IPS Reshuffle: କମିଶନରେଟ୍ ପୋଲିସରେ ୩ ଯୁବ IPS
ଭୁବନେଶ୍ୱର,୨୮।୨: ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବରର ଡିସିପି ରହିଥିବା ପିନାକ ମିଶ୍ରଙ୍କୁ ତାଙ୍କ ସ୍ଥାନରୁ ବଦଳି କରାଯାଇଛି। ପିନାକଙ୍କୁ ଏସଟିଏଫ ଡିଜି ଭାବେ ନିଯୁକ୍ତି ମିଳିଛି। ପ୍ରଥମ କରି କମିଶନରେଟ୍ ପୋଲିସରେ ୩ ଯୁବ IPS। ଅଙ୍କିତ କୁମାର ବର୍ମା ହେଲେ ଭୁବନେଶ୍ବର ଅତିରିକ୍ତ […] The post IPS Reshuffle: କମିଶନରେଟ୍ ପୋଲିସରେ ୩ ଯୁବ IPS appeared first on Dharitri Odia News.
ଭୁବନେଶ୍ୱର,୨୮।୨: ଶୁକ୍ରବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ଟ୍ବିନ ସିଟି କଟକ ଓ ଭୁବନେଶ୍ବରର ଡିସିପିଙ୍କୁ ବଦଳି କରାଯାଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ବର DCP ଭାବେ ନିଯୁକ୍ତି ମିଳିଥିବା ବେଳେ ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବରର ଡିସିପି ରହିଥିବା ପିନାକ ମିଶ୍ରଙ୍କୁ ତାଙ୍କ ସ୍ଥାନରୁ ବଦଳି କରାଯାଇଛି। ପିନାକଙ୍କୁ ଏସଟିଏଫ ଡିଜି ଭାବେ ନିଯୁକ୍ତି ମିଳିଛି।
ପ୍ରଥମ କରି କମିଶନରେଟ୍ ପୋଲିସରେ ୩ ଯୁବ IPS। ଅଙ୍କିତ କୁମାର ବର୍ମା ହେଲେ ଭୁବନେଶ୍ବର ଅତିରିକ୍ତ DCP। ଜୟପୁର SDPO ଥିଲେ ଅଙ୍କିତ କୁମାର ବର୍ମା। ଅମ୍ରିତ ପାଲ୍ କୌରଙ୍କୁ ଭୁବନେଶ୍ବର ADCP ଦାୟିତ୍ବ। ପଦ୍ମପୁର SDPO ଥିଲେ ଅମ୍ରିତ ପାଲ୍ କୌର। ସୋନାଲି ସିଂ ପରମାର୍ ହେଲେ ଭୁବନେଶ୍ବର ACP। ବଣାଇ SDPO ଥିଲେ ସୋନାଲି ସିଂ ପରମାର୍।
The post IPS Reshuffle: କମିଶନରେଟ୍ ପୋଲିସରେ ୩ ଯୁବ IPS appeared first on Dharitri Odia News.