୧୫ ଲକ୍ଷ ମହିଳା ହେବେ ଲକ୍ଷପତି ଦିଦି, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା ଜାରି ରଖିଛନ୍ତି। ଏହି ଯୋଜନାଗୁଡିକ ମଧ୍ୟରୁ ଅନେକ ମହିଳାମାନଙ୍କ ପାଇଁ ରହିଛି। ୨୦୨୩ ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାମାନଙ୍କୁ ଏକ ବଡ ଉପହାର ଦେଇ ଲକ୍ଷପତି ଯୋଜନା ଆରମ୍ଭ କରିଥିଲେ। ସରକାରଙ୍କ ଏହି ଯୋଜନା ମହିଳା ସଶକ୍ତିକରଣ ଅଧୀନରେ ଅଣାଯାଇଥିଲା। ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ତାଲିମ ଦିଆଯାଉଛି । ତେଣୁ ନିଜର ରୋଜଗାର ଆରମ୍ଭ କରିବା ପାଇଁ ସେମାନଙ୍କୁ ୫ […] The post ୧୫ ଲକ୍ଷ ମହିଳା ହେବେ ଲକ୍ଷପତି ଦିଦି, ଶୀଘ୍ର କରନ୍ତୁ ଆବେଦନ appeared first on Dharitri Odia News.

୧୫ ଲକ୍ଷ ମହିଳା ହେବେ ଲକ୍ଷପତି ଦିଦି, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା ଜାରି ରଖିଛନ୍ତି। ଏହି ଯୋଜନାଗୁଡିକ ମଧ୍ୟରୁ ଅନେକ ମହିଳାମାନଙ୍କ ପାଇଁ ରହିଛି। ୨୦୨୩ ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାମାନଙ୍କୁ ଏକ ବଡ ଉପହାର ଦେଇ ଲକ୍ଷପତି ଯୋଜନା ଆରମ୍ଭ କରିଥିଲେ। ସରକାରଙ୍କ ଏହି ଯୋଜନା ମହିଳା ସଶକ୍ତିକରଣ ଅଧୀନରେ ଅଣାଯାଇଥିଲା।

ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ତାଲିମ ଦିଆଯାଉଛି । ତେଣୁ ନିଜର ରୋଜଗାର ଆରମ୍ଭ କରିବା ପାଇଁ ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଦିଆଯାଏ । କେନ୍ଦ୍ର ସରକାର ପରେ ବର୍ତ୍ତମାନ ରାଜସ୍ଥାନ ସରକାର ମଧ୍ୟ ଲକ୍ଷପତି ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ରାଜସ୍ଥାନର ମହିଳାମାନେ କିପରି ଏହି ଯୋଜନାର ଲାଭ ଉଠାଇ ପାରିବେ।

ରାଜସ୍ଥାନରେ ୨୦୨୪ ବର୍ଷର ବଜେଟ ପ୍ରକାଶ ପାଇଛି ଏବଂ ଏହି ବଜେଟରେ ଭଜନଲାଲ ସରକାର ମହିଳାଙ୍କ ସ୍ବାର୍ଥ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି। ମହିଳା ସଶକ୍ତିକରଣକୁ ଧ୍ୟାନରେ ରଖିବା ପାଇଁ ରାଜସ୍ଥାନ ସରକାର ୧୫ ଲକ୍ଷ ମହିଳାଙ୍କ ଲକ୍ଷପତି ଦିଦି କରିବାକୁ ବଜେଟରେ ଘୋଷଣା କରିଛନ୍ତି। ଏହି ମହିଳାମାନଙ୍କୁ ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାର ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବେ।

ବଜେଟରେ ଏହି ଯୋଜନା ବିଷୟରେ ରାଜସ୍ଥାନ ସରକାର ସୂଚନା ଦେଇ କହିଛନ୍ତି, ପ୍ରତିବର୍ଷ ୩ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ। ଯେଉଁଥିରେ ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଏହି ଯୋଜନା ଅଧୀନରେ ସମୁଦାୟ ୧୫ ଲକ୍ଷ ମହିଳା ଉପକୃତ ହେବେ। ଏହି ଯୋଜନା ପାଇଁ ସରକାର ମୋଟ ୧୫୦ ବିଲିୟନ ଟଙ୍କା ଖର୍ଚ୍ଚ କରିବେ।

The post ୧୫ ଲକ୍ଷ ମହିଳା ହେବେ ଲକ୍ଷପତି ଦିଦି, ଶୀଘ୍ର କରନ୍ତୁ ଆବେଦନ appeared first on Dharitri Odia News.