୪୫ ବର୍ଷରୁ ଚାଲିଛି ଗୋବିନ୍ଦ ସାର୍‌ଙ୍କ ଚାଟଶାଳୀ, ବିନା ପାରିଶ୍ରମିକରେ କରୁଛନ୍ତି ଶିକ୍ଷାଦାନ

ସାଲେପୁର ୬।୯: ଶିକ୍ଷାନୁଷ୍ଠାନ ହେଉଛି ମଣିଷ ଗଢା କାରଖାନା । ଶିକ୍ଷା ଓ ତପସ୍ୟାର ପ୍ରାଣକେନ୍ଦ୍ର । ପିଲାଙ୍କୁ ଶିକ୍ଷାନୁଷ୍ଠାନ ପ୍ରତି ଆକୃଷ୍ଠ କରିବାକୁ ନାନା ଯୋଜନା । କେଉଁଠି ସ୍କୁଲକୁ ରୂପାନ୍ତରିକରଣ କରାଗଲାଣି ତ ଆଉ କେଉଁଠି ସ୍ମାର୍ଟ କ୍ଲାସରୁମ୍‌ର ବ୍ୟବସ୍ଥା । ଆଧୁନିକତାର ଛାପ ନେଇ ଏନେକ ପ୍ଲେ ସ୍କୁଲ ବା ନର୍ସରୀ ସ୍କୁଲ ମଧ୍ୟ ଗଢି ଉଠିଛି । କିନ୍ତୁ ଏସବୁ ଆଧୁନିକ ଶିକ୍ଷା ଭିତରେ ବି ଏବେବି ବଞ୍ଚିଛି ସେଇ ପୁରୁଣା ଚାଟଶାଳୀ । ଆଉ ଏଠି ପାଠ ପଢୁଛନ୍ତି ଶହ ଶହ ପିଲା । ଆମେ କହୁଛୁ କଟକ ଜିଲ୍ଲା ସାଲେପୁର ବ୍ଲକ୍ ପୁରୁଣାହାଟ ପଞ୍ଚାୟତର କାଳିକାପୁର ଗାଁରେ ଥିବା ଚାଟଶାଳୀ କଥା । ୧୯୭୮ ମସିହାରୁ ଏହି ଚାଟଶାଳୀରେ ଚାଲିଛି ଶିକ୍ଷାଦାନ । ବିନା ପାରିଶ୍ରମିକରେ ଶିକ୍ଷାଦାନ କରୁଛନ୍ତି ଗୋବିନ୍ଦ ସାର୍ । ସେ ଦିବ୍ୟାଙ୍ଗ ସତ କିନ୍ତୁ ହାର ମାନି ନାହାନ୍ତି । ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଦୁରାରୋଗରେ ପୀଡିତ ହୋଇଥିଲେ ଗୋବିନ୍ଦ ସାର୍ । ହାତ ଓ ଗୋଡ ଅଚଳ ହୋଇଗଲା । ଆଉ ପାଠ ପଢ଼ିପାରିଲେ ନାହିଁ । ସେଇ ଦିନଠୁ ଗାଁର ପିଲାଙ୍କୁ ପାଠ ପଢ଼ାଉଛନ୍ତି । କିନ୍ତୁ କାହାଠୁ ନେଇନାହାନ୍ତି ପାରିଶ୍ରମିକ । ଗାଁ ମୁଣ୍ଡରେ ଥିବା ଘର ଅଗଣାରେ ଚାଲିଛି ଗୋବିନ୍ଦ ସାର୍ଙ୍କ ଚାଟଶାଳୀ । ତାଙ୍କ ହାତରେ ଗଢ଼ା ହୋଇଛି ଏହି ମଣିଷ ତିଆରି କାରଖାନା । ଗାଁର କୁନି କୁନି ପିଲା ସ୍କୁଲ ଯିବା ପୂର୍ବରୁ ପଣିକିଆ, ଯୁକ୍ତାକ୍ଷର ସହ ବୌଦ୍ଧିକ ଶିକ୍ଷା

