ଅସଲି ପୋଲିସ ସ୍ତ୍ରୀଙ୍କ ନକଲି କାରନାମା, ସ୍ବାମୀଙ୍କ ଡ୍ରେସ୍ ପିନ୍ଧି ସୋସିଆଲ ମିଡିଆରେ ରଖିଥିଲେ ଡିପି
ଭୁବନେଶ୍ୱର,୧୩ା୪: ଅସଲି ପୋଲିସ ସ୍ତ୍ରୀଙ୍କ ନକଲି କାରନାମା ଏବେ ଧରାପଡ଼ିଯାଇଛି। ଏସ୍ଓଜିରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ସ୍ତ୍ରୀ ଗିରଫ ହୋଇଛନ୍ତି। ସବୁଠୁ ରୋଚକ ଖବର ହେଲା ସେ ସ୍ବାମୀଙ୍କ ପୋଲିସ ପୋଷାକ ପିନ୍ଧି ସୋସିଆଲ ମିଡିଆରେ ତାଙ୍କର ଡିପି ରଖିଥିଲେ। ପରେ ସୋସିଆଲ ମିଡିଆରେ ଲୋକଙ୍କ ସହ ବନ୍ଧୁତା କରିଥିଲେ। ଏହି ବନ୍ଧୁତା କରି ସେ ଅନେକ ଲୋକଙ୍କୁ ଠକିଛନ୍ତି। ଚନ୍ଦକା ଅଞ୍ଚଳର ଦମ୍ପତିଙ୍କୁ ଠକିବା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। […] The post ଅସଲି ପୋଲିସ ସ୍ତ୍ରୀଙ୍କ ନକଲି କାରନାମା, ସ୍ବାମୀଙ୍କ ଡ୍ରେସ୍ ପିନ୍ଧି ସୋସିଆଲ ମିଡିଆରେ ରଖିଥିଲେ ଡିପି appeared first on Dharitri Odia News.
ଭୁବନେଶ୍ୱର,୧୩ା୪: ଅସଲି ପୋଲିସ ସ୍ତ୍ରୀଙ୍କ ନକଲି କାରନାମା ଏବେ ଧରାପଡ଼ିଯାଇଛି। ଏସ୍ଓଜିରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ସ୍ତ୍ରୀ ଗିରଫ ହୋଇଛନ୍ତି। ସବୁଠୁ ରୋଚକ ଖବର ହେଲା ସେ ସ୍ବାମୀଙ୍କ ପୋଲିସ ପୋଷାକ ପିନ୍ଧି ସୋସିଆଲ ମିଡିଆରେ ତାଙ୍କର ଡିପି ରଖିଥିଲେ। ପରେ ସୋସିଆଲ ମିଡିଆରେ ଲୋକଙ୍କ ସହ ବନ୍ଧୁତା କରିଥିଲେ। ଏହି ବନ୍ଧୁତା କରି ସେ ଅନେକ ଲୋକଙ୍କୁ ଠକିଛନ୍ତି।
ଚନ୍ଦକା ଅଞ୍ଚଳର ଦମ୍ପତିଙ୍କୁ ଠକିବା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଭୁବନେଶ୍ୱର ଅନ୍ଧାରୁଆର ଦମ୍ପତିଙ୍କୁ ୮ ଲକ୍ଷ ୭୫ ହଜାର ଠକେଇ କରି ନେଇଛନ୍ତି ଏସ୍ଓଜିଙ୍କ ସ୍ତ୍ରୀ। ଏନେଇ ସାଇବର ଥାନାରେ ଏତଲା ପରେ ଉକ୍ତ କନଷ୍ଟେବଳଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି ପୋଲିସ।
The post ଅସଲି ପୋଲିସ ସ୍ତ୍ରୀଙ୍କ ନକଲି କାରନାମା, ସ୍ବାମୀଙ୍କ ଡ୍ରେସ୍ ପିନ୍ଧି ସୋସିଆଲ ମିଡିଆରେ ରଖିଥିଲେ ଡିପି appeared first on Dharitri Odia News.