୨୦୨୫ ସୁଭଦ୍ରାର ବର୍ଷ ହେବ – ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୦୨୫ ସୁଭଦ୍ରାର ବର୍ଷ ହେବ । ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ ସୁଭଦ୍ରା ଯୋଜନା । ଚଳିତ ବର୍ଷ ୩ ଥର ମା’ ମାନେ ସୁଭଦ୍ରା ଟଙ୍କା ପାଇବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ସେ ଆହୁରି କହିଛନ୍ତି, ଆମ ପାଖରେ କିଛି ଚ୍ୟାଲେଞ୍ଜ ନାହିଁ । ଯେତେବେଳେ ଯେଉଁ ସମସ୍ୟା ସାମ୍ନାକୁ ଆସିବ, ତାକୁ ସମାଧାନ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଆମ ସରକାର ପ୍ରତିଶୃତି […]

୨୦୨୫ ସୁଭଦ୍ରାର ବର୍ଷ ହେବ – ଉପମୁଖ୍ୟମନ୍ତ୍ରୀ
୨୦୨୫ ସୁଭଦ୍ରାର ବର୍ଷ ହେବ - ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୦୨୫ ସୁଭଦ୍ରାର ବର୍ଷ ହେବ । ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ ସୁଭଦ୍ରା ଯୋଜନା । ଚଳିତ ବର୍ଷ ୩ ଥର ମା’ ମାନେ ସୁଭଦ୍ରା ଟଙ୍କା ପାଇବେ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ସେ ଆହୁରି କହିଛନ୍ତି, ଆମ ପାଖରେ କିଛି ଚ୍ୟାଲେଞ୍ଜ ନାହିଁ । ଯେତେବେଳେ ଯେଉଁ ସମସ୍ୟା ସାମ୍ନାକୁ ଆସିବ, ତାକୁ ସମାଧାନ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଆମ ସରକାର ପ୍ରତିଶୃତି ନୁହେଁ ପ୍ରତିବଦ୍ଧତା ଇ ଲୋକଙ୍କ ସମସ୍ୟା ସରକାରଙ୍କ ସମସ୍ୟା । ସବୁ ସମସ୍ୟା ସମାଧାନର ବାଟ ବାହାର କରିବା ପାଇଁ ଆମେ ସରକାରକୁ ଆସିଛୁ । ସାଧାରଣ ଲୋକ ମାନେ ଦେଇଥିବା ଦାୟିତ୍ୱକୁ ତୁଲାଇବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି । ୨୦୨୫ ରେ ଉତ୍କର୍ଷ ଓଡ଼ିଶାର ମୂଳଦୁଆ ପଡ଼ିବ । ଇଂରାଜୀ ନବବର୍ଷର ପ୍ରଥମ ମାସ ବହୁତ ଘଟଣା ବହୁଳ ହେବ । କଥାରେ ନୁହେଁ, କାମରେ କରି ଦେଖାଇବୁ ।

ସେହିପରି,ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏବେ ଓଡ଼ିଶା ୧୭ ନମ୍ବର ସ୍ଥାନରେ ଅଛି ।୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ୩ରୁ ୧ ନମ୍ବର ହେବ ଓଡ଼ିଶା । ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ବେଷ୍ଟ କେପ୍ଟ ସିକ୍ରେଟ୍ ଓପନ୍ ହେବ । ଉତ୍କର୍ଷ ଓଡ଼ିଶାରେ ସିଙ୍ଗିଲ ୱିଣ୍ଡୋରେ ଆସିଥିବା ନିବେଶକ ମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଦେଖିପାରିବେ । କୋରାପୁଟ, କଳାହାଣ୍ଡି ଭଳି ଅଞ୍ଚଳର ଭରି ରହିଥିବା ପ୍ରାଚ୍ୟୁର୍ଯ୍ୟକୁ ବିଶ୍ଵ ଦରବାରରେ ଦେଖାଇବା ପାଇଁ ଆମେ ସଫଳ ହେବୁ । ୭ ହଜାରରୁ ୮ ହାଜର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବେ । ଅତିଥି ଦେବ ଭବୋ ସଂସ୍କୃତିରେ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ।