ପଶ୍ଚିମବଙ୍ଗ: ବିରୋଧ ମଧ୍ୟରେ ୪୩ ଡାକ୍ତରଙ୍କ ବଦଳି, ଜାଣନ୍ତୁ କ’ଣ କହିଛି BJP?
କୋଲକାତା : ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହିତ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଏବେ ଜନ ଆକ୍ରୋଶ ଦେଖିବାକୁ ମିଳୁଛି। ଡାକ୍ତରମାନେ ସଡକକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥି ମଧ୍ୟରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ସଙ୍ଗରେ ୪୩ ଜଣ ସରକାରୀ ଡାକ୍ତରଙ୍କୁ ବଦଳି କରିଦେଇଛି। ଏହି ଆଦେଶ ଶୁକ୍ରବାର ଜାରି ହୋଇଥିଲା ଓ କୁହାଯାଇଥିଲା ଯେ ଏହି ବଦଳି ରାଜ୍ୟପାଳଙ୍କ ଇଛାରେ ହୋଇଛି। ଶନିବାର ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ସେତେବେଳେ ନେଇଛନ୍ତି ଯେତେବେଳେ ଆରଜି କରର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ ସ୍ୱାସ୍ଥ୍ୟ ବିଭାଗକୁ ଯାଇ ଉଚ୍ଚ ଅଧିକାରୀଙ୍କୁ ଭେଟିଥିଲେ। କୁହାଯାଉଛି ତାଙ୍କ କହିବା ଅନୁସାରେ ବିଭାଗ ଏହି ପଦକ୍ଷେପ ନେଇଛି। ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧିନସ୍ଥ ଏହି ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ଲାଗିଛି। ତେବେ ବିଜେପି ଏହି ପଦକ୍ଷେପକୁ ମମତା ବାନାର୍ଜୀ ସରକାରଙ୍କ ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନ ବୋଲି କହିଛି। ପାର୍ଟି କହିଛି ଯେ ଏହି ଡାକ୍ତରମାନେ ଆରଜିକର ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହିତ ଦୁଷ୍କର୍ମ ଓ ହତ୍ୟା ମାମଲା ବିରୋଧରେ ଶ୍ୱର ଉତ୍ତୋଳନ କରିଥିଲେ, ଏହି କାରଣରୁ ସେମାନଙ୍କର ବଦଳି କରି ଦିଆଯାଇଛି। ଏଥିରୁ କିଛି ଡାକ୍ତରଙ୍କ ବଦଳି ଦୁର୍ଗମ ଅଞ୍ଚଳକ
କୋଲକାତା : ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହିତ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଏବେ ଜନ ଆକ୍ରୋଶ ଦେଖିବାକୁ ମିଳୁଛି। ଡାକ୍ତରମାନେ ସଡକକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥି ମଧ୍ୟରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ସଙ୍ଗରେ ୪୩ ଜଣ ସରକାରୀ ଡାକ୍ତରଙ୍କୁ ବଦଳି କରିଦେଇଛି। ଏହି ଆଦେଶ ଶୁକ୍ରବାର ଜାରି ହୋଇଥିଲା ଓ କୁହାଯାଇଥିଲା ଯେ ଏହି ବଦଳି ରାଜ୍ୟପାଳଙ୍କ ଇଛାରେ ହୋଇଛି।
ଶନିବାର ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ସେତେବେଳେ ନେଇଛନ୍ତି ଯେତେବେଳେ ଆରଜି କରର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷ ସ୍ୱାସ୍ଥ୍ୟ ବିଭାଗକୁ ଯାଇ ଉଚ୍ଚ ଅଧିକାରୀଙ୍କୁ ଭେଟିଥିଲେ। କୁହାଯାଉଛି ତାଙ୍କ କହିବା ଅନୁସାରେ ବିଭାଗ ଏହି ପଦକ୍ଷେପ ନେଇଛି। ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧିନସ୍ଥ ଏହି ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ଲାଗିଛି। ତେବେ ବିଜେପି ଏହି ପଦକ୍ଷେପକୁ ମମତା ବାନାର୍ଜୀ ସରକାରଙ୍କ ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନ ବୋଲି କହିଛି।
ପାର୍ଟି କହିଛି ଯେ ଏହି ଡାକ୍ତରମାନେ ଆରଜିକର ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହିତ ଦୁଷ୍କର୍ମ ଓ ହତ୍ୟା ମାମଲା ବିରୋଧରେ ଶ୍ୱର ଉତ୍ତୋଳନ କରିଥିଲେ, ଏହି କାରଣରୁ ସେମାନଙ୍କର ବଦଳି କରି ଦିଆଯାଇଛି। ଏଥିରୁ କିଛି ଡାକ୍ତରଙ୍କ ବଦଳି ଦୁର୍ଗମ ଅଞ୍ଚଳକୁ କରାଯାଇଥିବା ପାର୍ଟି କହିଛି। ଏହି ବଦଳିବିରୋଧରେ ଡାକ୍ତରଙ୍କ ସଂଘ ‘ୟୁନାଇଟେଡ ଡକ୍ଟର୍ସ ଫ୍ରଣ୍ଟ ଆସୋସିଏସନ’ ମଧ୍ୟ ବିରୋଧ କରିଛି। ସଂଘ ଏକ ବୟାନରେ କହିଛି ଯେ ଆମ ବିରୋଧକୁ ସମର୍ଥନ କରୁଥିବା ସଦସ୍ୟଙ୍କୁ ଅନ୍ୟାୟପୂର୍ଣ୍ଣ ଉପାୟରେ ବଦଳି କରାଯାଇଛି।
ଏହି ପ୍ରସଙ୍ଗରେ ସ୍ୱାସ୍ଥ୍ୟ ସେବା ଡାକ୍ତରଙ୍କ ସଙ୍ଗଠନ ‘ଆସୋସିଏସନ ଅଫ ହେଲଥ୍ ସର୍ଭିସ ଡକ୍ଟର୍ସ’ର ସାଧାରଣ ସମ୍ପାଦକ ଉତ୍ପଳ ବାନାର୍ଜୀ କହିଛନ୍ତି ଯେ ଏହି ସମୟରେ ସବୁ ଡାକ୍ତର ଏହି ଘଟଣା ବିରୋଧରେ ଛିଡା ହୋଇଛନ୍ତି। ଏଥିରେ କିଛି ଡାକ୍ତର ଅଧିକ ସକ୍ରିୟତାର ସହ ଅଂଶଗ୍ରହଣ କରିଛନ୍ତି। ଆମମାନଙ୍କ ପ୍ରମୋସନ ଅଟକା ଯାଇଛି, ଏଥିରେ ଏହି ଡାକ୍ତରମାନଙ୍କର ବଦଳି କାହିଁକି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ପ୍ରସଙ୍ଗରେ ମୁଁ କିଛି ବି ଜାଣେନା। ଏଣୁ ମୋ ପାଖରେ କହିବାକୁ କିଛି ନାହିଁ।