୨ଟି ATMରୁ ଲୁଟ୍ ଉଦ୍ୟମ ପଣ୍ଡ,ପୋଲିସକୁ ଦେଖି ଚଂପଟ ମାରିଲେ ଲୁଟେରା

ବାସୁଦେବପୁର ୨୨/୨: ATM ତାଡୁଥିଲେ । ହଠାତ ବାଜିଲା ସାଇରନ । ଚଂପଟ ମାରିଲେ ଲୁଟେରା । ଭଦ୍ରକ ବାସୁଦେବପୁର ସହରର ୨ଟି ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଛି । ବାସୁଦେବପୁର ତାରିଣୀ ଛକ ନିକଟରେ HDFC ବ୍ୟାଙ୍କ ଓ ସିନେମା ହଲ୍‌ ନିକଟରେ ଥିବା SBI ଏଟିଏମ୍‌କୁ ଟାର୍ଗେଟ କରିଥିଲେ ଲୁଟେରା ।  ପ୍ରଥମେ HDFC ବ୍ୟାଙ୍କ ATM ର ଥିବା ସିସିଟିଭି କ୍ୟାମେରାରେ ରଙ୍ଗ ସ୍ପ୍ରେ କରିଥିଲେ । ସୁଯୋଗ ଦେଖି ପାଖରେ ଥିବା ସୁରକ୍ଷା କର୍ମୀଙ୍କୁ ବାନ୍ଧି ମାଡ ମାରିଥିଲେ। ଏହା ପରେ ଏଟିଏମ୍‌ ତାଡି ଟଙ୍କା ଲୁଟିବାକୁ ସଜବାଜ ହେଉଥିବାବେଳେ ହଠାତ ପୋଲିସ ଭ୍ୟାନର ସାଇରନ ବାଜିଲା । ସାଇରନ ଶୁଣି ଲୁଟେରା କଣ ଆଉ ସେଠି ରୁହନ୍ତି । ଯିଏ ଯୁଆଡେ ପାରିଲେ ଦୌଡି ଖସିଗଲେ । ସେହିପରି ସିନେମା ହଲ୍‌ ନିକଟରେ ଥିବା SBI ଏଟିଏମ୍‌ ଲୁଟ୍‌ ଲୁଟେରା ଲୁଟ୍‌ କରୁଥିବାବେଳେ ହଠାତ ପୋଲିସ କୌଣସି ସୂତ୍ରରୁ ଖବର ପାଇ ପହଞ୍ଚି ଯାଇଥିଲା । ଆଉ ପୋଲିସକୁ ଦେଖି ବ୍ୟବହୃତ ଯନ୍ତ୍ରାଂଶ ଛାଡି ପଳାଇଥିଲେ ଲୁଟେରା । ଉଭୟ ଘଟଣାର ଲୁଟେରାଙ୍କୁ ଧରିବାକୁ ଛାନ୍‌ଭିନ୍‌ ଚଳାଇଛି ବାସୁଦେବପୁର ପୋଲିସ ।  

୨ଟି ATMରୁ ଲୁଟ୍ ଉଦ୍ୟମ ପଣ୍ଡ,ପୋଲିସକୁ ଦେଖି ଚଂପଟ ମାରିଲେ ଲୁଟେରା

ବାସୁଦେବପୁର ୨୨/୨: ATM ତାଡୁଥିଲେ । ହଠାତ ବାଜିଲା ସାଇରନ । ଚଂପଟ ମାରିଲେ ଲୁଟେରା । ଭଦ୍ରକ ବାସୁଦେବପୁର ସହରର ୨ଟି ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଛି । ବାସୁଦେବପୁର ତାରିଣୀ ଛକ ନିକଟରେ HDFC ବ୍ୟାଙ୍କ ଓ ସିନେମା ହଲ୍‌ ନିକଟରେ ଥିବା SBI ଏଟିଏମ୍‌କୁ ଟାର୍ଗେଟ କରିଥିଲେ ଲୁଟେରା ।  

ପ୍ରଥମେ HDFC ବ୍ୟାଙ୍କ ATM ର ଥିବା ସିସିଟିଭି କ୍ୟାମେରାରେ ରଙ୍ଗ ସ୍ପ୍ରେ କରିଥିଲେ । ସୁଯୋଗ ଦେଖି ପାଖରେ ଥିବା ସୁରକ୍ଷା କର୍ମୀଙ୍କୁ ବାନ୍ଧି ମାଡ ମାରିଥିଲେ। ଏହା ପରେ ଏଟିଏମ୍‌ ତାଡି ଟଙ୍କା ଲୁଟିବାକୁ ସଜବାଜ ହେଉଥିବାବେଳେ ହଠାତ ପୋଲିସ ଭ୍ୟାନର ସାଇରନ ବାଜିଲା । ସାଇରନ ଶୁଣି ଲୁଟେରା କଣ ଆଉ ସେଠି ରୁହନ୍ତି । ଯିଏ ଯୁଆଡେ ପାରିଲେ ଦୌଡି ଖସିଗଲେ । 

ସେହିପରି ସିନେମା ହଲ୍‌ ନିକଟରେ ଥିବା SBI ଏଟିଏମ୍‌ ଲୁଟ୍‌ ଲୁଟେରା ଲୁଟ୍‌ କରୁଥିବାବେଳେ ହଠାତ ପୋଲିସ କୌଣସି ସୂତ୍ରରୁ ଖବର ପାଇ ପହଞ୍ଚି ଯାଇଥିଲା । ଆଉ ପୋଲିସକୁ ଦେଖି ବ୍ୟବହୃତ ଯନ୍ତ୍ରାଂଶ ଛାଡି ପଳାଇଥିଲେ ଲୁଟେରା । ଉଭୟ ଘଟଣାର ଲୁଟେରାଙ୍କୁ ଧରିବାକୁ ଛାନ୍‌ଭିନ୍‌ ଚଳାଇଛି ବାସୁଦେବପୁର ପୋଲିସ ।