୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ ଲଡ଼ାଙ୍ଗ, ଫୁଲଡୁମେର, ଆମ୍ବଗୁଡ଼ା, ଗଉଡ଼ଥୁଆଗୁଡା ଓ ତ୍ରିଲୋଚନପୁର ସମେତ ୫ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୨ଟି କେନ୍ଦ୍ର ବନ୍ଦ ରହିଥିବା ବେଳେ ଠିକାଦାର କବଜାରେ ୧ଟି କେନ୍ଦ୍ର ରହିଛି ଏବଂ ଅନ୍ୟ ଦୁଇଟି କେନ୍ଦ୍ର ସହାୟିକା ଖୋଲିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ […] The post ୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ appeared first on Dharitri Odia News.

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ ଲଡ଼ାଙ୍ଗ, ଫୁଲଡୁମେର, ଆମ୍ବଗୁଡ଼ା, ଗଉଡ଼ଥୁଆଗୁଡା ଓ ତ୍ରିଲୋଚନପୁର ସମେତ ୫ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୨ଟି କେନ୍ଦ୍ର ବନ୍ଦ ରହିଥିବା ବେଳେ ଠିକାଦାର କବଜାରେ ୧ଟି କେନ୍ଦ୍ର ରହିଛି ଏବଂ ଅନ୍ୟ ଦୁଇଟି କେନ୍ଦ୍ର ସହାୟିକା ଖୋଲିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କେନ୍ଦ୍ର ମଧ୍ୟରେ ଲଡାଙ୍ଗ ଦାୟିତ୍ୱରେ ପ୍ରେମିକା ବାତ୍ରିଆ, ଫୁଲଡୁମେର ଦାୟିତ୍ୱରେ ଜୟନ୍ତୀ ବାତରିଆ, ଆମ୍ବଗୁଡ଼ା ଝୁନି ତୁଳ, ଗଉଡ଼ ଥୁଆଗୁଡ଼ା ଅନୁଜା ପରିଡ଼ା ଓ ତ୍ରିଲୋଚନପୁର କେନ୍ଦ୍ର ଦାୟିତ୍ୱରେ ସୂର୍ଣ୍ଣଲତା ସିଂ ରହିଛନ୍ତି। ଏଥିମଧ୍ୟରୁ କେବଳ ତ୍ରିଲୋଚନପୁର ଓ ଆମ୍ବଗୁଡା କେନ୍ଦ୍ର ସହାୟିକା ଖୋଲିଥିବା ଦେଖୁବାକୁ ମିଳିଛି। ଅନ୍ୟ ୩ଟି କେନ୍ଦ୍ର ମଧ୍ୟରୁ ଲଡାଙ୍ଗ କେନ୍ଦ୍ର ମୋବାଇଲ ଟାୱାର ଠିକାଦାର କବଜାରେ ରହିଥିବା ବେଳେ ଅନ୍ୟ ୨ଟି ପୁଲଡୁମେର ଓ ଗଉଡ଼ଥୁଆଗୁଡା ବନ୍ଦ ରହିଛି। ଲଡ଼ାଙ୍ଗ ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ କେନ୍ଦ୍ର ଦାୟିତ୍ୱରେ ଅଙ୍ଗନଓ୍ବାଡି କର୍ମୀ ପ୍ରେମିକା ବାତ୍ରିଆ ରହିଛନ୍ତି। ସେ ମାସ ମାସ ଧରି କେନ୍ଦ୍ରକୁ ଯାଉ ନ ଥିବା ବେଳେ ବର୍ତ୍ତମାନ କେନ୍ଦ୍ର ମୋବାଇଲ ଟାୱାର ନିର୍ମାଣ କରୁଥିବା ଠିକାଦାର ମୁକେସ ଦୁବେଙ୍କୁ ଦିଆଯାଇଛି। ଅଭିଯୋଗ କଲେ ଆଦିବାସୀଙ୍କ ସରଳତା ଦେଖି କର୍ମୀ ନାଲିଆଖି ଦେଖାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେହିପରି ଫୁଲଡୁମେର ଅଙ୍ଗନଓ୍ବାଡ଼ି