୨୦୨୫ ଆଇପିଏଲ୍ ପୂର୍ବରୁ ଏମିତି ପ୍ରଶ୍ନ କଲେ ରିଷଭ ପନ୍ତ: ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୨।୧୦: ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବରେ ଦେଖିବାକୁ ମିଳିଥିଲା। ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନ ହାସଲ କରିବା ପରେ ଏଲିମିନେଟ୍ ହୋଇଥିଲା। ଆଇପିଏଲ ୨୦୨୫ ପୂର୍ବରୁ ଦିଲ୍ଲୀର ମୁଖ୍ୟ କୋଚ ରିକି ପଣ୍ଟିଂ ଦଳରୁ ଅଲଗା ହୋଇଯାଇଛନ୍ତି। ଏବେ ଅଧିନାୟକ ରିଷଭ ପନ୍ତ ଏମିତି ଏକ ପ୍ରଶ୍ନ କରିଛନ୍ତି ଯାହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ […] The post ୨୦୨୫ ଆଇପିଏଲ୍ ପୂର୍ବରୁ ଏମିତି ପ୍ରଶ୍ନ କଲେ ରିଷଭ ପନ୍ତ: ବଢୁଛି ଚର୍ଚ୍ଚା appeared first on Dharitri Odia News.
ନୂଆଦିଲ୍ଲୀ,୧୨।୧୦: ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବରେ ଦେଖିବାକୁ ମିଳିଥିଲା। ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନ ହାସଲ କରିବା ପରେ ଏଲିମିନେଟ୍ ହୋଇଥିଲା। ଆଇପିଏଲ ୨୦୨୫ ପୂର୍ବରୁ ଦିଲ୍ଲୀର ମୁଖ୍ୟ କୋଚ ରିକି ପଣ୍ଟିଂ ଦଳରୁ ଅଲଗା ହୋଇଯାଇଛନ୍ତି। ଏବେ ଅଧିନାୟକ ରିଷଭ ପନ୍ତ ଏମିତି ଏକ ପ୍ରଶ୍ନ କରିଛନ୍ତି ଯାହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପନ୍ତ ପ୍ରଶଂସକମାନଙ୍କୁ ପଚାରିଥିଲେ, ତାଙ୍କୁ ନିଲାମରେ କେତେ ବିକ୍ରି କରାଯିବ? ପନ୍ତ ତାଙ୍କ ମୂଲ୍ୟ ପଚାରିବା ମାତ୍ରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ ସେ ଆଇପିଏଲ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିବେ।
ପନ୍ତଙ୍କ ଏହି ପୋଷ୍ଟ ଉପରେ କମେଣ୍ଟ ମାଧ୍ୟମରେ ପ୍ରଶଂସକମାନେ ତାଙ୍କ ମୂଲ୍ୟ ବିଷୟରେ କହିଥିଲେ। ଜଣେ ୟୁଜର୍ସ ଲେଖିଛନ୍ତି, ୨୦ କୋଟିରୁ ଅଧିକ। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ତୁମେ ଅମୂଲ୍ୟ। ତୁମେ କିମ୍ବଦନ୍ତୀ।
ପନ୍ତ ଏପର୍ଯ୍ୟନ୍ତ ଆଇପିଏଲରେ ମୋଟ ୧୧୧ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୧୧୦ ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୩୫.୩୧ ଏବଂ ଷ୍ଟ୍ରାଇକ ରେଟ ୧୪୮.୯୩ରେ ୩୨୮୪ରନ କରିଛନ୍ତି। ପନ୍ତ ଗୋଟିଏ ଶତକ ଏବଂ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ପନ୍ତ ୨୦୧୬ରେ ଆଇପିଏଲ ଡେବ୍ୟୁ କରିଥିଲେ। ସେ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ କେବଳ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଛନ୍ତି। ପନ୍ତ ଦିଲ୍ଲୀ ଛାଡିବେ କି ନାହିଁ ତାହା ଦେଖିବା ମଜାଦାର ହେବ।
If go to the auction. will I be sold or not and for how much ??
— Rishabh Pant (@RishabhPant17) October 11, 2024
The post ୨୦୨୫ ଆଇପିଏଲ୍ ପୂର୍ବରୁ ଏମିତି ପ୍ରଶ୍ନ କଲେ ରିଷଭ ପନ୍ତ: ବଢୁଛି ଚର୍ଚ୍ଚା appeared first on Dharitri Odia News.