୯୨ ବର୍ଷୀୟ ଆଥଲେଟ୍ ଚାମ୍ପିଅନ
ନିଜର ପରିଣତ ବୟସରେ ସମସ୍ତେ ଚାହାଁନ୍ତି ଘରେ ଆରାମ କରିବେ । ଘରେ ରହି ନିଜ ପରିବାର ସଦସ୍ୟଙ୍କ ସେବାକୁ ଉପଭୋଗ କରିବେ । ହେଲେ ରାଜସ୍ଥାନର ୯୨ ବର୍ଷୀୟ ବୃଦ୍ଧା ପାନା ଦେବୀ ବର୍ତ୍ତମାନ ସୋସିଆଲ ମିଡିଆରେ ଷ୍ଟାର ପାଲଟିଛନ୍ତି । ନିଜର ପରିଣତ ବୟସରେ ସେ ପାଲଟିଛନ୍ତି ନ୍ୟାସନାଲ ମାଷ୍ଟର ଆଥ୍ଲେଟିକ୍ସ ଚାମ୍ପିଅନ । ସେ ତିନୋଟି ଇଭେଣ୍ଟରେ ଗୋଲଡ଼ ମେଡାଲ ସହିତ ୱାର୍ଲଡ ଚାମ୍ପିଅନ୍ସିପ୍ରେ ଭାଗ ନେବାକୁ ପ୍ରସ୍ତୁତ ହେଉଥିବା ସୂଚନା ରହିଛି […]

ନିଜର ପରିଣତ ବୟସରେ ସମସ୍ତେ ଚାହାଁନ୍ତି ଘରେ ଆରାମ କରିବେ । ଘରେ ରହି ନିଜ ପରିବାର ସଦସ୍ୟଙ୍କ ସେବାକୁ ଉପଭୋଗ କରିବେ । ହେଲେ ରାଜସ୍ଥାନର ୯୨ ବର୍ଷୀୟ ବୃଦ୍ଧା ପାନା ଦେବୀ ବର୍ତ୍ତମାନ ସୋସିଆଲ ମିଡିଆରେ ଷ୍ଟାର ପାଲଟିଛନ୍ତି । ନିଜର ପରିଣତ ବୟସରେ ସେ ପାଲଟିଛନ୍ତି ନ୍ୟାସନାଲ ମାଷ୍ଟର ଆଥ୍ଲେଟିକ୍ସ ଚାମ୍ପିଅନ । ସେ ତିନୋଟି ଇଭେଣ୍ଟରେ ଗୋଲଡ଼ ମେଡାଲ ସହିତ ୱାର୍ଲଡ ଚାମ୍ପିଅନ୍ସିପ୍ରେ ଭାଗ ନେବାକୁ ପ୍ରସ୍ତୁତ ହେଉଥିବା ସୂଚନା ରହିଛି । ନିଜର ବୟସକୁ ହରାଇ ସେ ଆଜି ଏହି ସଫଳତା ପାଇପାରିଥିବାରୁ ଅନେକଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି । ପୁଣେରେ ଆୟୋଜନ ହୋଇଥିବା ୪୪ତମ ନ୍ୟାସନାଲ ମାଷ୍ଟର ଆଥ୍ଲେଟିକ୍ସ ଚାମ୍ପିଅନସିପ୍ ୨୦୨୪ ଜିତିବାରେ ସଫଳ ହୋଇଛନ୍ତି । ସେ ଗୋଟିଏ ଗୋଲï ମେଡାଲ ୧୦୦ ମିଟର ଦୌଡ ଓ ଅନ୍ୟ ଦୁଇଟି ମେଡାଲ ସଟ୍ପୁଟ୍ ଓ ଡିସକସ୍ ଥ୍ରୋରେ ପାଇଥିବା ଜଣା ପଡିଛି । ଆଗକୁ ସେ ୱାଲïର୍ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତ ହେବା ପାଇଁ ସ୍ୱିଡେନ୍ ଯିବା ଯୋଜନା ରହିଥିବା ଜଣା ପଡିଛି । ତେବେ ବୃଦ୍ଧା ନିଜ ଫିଟ୍ ନେସ୍ ପାଇଁ ଘରୋଇ ଖାଇବା, ରୁଟିନ୍ ଲାଇଫ୍କୁ ଶ୍ରେୟ ଦେଇଛନ୍ତି ।