ଅଟୋ ଡ୍ରାଇଭରଙ୍କ ମହାନତା, ଯାତ୍ରୀଙ୍କୁ ଫେରାଇଲେ ୫ ଲକ୍ଷ ଟଙ୍କାର ସୁନା ଗହଣା
ଆଖି ଆଗରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ହେଲେ ମନରେ ଆସିନଥିଲା ଲୋଭ। ଯାତ୍ରୀଙ୍କୁ ଖୋଜି ତାଙ୍କ ଜିନିଷ ଫେରାଇ ଦେବା ପାଇଁ କରିଥିଲେ ପ୍ରୟାସ।
ଆଖି ଆଗରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ହେଲେ ମନରେ ଆସିନଥିଲା ଲୋଭ। ଯାତ୍ରୀଙ୍କୁ ଖୋଜି ତାଙ୍କ ଜିନିଷ ଫେରାଇ ଦେବା ପାଇଁ କରିଥିଲେ ପ୍ରୟାସ। ବିଫଳ ହେବାରୁ ପୁଲିସ୍ ଜିମାରେ ଦେଇଥିଲେ ସୁନା ଅଳଙ୍କାର। ସାମାଜିକ ଗଣମାଧ୍ୟମରେ ଏ ଖବର ଆସିବା ପରେ ସଂପୃକ୍ତ ଯାତ୍ରୀ ଥାନାରେ ପହଞ୍ଚି ନେଇଥିଲେ ତାଙ୍କର ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଆଉ ଏହି ଘଟଣାକୁ ନେଇ ଅଟୋ ଚାଳକ ଇନାୟତ ଖାନ କାଦ୍ରୀଙ୍କୁ ସମସ୍ତେ କରିଛନ୍ତି ପ୍ରଶଂସା। ଘଟଣାଟି ଭଦ୍ରକର।