ୧୩ରେ ତିନି ରାଜ୍ୟର ୧୪ଟି ବିଧାନସଭା ମଣ୍ଡଳୀର ଉପନିର୍ବାଚନ‌ ପାଇଁ ମତଦାନ ଦିବସ ସ୍ଥିର ହୋଇଥିଲା। ତେବେ ଏହି ଦିନ ବିଭିନ୍ନ ସ୍ଥାନରେ ପ୍ରମୁଖ ଉତ୍ସବ ପାଳନ ହେବ। ଏଣୁ […]

ୟୁପି, କେରଳ ଓ ପଞ୍ଜାବ ଉପନିର୍ବାଚନ ମତଦାନ ତାରିଖ ୨୦କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ, କେରଳ‌ରେ ହେବାକୁ ଥିବା ଉପନିର୍ବାଚନ ତାରିଖ ପରିବର୍ତ୍ତିତ ହୋଇଛି। ନଭେମ୍ବର ୧୩ରେ ହେବାକୁ ଥିବା ମତଦାନ ନଭେମ୍ବର ୨୦ ତାରିଖରେ ହେବ। ରାଜନୈତିକ ଦଳ ଓ ସାମାଜିକ ସଂଗଠନଗୁଡ଼ିକର ଅନୁରୋଧ କ୍ରମେ ନିର୍ବାଚନ କମିସନ ଏହି ତାରିଖ ବଦଳାଇଥିବା ଜଣାଯାଇଛି। ନଭେମ୍ବର ୧୩ରେ ତିନି ରାଜ୍ୟର ୧୪ଟି ବିଧାନସଭା ମଣ୍ଡଳୀର ଉପନିର୍ବାଚନ‌ ପାଇଁ ମତଦାନ ଦିବସ ସ୍ଥିର ହୋଇଥିଲା। ତେବେ ଏହି ଦିନ ବିଭିନ୍ନ ସ୍ଥାନରେ ପ୍ରମୁଖ ଉତ୍ସବ ପାଳନ ହେବ। ଏଣୁ ମତଦାନ କେନ୍ଦ୍ରକୁ ଭୋଟରଙ୍କ ଆସିବା ହ୍ରାସ ପାଇବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମତଦାନ ତାରିଖ ଘୁଞ୍ଚାଇବା ନିମନ୍ତେ ନିର୍ବାଚନ କମିସନଙ୍କୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଅନୁରୋଧ କରିଥିଲେ। କେରଳର ପାଲାକ୍କଡ୍‌ ବିଧାନସଭା ଆସନରେ ନଭେମ୍ବର ୧୩ରୁ ୧୫ କାଲପାଥି ରସଥୋସ୍ବମ୍‌ ଉତ୍ସବ ଅନୁଷ୍ଠିତ ହେବ। ସେହିଭଳି ଉତ୍ତରପ୍ରଦେଶରେ କାର୍ତ୍ତିକ ପୂର୍ଣ୍ଣିମା ବ୍ରତ ନିମନ୍ତେ ଲୋକମାନେ ୨-୩ ଦିନ ଧରି ବ୍ୟସ୍ତ ରହିବେ। ପଞ୍ଜାବରେ ଗୁରୁ ନାନକ ଦେବଙ୍କ ୫୫୫ ପ୍ରକାଶ ପର୍ବ ପାଇଁ ନଭେମ୍ବର ୧୩ରୁ ଅଖଣ୍ଡ ପାଠ ଅନୁଷ୍ଠିତ ହେବ। ଏହି ସମସ୍ତ ପାରମ୍ପରିକ ଉତ୍ସବକୁ ଦୃଷ୍ଟିରେ ରଖି ନଭେମ୍ବର ୧୩ ପରିବର୍ତ୍ତେ ନଭେମ୍ବର ୨୦ରେ ମତଦାନ କରିବାକୁ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ତାରିଖ ପରିବର୍ତ୍ତିତ ହୋଇଥିବା ବିଧାନସଭା ଆସନଗୁଡ଼ିକ ହେଲା- କେରଳର ପାଲାକ୍କଡ୍‌, ପଞ୍ଜାବର ଡେରାବାବା ନାନକ, ଚାବ୍ବେୱାଲ୍‌ (ଏସ୍‌ସି), ଗିଦ୍ଦେରବାହ, ବର୍ନାଲା, ଉତ୍ତର ପ୍ରଦେଶର ମୀରାପୁର, କୁଣ୍ଡର୍କି, ଗାଜିଆବାଦ, କରହଲ୍‌, ଶିଶାମାଉ, ଫୁଲପୁର, କେତହରି, ମାଝୱାନ୍‌। କିନ୍ତୁ ଭୋଟ ଗଣନା ତାରିଖ ଅପରିବର୍ତ୍ତିତ ରହିବ।