୧୬ରୁ ବଦଳିବ ପାଗ, ରାଜ୍ୟରେ ଦେଖାଦେବ କାଳବୈଶାଖୀର ପ୍ରଭାବ

ଭୁବନେଶ୍ଵର:  ୧୬ରୁ ବଦଳିବ ପାଗ । ରାଜ୍ୟରେ ଦେଖାଦେବ କାଳବୈଶାଖୀର ପ୍ରଭାବ । ଉତ୍ତର ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରଭାବ ଅଧିକ ଦେଖାଦେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ସେପଟେ ପାଣିପାଗ କେନ୍ଦ୍ର କାଳବୈଶାଖୀ ପ୍ରଭାବ ପାଇଁ ୧୬ରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସକାଳ ୮ ଟା ପରଠାରୁ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇଛି । ତେବେ ୧୬ ପରେ ବଦଳିବ ପାଗ । ଏଭଳି କହିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ବଙ୍ଗୋପସାଗର ଦେଇ ଗୁରୁଚାପ ଆସୁଛି । ଫଳରେ ତାପମାତ୍ରା ବୃଦ୍ଧି କରିବାରେ ଏହା ସହାୟକ ହେଉଛି । ଦିନ ୧୨ ଟା ପରେ ସାମୂଦ୍ରିକ ପବନର ପ୍ରବାହ ରହୁଛି । ଏଥିସହ ଜଳୀୟବାଷ୍ପ ତଳକୁ ଆସୁଥିବା ବେଳେ ଏହାରି ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡଘଡି ଜନିତ ବର୍ଷାର ସମ୍ଭାବନା ରହୁଛି । ମୁଖ୍ୟତଃ ଉପକୂଳ ଜିଲ୍ଲା ଗୁଡିକର ବର୍ଷାର ସମ୍ଭାବନା ରହୁଛି । ୧୪ ଓ ୧୫ ତାରିଖରେ ସାମାନ୍ୟ ତାପମାତ୍ରା ଖସିବ ।୧୬ରୁ ପାଗରେ ପରିବର୍ତ୍ତନ ଆସିବା ସହ ରାଜ୍ୟରେ ଦେଖା ଦେବ କାଳବୈଶାଖୀର ପ୍ରଭାବ । ଖାସ୍ କରି ୧୮ ଓ ୧୯ ତାରିଖରେ ଏହାର ପ୍ରଭାବ ଅଧିକ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ବାୟୁମଣ୍ଡଳ ଉପରି ଭାଗରେ ଏକ ଟ୍ରାପ ଲାଇନ୍ ରହୁଥିବା ବେଳେ ବଙ୍ଗୋପସାଗର ଦେଇ ଆସୁଥିବା ଗୁରୁଚାପର ପ୍ରଭାବରେ ଏଭଳି ସ୍ଥିତି ଉପୁଜିବ ବୋଲି କହିଛନ୍ତି ବିଶେଷଜ୍ଞ । ସେହିପରି ଏଲନିନୋର ପ୍ରଭାବ କମୁଥିବା ବେଳେ ଚଳିତ ମାର୍ଚ୍ଚ ମାସରେ ଅତ୍

୧୬ରୁ ବଦଳିବ ପାଗ, ରାଜ୍ୟରେ ଦେଖାଦେବ କାଳବୈଶାଖୀର ପ୍ରଭାବ

ଭୁବନେଶ୍ଵର:  ୧୬ରୁ ବଦଳିବ ପାଗ । ରାଜ୍ୟରେ ଦେଖାଦେବ କାଳବୈଶାଖୀର ପ୍ରଭାବ । ଉତ୍ତର ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରଭାବ ଅଧିକ ଦେଖାଦେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ସେପଟେ ପାଣିପାଗ କେନ୍ଦ୍ର କାଳବୈଶାଖୀ ପ୍ରଭାବ ପାଇଁ ୧୬ରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । 

ସକାଳ ୮ ଟା ପରଠାରୁ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇଛି । ତେବେ ୧୬ ପରେ ବଦଳିବ ପାଗ । ଏଭଳି କହିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ବଙ୍ଗୋପସାଗର ଦେଇ ଗୁରୁଚାପ ଆସୁଛି । ଫଳରେ ତାପମାତ୍ରା ବୃଦ୍ଧି କରିବାରେ ଏହା ସହାୟକ ହେଉଛି । ଦିନ ୧୨ ଟା ପରେ ସାମୂଦ୍ରିକ ପବନର ପ୍ରବାହ ରହୁଛି । ଏଥିସହ ଜଳୀୟବାଷ୍ପ ତଳକୁ ଆସୁଥିବା ବେଳେ ଏହାରି ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡଘଡି ଜନିତ ବର୍ଷାର ସମ୍ଭାବନା ରହୁଛି । ମୁଖ୍ୟତଃ ଉପକୂଳ ଜିଲ୍ଲା ଗୁଡିକର ବର୍ଷାର ସମ୍ଭାବନା ରହୁଛି । ୧୪ ଓ ୧୫ ତାରିଖରେ ସାମାନ୍ୟ ତାପମାତ୍ରା ଖସିବ ।

୧୬ରୁ ପାଗରେ ପରିବର୍ତ୍ତନ ଆସିବା ସହ ରାଜ୍ୟରେ ଦେଖା ଦେବ କାଳବୈଶାଖୀର ପ୍ରଭାବ । ଖାସ୍ କରି ୧୮ ଓ ୧୯ ତାରିଖରେ ଏହାର ପ୍ରଭାବ ଅଧିକ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ବାୟୁମଣ୍ଡଳ ଉପରି ଭାଗରେ ଏକ ଟ୍ରାପ ଲାଇନ୍ ରହୁଥିବା ବେଳେ ବଙ୍ଗୋପସାଗର ଦେଇ ଆସୁଥିବା ଗୁରୁଚାପର ପ୍ରଭାବରେ ଏଭଳି ସ୍ଥିତି ଉପୁଜିବ ବୋଲି କହିଛନ୍ତି ବିଶେଷଜ୍ଞ । ସେହିପରି ଏଲନିନୋର ପ୍ରଭାବ କମୁଥିବା ବେଳେ ଚଳିତ ମାର୍ଚ୍ଚ ମାସରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ହୋଇ ନପାରେ । କିନ୍ତୁ ଏପ୍ରିଲରେ ଏହା ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । 

ସେପେଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର୧୬ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି । ଘଡଘଡି ସହ ବର୍ଷା ସମ୍ଭାବନା ନେଇ ୪ ଜିଲ୍ଲାକୁ ସତର୍କ ସୂଚନା ଜାରୀ କରିଛି ପାଣିପାଗ କେନ୍ଦ୍ର । ସେହିପରି ୧୭ ଜିଲ୍ଲା ପାଇଁ ସୁନ୍ଦରଗଡ କେଉଁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍ତ ସୂଚନା ଜାରୀ ହୋଇଛି । ଗତ କିଛି ଦିନ ଧରି  ଖରାର ପ୍ରକୋପ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ କାଳବୈଶାଖୀ ବର୍ଷା ସାମାନ୍ୟ ଆସ୍ୱସ୍ତି ଦେଇପାରେ ।