୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ସିବିଆଇ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ତାରକା ହୋଟେଲ ସମ୍ମୁଖରେ ରହିଥିବା ଏକ ଦାମୀ କାର ଉପରେ ଶନିବାର ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଅଧିକାରୀମାନେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗାଡ଼ିରୁ ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର ଜବତ କରିଥିଲେ। ଏହି ଘଟଣାରେ ସିବିଆଇ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ସିବିଆଇ ୩ ଦିନିଆ ରିମୋଣ୍ଡରେ ନେଇଛି। ଅଭିଯୁକ୍ତମାନେ ହେଲେ କେନ୍ଦ୍ରୀୟ ପିଏସୟୁର ବ୍ରିଜ ଆଣ୍ଡ ରୁଫ […]

୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ସିବିଆଇ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ତାରକା ହୋଟେଲ ସମ୍ମୁଖରେ ରହିଥିବା ଏକ ଦାମୀ କାର ଉପରେ ଶନିବାର ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଅଧିକାରୀମାନେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗାଡ଼ିରୁ ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର ଜବତ କରିଥିଲେ। ଏହି ଘଟଣାରେ ସିବିଆଇ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ସିବିଆଇ ୩ ଦିନିଆ ରିମୋଣ୍ଡରେ ନେଇଛି। ଅଭିଯୁକ୍ତମାନେ ହେଲେ କେନ୍ଦ୍ରୀୟ ପିଏସୟୁର ବ୍ରିଜ ଆଣ୍ଡ ରୁଫ ଲିମିଟେଡର ଗ୍ରୁପ ଜିଏମ ଚଞ୍ଚଲ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଦେବଦତ୍ତ ମହାପାତ୍ର। ସିବିଆଇ ପକ୍ଷରୁ ୭ ଦିନିଆ ରିମାଣ୍ଡରେ ନେବାକୁ ସ୍ଵତନ୍ତ୍ର ସିବିଆଇ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।