୪୫ ବର୍ଷରୁ ଚାଲିଛି ଗୋବିନ୍ଦ ସାର୍‌ଙ୍କ ଚାଟଶାଳୀ, ବିନା ପାରିଶ୍ରମିକରେ କରୁଛନ୍ତି ଶିକ୍ଷାଦାନ

ସାଲେପୁର ୬।୯: ଶିକ୍ଷାନୁଷ୍ଠାନ ହେଉଛି ମଣିଷ ଗଢା କାରଖାନା । ଶିକ୍ଷା ଓ ତପସ୍ୟାର ପ୍ରାଣକେନ୍ଦ୍ର । ପିଲାଙ୍କୁ ଶିକ୍ଷାନୁଷ୍ଠାନ ପ୍ରତି ଆକୃଷ୍ଠ କରିବାକୁ ନାନା ଯୋଜନା । କେଉଁଠି ସ୍କୁଲକୁ ରୂପାନ୍ତରିକରଣ କରାଗଲାଣି ତ ଆଉ କେଉଁଠି ସ୍ମାର୍ଟ କ୍ଲାସରୁମ୍‌ର ବ୍ୟବସ୍ଥା । ଆଧୁନିକତାର ଛାପ ନେଇ ଏନେକ ପ୍ଲେ ସ୍କୁଲ ବା ନର୍ସରୀ ସ୍କୁଲ ମଧ୍ୟ ଗଢି ଉଠିଛି । କିନ୍ତୁ ଏସବୁ ଆଧୁନିକ ଶିକ୍ଷା ଭିତରେ ବି ଏବେବି ବଞ୍ଚିଛି ସେଇ ପୁରୁଣା ଚାଟଶାଳୀ । ଆଉ ଏଠି ପାଠ ପଢୁଛନ୍ତି ଶହ ଶହ ପିଲା । ଆମେ କହୁଛୁ କଟକ ଜିଲ୍ଲା ସାଲେପୁର ବ୍ଲକ୍ ପୁରୁଣାହାଟ ପଞ୍ଚାୟତର କାଳିକାପୁର ଗାଁରେ ଥିବା ଚାଟଶାଳୀ କଥା । 

୧୯୭୮ ମସିହାରୁ ଏହି ଚାଟଶାଳୀରେ ଚାଲିଛି ଶିକ୍ଷାଦାନ । ବିନା ପାରିଶ୍ରମିକରେ ଶିକ୍ଷାଦାନ କରୁଛନ୍ତି ଗୋବିନ୍ଦ ସାର୍ । ସେ ଦିବ୍ୟାଙ୍ଗ ସତ କିନ୍ତୁ ହାର ମାନି ନାହାନ୍ତି । ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଦୁରାରୋଗରେ ପୀଡିତ ହୋଇଥିଲେ ଗୋବିନ୍ଦ ସାର୍ । ହାତ ଓ ଗୋଡ ଅଚଳ ହୋଇଗଲା । ଆଉ ପାଠ ପଢ଼ିପାରିଲେ ନାହିଁ । ସେଇ ଦିନଠୁ ଗାଁର ପିଲାଙ୍କୁ ପାଠ ପଢ଼ାଉଛନ୍ତି । କିନ୍ତୁ କାହାଠୁ ନେଇନାହାନ୍ତି ପାରିଶ୍ରମିକ । ଗାଁ ମୁଣ୍ଡରେ ଥିବା ଘର ଅଗଣାରେ ଚାଲିଛି ଗୋବିନ୍ଦ ସାର୍ଙ୍କ ଚାଟଶାଳୀ । ତାଙ୍କ ହାତରେ ଗଢ଼ା ହୋଇଛି ଏହି ମଣିଷ ତିଆରି କାରଖାନା । ଗାଁର କୁନି କୁନି ପିଲା ସ୍କୁଲ ଯିବା ପୂର୍ବରୁ ପଣିକିଆ, ଯୁକ୍ତାକ୍ଷର ସହ ବୌଦ୍ଧିକ ଶିକ୍ଷା ଗ୍ରହଣ କରୁଛନ୍ତି । ହାତ ଧରି ପିଲାମାନକୁ ପଢାଉଛନ୍ତି ପାଠ । ତିନି ପିଢ଼ିର ପିଲା ଏଠାରେ ଶିକ୍ଷା ଗ୍ରହଣ କରିଛନ୍ତି । ଅନେକ ବିଭିନ୍ନ କ୍ଷେତ୍ରରେ ସଫଳତା ମଧ୍ୟ ପାଇଛନ୍ତି । ଗୋବିନ୍ଦ ସାର୍‌ଙ୍କ ଏଭଳି କାମ ପାଇଁ ଗ୍ରାମବାସୀ ବେଶ ଗର୍ବିତ । 

ଯୁଗ ବଦଳିବା ସହ ଆଧୁନିକତାର ଛାପ ଭିତରେ ଚାଟଶାଳୀ ଶବ୍ଦଟି ମନରୁ ହଜିଯାଇଥିବା ବେଳେ ଗୋବିନ୍ଦ ସାର୍‌ଙ୍କ ହାତଗଢା ଚାଟଶାଳୀ ନିଶ୍ଚିନ୍ତ ଏକ ଉଦାହରଣ ।

You Can Read:

ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି : ଘରେ ପଶି ଯୁବକଙ୍କୁ ଗୁଳି ମାରିଲେ ଦୁଇ ଦୁର୍ବୃତ୍ତ