କର୍ମୀ ମାସ ମାସ ଧରି ଆସୁ ନ ଥିବା ବେଳେ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ସହାୟିକା ଆଣି ତାଙ୍କ ଘରେ ଛତୁଆ ଦେଉଥିବା ଅଭିଯୋଗ ହେଉଛି। ଆମ୍ବଗୁଡ଼ା କେନ୍ଦ୍ର ଦାୟିତ୍ୱବରେ ଥିବା କର୍ମୀ ଝୁନି ତୁଳ ମଧ୍ୟ ନିୟମିତ ଅସୁ ନ ଥିବା ଅଭିଯୋଗ ହେଉଛି। ଗାଁର କିଛି ଲୋକ ରଖିଛି କେନ୍ଦ୍ର ତଦନ୍ତରେ କିଏ ଆସିଲେ ଫୋନ କଲ ଯିବା ମାତ୍ରେ କେନ୍ଦ୍ରକୁ ଆସୁଛି ଏବଂ ସହାୟିକା କେନ୍ଦ୍ର ଖୋଲି ରହିଥାଉଛି। ସେହିପରି ତ୍ରିଲୋଚନପୁର କେନ୍ଦ୍ର ଦାୟିତ୍ୱରେ ରହିଥିବା ସ୍ବର୍ଣ୍ଣଲତା ସିଂ ମଧ୍ୟ ନିୟମିତ ଆସୁ ନ ଥିବା ଅଭିଯୋଗ ହେଉଛି। କିନ୍ତୁ ସହାୟିକା କେନ୍ଦ୍ର ଖୋଲି ରହୁଛି। ଏ ନେଇ ପୂର୍ବରୁ ଅଙ୍ଗନଓ୍ବାଡି କର୍ମୀମାନେ ମାସ ମାସ ଧରି କେନ୍ଦ୍ରରେ ଅନୁପସ୍ଥିତ ରହୁଥିବା ନେଇ ନାଏବ ସରପଞ୍ଚ ତରଣୀସେନ ବାଗ ପଞ୍ଚାୟତ ସମିତି ବୈଠକରେ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ପଞ୍ଚାୟତରେ ଏକ ବୈଠକ ମଧ୍ୟ ହୋଇଥିଲା। ନିୟମିତ ଡ୍ୟୁଟି କରିବୁ ବୋଲି କର୍ମୀମାନେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ପୁଣି କାର୍ଯ୍ୟରେ ଅବହେଳା କରୁଥିବା ନେଇ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଆଇସିଡିଏସ ସୁପରଭାଇଜର ମନ୍ଦାର ଛାତ୍ରିଆଙ୍କୁ ପଚାରିବାରୁ ତ୍ରିଲୋଚନପୁର ଦାୟିତ୍ୱରେ ଥିବା ଜ୍ୟୋସ୍ନା ମିଶ୍ର କିଛି ମାସ ତଳେ ଅବସର ନେବା ପରେ ମୋତେ ଦାୟିତ୍ୱ ଦିଆଯାଇଛି। ମୋ ଅଧୀନରେ ୬୦ରୁ ଊଦ୍ଧର୍‌ବ କେନ୍ଦ୍ର ରହିଥିବା ବେଳେ ସବୁ କେନ୍ଦ୍ର ଯିବା ସମ୍ଭବ ହେଉନାହିଁ। ମୁଁ ବାରମ୍ବାର ସମସ୍ତଙ୍କୁ ସେଣ୍ଟର ଯିବା ପାଇଁ କହୁଛି। ଏ ନେଇ ସିଡିପିଓ ବିଜୟଶ୍ରୀ ସିଂଦେଓଙ୍କୁ ପଚାରିବାରୁ ଆମ ଅଙ୍ଗନଓ୍ବାଡି କେନ୍ଦ୍ର କୌଣସି ଠିକାଦାରଙ୍କୁ ନ ଦେବା କଥା। ତ୍ରିଲୋଚନପୁର କର୍ମୀମାନଙ୍କୁ ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା। ସୋମବାର ସମସ୍ତ କର୍ମୀଙ୍କୁ ଭେଟିବି ବୋଲି ପ୍ରକାଶ କରିଛନ୍ତି। ମାସ ମାସ ଧରି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

The post ୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ appeared first on Dharitri Odia News.