୩୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଛତ୍ରପୁର,୨୫ା୧(ଦିଲ୍ଲୀପ ସାମଲ): ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଭିତ୍ତିରେ ୨୦୨୨ରୁ ମାସିକ ୧ହଜାର ଟଙ୍କା ହାରରେ ଏବଂ ୨୦୨୪ ମାର୍ଚ୍ଚରୁ ମାସିକ ୧୫୦୦ ଟଙ୍କା ହାରରେ ଭତ୍ତା ମିଳୁଛି। ୨୦୨୪ ବିଧାନସଭା ନିର୍ବାଚନ ବେଳେ ଓଡ଼ିଶାରେ ଲକ୍ଷପତି ଦିଦି, ସୁଭଦ୍ରା ଯୋଜନା ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ୧ହଜାର ଟଙ୍କା ହାରରେ ଭତ୍ତା ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ ଭାଜପା ପ୍ରତିଶ୍ରୁତି ଭୁଲିଯାଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ମାସିକ […] The post ୩୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ appeared first on Dharitri Odia News.

୩୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଛତ୍ରପୁର,୨୫ା୧(ଦିଲ୍ଲୀପ ସାମଲ): ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଭିତ୍ତିରେ ୨୦୨୨ରୁ ମାସିକ ୧ହଜାର ଟଙ୍କା ହାରରେ ଏବଂ ୨୦୨୪ ମାର୍ଚ୍ଚରୁ ମାସିକ ୧୫୦୦ ଟଙ୍କା ହାରରେ ଭତ୍ତା ମିଳୁଛି। ୨୦୨୪ ବିଧାନସଭା ନିର୍ବାଚନ ବେଳେ ଓଡ଼ିଶାରେ ଲକ୍ଷପତି ଦିଦି, ସୁଭଦ୍ରା ଯୋଜନା ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ୧ହଜାର ଟଙ୍କା ହାରରେ ଭତ୍ତା ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ ଭାଜପା ପ୍ରତିଶ୍ରୁତି ଭୁଲିଯାଇଛି।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ମାସିକ ୧ହଜାର ଟଙ୍କା ଭତ୍ତା ନ ଦେବା ପାଇଁ ଈସି ସଦସ୍ୟା ରିଷ୍ଟକ୍‌ଚରିଂ ନାମରେ ଦେଢ ଲକ୍ଷ ମହିଳା ସଦସ୍ୟାଙ୍କୁ ବାହାର କରିବା, କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କୁ ୫ ବର୍ଷିଆ ଚୁକ୍ତି ଆଳରେ ବର୍ଷାଧିକ କାଳ ପୁରୁଣା ଭତ୍ତାରେ କାମ ଆଦାୟ କରାଯାଉଛି। ଏହାର ପ୍ରତିବାଦରେ ଗଞ୍ଜାମ ଜିଲାସ୍ତରୀୟ ନିଖିଳ ଓଡ଼ିଶା ଜିବିକା ମିଶନ ଇସି ସଂଘ ଆସନ୍ତା ୩୧ା୧ା୨୫ରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ l

ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ମଧ୍ୟାହ୍ନ ୧୨ଟାରେ ଲକ୍ଷ୍ମଣ ଭବନ ପରିସରରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ଗଞ୍ଜାମ ଜିଲାସ୍ତରୀୟ କନଭେନଶନ ଶୈଳବାଳା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇଛି। ଡିଏଲ୍‌ଏଫ୍‌ ସଭାପତି ଧନିରାଣୀ ବିଶୋୟୀଙ୍କ ପ୍ରସ୍ତାବକୁ ସମସ୍ତେ ସମ୍ମତି ପ୍ରକାଶ କରିଛନ୍ତି। ଏହି ଜିଲାସ୍ତରୀୟ କନଭେନଶନରେ ନିଖିଳ ଓଡ଼ିଶା ଜୀବିକା ମିଶନ ଶକ୍ତି ଇସି ସଂଘ ରାଜ୍ୟ ସଭାପତି ଜୟନ୍ତ ଦାସ ରିଷ୍ଟ୍ରକ୍ଚରିଂ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଜାନୁଆରୀ ୩୧ରେ ଦାବିପୂରଣ ନ ହେଲେ ଫେବୃୟାରୀ ୧୩ରୁ ଅନିର୍ଦ୍ଦିିଷ୍ଟ କାଳ ପାଇଁ ବିଧାନସଭା ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହେବ।

ବୈଠକରେ ନିଖିଳ ଓଡ଼ିଶା ଜୀବିକା ମିଶନ ଶକ୍ତି ଇସି ସଂଘ ରାଜ୍ୟ ସଭାପତି ଦାସ, ଏଆଇଟିୟୁସି ନେତା ନିଳକଣ୍ଠ ଦାଶ, ଡିଏଲଫ ସଭାପତି ବିଷୋୟୀ, ଡିଏଲଏଫ୍‌ ସମ୍ପାଦିକା ଶୈଳବାଳା ରଥ,ଏସ. ଶାରଦା ଦୋରା, ବନିତା ମହାନ୍ତି, କେ. କମଳା କୁମାରୀ ରେଡ୍ଡୀ, ସାଗରିକା ବେହେରା, ହେମାବତୀ ପଣ୍ଡା, ନୀଳାଦ୍ରି ମହାପାତ୍ର, ବିଦ୍ୟୁତ୍‌ପ୍ରଭା ଦାଶ, ବବିତା ବେହେରା, ଉର୍ମିଳା ପାତ୍ର , ସେଲିନା କାଲପେପର ପ୍ରମୁଖ ରିଷ୍ଟ୍ରକଚରିଂ ବନ୍ଦ କରି ଇସିମାନଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଥିଲେ ।

The post ୩୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ appeared first on Dharitri Odia News.