୩୧.୫୦ ଲକ୍ଷ ଟଙ୍କାର ଠକେଇ କରି ଫସିଲେ ଅଭିନେତା: ମାଡ଼ିବସିଲା ପୋଲିସ
ଭୁବନେଶ୍ୱର,୨୬ା୭(ସତ୍ୟଜିତ୍ ରାଉତ):ଧାରରେ ନେଇଥିବା ୩୧.୫୦ ଲକ୍ଷ ଠକେଇ ଅଭିଯୋଗରେ ବଡ଼ଗଡ଼ ଥାନା ପୋଲିସ ଜଣେ ଅଭିନେତାଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ପଳାଶୁଣୀରେ ରହୁଥିବା ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁରର ଉଦୟନ ଅପରାଜିତ୍ (୪୦)। କୋର୍ଟଚାଲାଣ ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଉଦୟନ ଓଡ଼ିଆ ଆଲବମ୍ ଓ ଚଳଚ୍ଚିତ୍ର ସହ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ଠକେଇର ଶିକାର ହୋଇଥିବା ସରୋଜ କୁମାର ସାହୁ ଅଭିଯୋଗ ଅନୁସାରେ, […] The post ୩୧.୫୦ ଲକ୍ଷ ଟଙ୍କାର ଠକେଇ କରି ଫସିଲେ ଅଭିନେତା: ମାଡ଼ିବସିଲା ପୋଲିସ appeared first on Dharitri Odia News.
ଭୁବନେଶ୍ୱର,୨୬ା୭(ସତ୍ୟଜିତ୍ ରାଉତ):ଧାରରେ ନେଇଥିବା ୩୧.୫୦ ଲକ୍ଷ ଠକେଇ ଅଭିଯୋଗରେ ବଡ଼ଗଡ଼ ଥାନା ପୋଲିସ ଜଣେ ଅଭିନେତାଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ପଳାଶୁଣୀରେ ରହୁଥିବା ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁରର ଉଦୟନ ଅପରାଜିତ୍ (୪୦)। କୋର୍ଟଚାଲାଣ ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଉଦୟନ ଓଡ଼ିଆ ଆଲବମ୍ ଓ ଚଳଚ୍ଚିତ୍ର ସହ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ଠକେଇର ଶିକାର ହୋଇଥିବା ସରୋଜ କୁମାର ସାହୁ ଅଭିଯୋଗ ଅନୁସାରେ, ସେ ବରମୁଣ୍ଡା ଅଞ୍ଚଳରେ ପରିବାର ସହ ରୁହନ୍ତି। ୨୦୨୧ ଅକ୍ଟୋବର ୨୬ରେ ତାଙ୍କୁ ଉଦୟନ ଦେଖାକରି ଷ୍ଟିଲ ପ୍ରୋଜେକ୍ଟ କାର୍ଯ୍ୟର ଉନ୍ନତୀକରଣ ଲାଗି ୩୧.୫୦ ଲକ୍ଷ ଟଙ୍କା ଧାର ସୂତ୍ରରେ ନେଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଚୁକ୍ତିପତ୍ର ମଧ୍ୟ ହୋଇଥିଲା। ତେବେ ଏହି ଟଙ୍କା ଫେରାଇବା ପାଇଁ ଉଦୟନ ଏକ ବ୍ୟାଙ୍କ ଚେକ୍ ଦେଇଥିବାବେଳେ ଟଙ୍କା ନ ଥିବାରୁ ତାହା ନାକଚ୍ ହୋଇଯାଇଥିଲା। ସରୋଜ ଅନେକଥର ଉଦୟନଙ୍କୁ ଯୋଗାଯୋଗ କରି ଟଙ୍କା ମାଗିଥିଲେ ମଧ୍ୟ ସେ ଫେରାଉ ନ ଥିଲେ। ଏପରିକି ଉଦୟନ ଧମକ ଦେଇଥିଲେ। ଶେଷରେ ସରୋଜ ଗତ ଏପ୍ରିଲ ୨୧ରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା (ନଂ.୨୧୪/୨୦୨୫) ରୁଜୁ କରି ତଦନ୍ତ କରିଥିଲା।
The post ୩୧.୫୦ ଲକ୍ଷ ଟଙ୍କାର ଠକେଇ କରି ଫସିଲେ ଅଭିନେତା: ମାଡ଼ିବସିଲା ପୋଲିସ appeared first on Dharitri Odia News.