୫ ବର୍ଷ ପାଇଁ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ହେଲା ଟାଟା ଗ୍ରୁପ୍‌

ମୁମ୍ବାଇ, ୨୦/୧: ଆସନ୍ତା ୫ ବର୍ଷ ପାଇଁ ଟାଟା ଗ୍ରୁପ୍‌ ଆଇପିଏଲ୍‌ର ମୁଖ୍ୟ ପ୍ରାୟାଜକ ହୋଇଛି। ଏହାଫଳରେ ୨୦୨୮ ପର୍ଯ୍ୟନ୍ତ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ରହିବ ଟାଟା। ଟାଟା ଗ୍ରୁପ୍‌କୁ ରେକର୍ଡ ମୂଲ୍ୟ ୨୫୦୦ କୋଟି ଟଙ୍କା ବିନିମୟରେ ଏହି ଅଧିକାର ମିଳିଛି। ୨୦୨୨ରେ ଭାରତ ଓ ଚୀନ୍‌ ମଧ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେବାରୁ ଭିଭୋ ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକରୁ ଓହରି ଯାଇଥିଲା। ଯାହାଫଳରେ ଟାଟା ଏହି ସଂସ୍କରଣରୁ ଆଇପିଏଲ୍‌ ପ୍ରାୟୋଜକ ହୋଇଥିଲା। ୨୦୨୩ରେ ମଧ୍ୟ ଏହି […]

୫ ବର୍ଷ ପାଇଁ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ହେଲା ଟାଟା ଗ୍ରୁପ୍‌

ମୁମ୍ବାଇ, ୨୦/୧: ଆସନ୍ତା ୫ ବର୍ଷ ପାଇଁ ଟାଟା ଗ୍ରୁପ୍‌ ଆଇପିଏଲ୍‌ର ମୁଖ୍ୟ ପ୍ରାୟାଜକ ହୋଇଛି। ଏହାଫଳରେ ୨୦୨୮ ପର୍ଯ୍ୟନ୍ତ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ରହିବ ଟାଟା। ଟାଟା ଗ୍ରୁପ୍‌କୁ ରେକର୍ଡ ମୂଲ୍ୟ ୨୫୦୦ କୋଟି ଟଙ୍କା ବିନିମୟରେ ଏହି ଅଧିକାର ମିଳିଛି। ୨୦୨୨ରେ ଭାରତ ଓ ଚୀନ୍‌ ମଧ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେବାରୁ ଭିଭୋ ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକରୁ ଓହରି ଯାଇଥିଲା। ଯାହାଫଳରେ ଟାଟା ଏହି ସଂସ୍କରଣରୁ ଆଇପିଏଲ୍‌ ପ୍ରାୟୋଜକ ହୋଇଥିଲା। ୨୦୨୩ରେ ମଧ୍ୟ ଏହି ସଂସ୍ଥା ପ୍ରାୟୋଜକ ଥିବା ବେଳେ ମହିଳା ପ୍ରିମିୟର ଲିଗ୍‌ର ମଧ୍ୟ ଟାଇଟଲ୍‌ ସ୍ପନସର ଭାବେ କାର୍ଯ୍ୟ କରିଛି। ତେବେ ଟାଟା ଗ୍ରୁପ୍‌କୁ ଆସନ୍ତା ୫ ବର୍ଷ ପାଇଁ ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକ ଅଧିକାର ଦିଆଯାଉଥିବା ସଂକ୍ରାନ୍ତରେ ବିସିସିଆଇ ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ, ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକ ପାଇଁ ବିସିସିଆଇ କଠୋର ସର୍ତ୍ତ ରଖିଥିଲା। ଯେଉଁ ପଡ଼ୋଶୀ ଦେଶଗୁଡ଼ିକଙ୍କ ସହ ଭାରତର ସଂପର୍କ ଭଲ ନାହିଁ ସେହି ରାଷ୍ଟ୍ରର ବ୍ୟବସାୟିକ ସଂସ୍ଥାଙ୍କ ସହିତ କୌଣସି କାରବାର ନକରାଯିବାକୁ ସର୍ତ୍ତ ରଖାଯାଇଥିଲା। ସେହିପରି ଫାଣ୍ଟାସି ଗେମିଂ, ସ୍ପୋର୍ଟ୍ସ ପୋଷାକ, କ୍ରିପ୍ଟୋକରେନ୍ସି, ବେଟିଂ, ଜୁଆ, ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର କରୁଥିବା ସଂସ୍ଥାମାନେ ବିଡିଂ ପ୍ରକ୍ରିୟାରେ ଭାଗ ନେଇପାରିବେନି ବୋଲି କୁହାଯାଇଥିଲା।