୨ ମିନିଟ୍ ପାଇଁ ନିଟ୍ ସ୍ବପ୍ନ ଚୁରମାର୍
ନୂଆଦିଲ୍ଲୀ : ନିଟ୍ ପରୀକ୍ଷା ପରିଚାଳନା କରାଯାଉଥିବା ଏକ ପରୀକ୍ଷା କେନ୍ଦ୍ର ସାମ୍ନାରେ ଜଣେ ଛାତ୍ରୀ ଚିତ୍କାର କରି କାନ୍ଦୁ ଥିବାର ଭିଡିଓ ସାମ୍ନାକୁ ଆସିଛି। ସେ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଅନୁରୋଧ କରୁଥିଲେ ହେଁ ତାଙ୍କ କଥାକୁ କେହି ବି ଖାତିର କରୁନଥିା ଏହି ଭିଡିଓରେ ଦେଖିବାକୁ ମିଳିଛି। ଛାତ୍ରୀ ଜଣଙ୍କ ନିଟ୍ ପିଜି ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ଦୁଇଟି ବିଳମ୍ବ ହୋଇଯିବାରୁ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିନଥିଲା। ଏଥିପାଇଁ ସେ ପରୀକ୍ଷା […]

ନୂଆଦିଲ୍ଲୀ : ନିଟ୍ ପରୀକ୍ଷା ପରିଚାଳନା କରାଯାଉଥିବା ଏକ ପରୀକ୍ଷା କେନ୍ଦ୍ର ସାମ୍ନାରେ ଜଣେ ଛାତ୍ରୀ ଚିତ୍କାର କରି କାନ୍ଦୁ ଥିବାର ଭିଡିଓ ସାମ୍ନାକୁ ଆସିଛି। ସେ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଅନୁରୋଧ କରୁଥିଲେ ହେଁ ତାଙ୍କ କଥାକୁ କେହି ବି ଖାତିର କରୁନଥିା ଏହି ଭିଡିଓରେ ଦେଖିବାକୁ ମିଳିଛି। ଛାତ୍ରୀ ଜଣଙ୍କ ନିଟ୍ ପିଜି ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ଦୁଇଟି ବିଳମ୍ବ ହୋଇଯିବାରୁ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିନଥିଲା। ଏଥିପାଇଁ ସେ ପରୀକ୍ଷା କେନ୍ଦ୍ରର ଗେଟ ବାହାରେ ଚିତ୍କାର କରି କାନ୍ଦିବାକୁ ଲାଗିଥିଲେ। ତଥାପି ତାଙ୍କ କଥା କେହି ବି ଶୁଣି ନଥିଲେ। ଛାତ୍ରୀଙ୍କ ସହ ଆସିଥିବା ତାଙ୍କ ଅଭିଭାବକମାନେ ମଧ୍ୟ କାନ୍ଦ ବୋବାଳି କରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମାଗିଥିଲେ। ହେଲେ କିଛି ବି ଲାଭ ମିଳିନାହିଁ। ମାତ୍ର ୨ ମିନିଟ୍ ବିଳମ୍ବ ପାଇଁ ଛାତ୍ରୀଙ୍କ ନିଟ୍ ସ୍ବପ୍ନ ଚୁରମାର ହୋଇଗଲା।