୧୯ ଲକ୍ଷ ଟଙ୍କାରେ ଆଜ୍ଞାମାଳ, ଆଜ୍ଞାଲଡ଼ୁ ନିଲାମ
ତାଳଚେର,୧୮।୯(ମନୋଜ ନନ୍ଦ): ତାଳଚେରର ଗଣପର୍ବ ଗଣେଶ ପୂଜାର ଅନ୍ତିମ ପର୍ଯ୍ୟାୟରେ ମଙ୍ଗଳବାର ଗଜାନନଙ୍କ ଆଜ୍ଞାମାଳ ଓ ଲଡୁ ନିର୍ମାଣ ଅତି ଆଡମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୭୦ ଜଣ କାରିଗରଙ୍କ ଦ୍ୱାରା ୩୫ଶହ କେଜିର ଲଡୁ ନିର୍ମାଣ କରାଯାଇଥିବା ବେଳେ ଏହି ଆଜ୍ଞାମାଳ ଓ ଲଡୁକୁ ଫାଷ୍ଟଗେଟସ୍ଥିତ ଗଶେଶ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ବଡ଼ଦାଣ୍ଡସ୍ଥିତ ନିଲାମସ୍ଥଳକୁ ଅଣାଯାଇଥିଲା। ସନ୍ଧ୍ୟାରେ ବଡ଼ଦାଣ୍ଡସ୍ଥିତ ମେଲଣ ପଡିଆଠାରେ ଏକ ସଭାର ଆୟୋଜନ ହୋଇଥିଲା। କେନ୍ଦ୍ରୀୟ ପୂଜା […] The post ୧୯ ଲକ୍ଷ ଟଙ୍କାରେ ଆଜ୍ଞାମାଳ, ଆଜ୍ଞାଲଡ଼ୁ ନିଲାମ appeared first on Dharitri Odia News.
ତାଳଚେର,୧୮।୯(ମନୋଜ ନନ୍ଦ): ତାଳଚେରର ଗଣପର୍ବ ଗଣେଶ ପୂଜାର ଅନ୍ତିମ ପର୍ଯ୍ୟାୟରେ ମଙ୍ଗଳବାର ଗଜାନନଙ୍କ ଆଜ୍ଞାମାଳ ଓ ଲଡୁ ନିର୍ମାଣ ଅତି ଆଡମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୭୦ ଜଣ କାରିଗରଙ୍କ ଦ୍ୱାରା ୩୫ଶହ କେଜିର ଲଡୁ ନିର୍ମାଣ କରାଯାଇଥିବା ବେଳେ ଏହି ଆଜ୍ଞାମାଳ ଓ ଲଡୁକୁ ଫାଷ୍ଟଗେଟସ୍ଥିତ ଗଶେଶ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ବଡ଼ଦାଣ୍ଡସ୍ଥିତ ନିଲାମସ୍ଥଳକୁ ଅଣାଯାଇଥିଲା। ସନ୍ଧ୍ୟାରେ ବଡ଼ଦାଣ୍ଡସ୍ଥିତ ମେଲଣ ପଡିଆଠାରେ ଏକ ସଭାର ଆୟୋଜନ ହୋଇଥିଲା। କେନ୍ଦ୍ରୀୟ ପୂଜା କମିଟି ସଭାପତି ତଥା ଉପଜିଲାପାଳ ସମୀର କୁମାର ଜେନା ଏଥିରେ ଅଧ୍ୟକ୍ଷତା କରିଥିଲେ। ୧୬ଟି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ନିଲାମରେ ଅଂଶ ଗ୍ରହଣ କରିଥିଲେ। ଟିଏସ୍ଏସ୍ ଗ୍ରୁପର ଯତିନ ମହାନ୍ତି, ତାପସ ସାହୁ ୧୯ ଲକ୍ଷ ୩୮ ହଜାର ଟଙ୍କାରେ ଲଡୁ ଓ ଆଜ୍ଞାମାଳ ନିଲାମ ନେଇଥିଲେ। ମୁଖ୍ୟ ଅତିଥି ଭାବେ ପାଲଲହଡା ବିଧାୟକ ଅଶୋକ ମାହାନ୍ତି, ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ତାଳଚେର ନଗରପାଳ ପବିତ୍ର ଭୂତିଆ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଏମ୍ପିଙ୍କ ପ୍ରତିନିଧି ସ୍ବାଧୀନ ଥମ୍ବ, ଏସ୍ଡିପିଓ ମାନସ ବାରିକ, ସାଧାରଣ ସମ୍ପାଦକ ଦିଲୀପ ପାଣି, ଉପସଭାପତି ଡ. ରଶ୍ମିରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ରଞ୍ଜିତ ମହାପାତ୍ର, କେଶବ ଭୂତିଆଙ୍କ ସମେତ କେନ୍ଦ୍ରୀୟ ପୂଜା କମିଟି ସଦସ୍ୟ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
The post ୧୯ ଲକ୍ଷ ଟଙ୍କାରେ ଆଜ୍ଞାମାଳ, ଆଜ୍ଞାଲଡ଼ୁ ନିଲାମ appeared first on Dharitri Odia News.