ଅଭିନେତ୍ରୀ ରିୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ଜେରା କଲା ପୋଲିସ
ଭୁବନେଶ୍ୱର,୧୨।୭: ଘରୋଇ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ବାମୀଙ୍କୁ ପୋଲିସ ଜେରା କରିଛି। ବିଡାନାସୀ ସ୍ଥିତ ଘରେ ରିୟାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଜେରା ହୋଇଛି । ଚନ୍ଦ୍ରଶେଖରପୁର ଥାନାରୁ ଏହି ମାମଲା ବିଡାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି । ଏହାପରେ ତଦନ୍ତ ଆରମ୍ଭ ହୋଇଛି । ଗୁରୁବାର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡୁ ମାମଲା ରୁଜୁ କରିଛି। ଭୁବନେଶ୍ବର ଡିସିପି, ଖୋର୍ଦ୍ଧା ଡିଏଲଓ, ଜିଲା […] The post ଅଭିନେତ୍ରୀ ରିୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ଜେରା କଲା ପୋଲିସ appeared first on Dharitri Odia News.
ଭୁବନେଶ୍ୱର,୧୨।୭: ଘରୋଇ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ବାମୀଙ୍କୁ ପୋଲିସ ଜେରା କରିଛି। ବିଡାନାସୀ ସ୍ଥିତ ଘରେ ରିୟାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଜେରା ହୋଇଛି । ଚନ୍ଦ୍ରଶେଖରପୁର ଥାନାରୁ ଏହି ମାମଲା ବିଡାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି । ଏହାପରେ ତଦନ୍ତ ଆରମ୍ଭ ହୋଇଛି ।
ଗୁରୁବାର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡୁ ମାମଲା ରୁଜୁ କରିଛି। ଭୁବନେଶ୍ବର ଡିସିପି, ଖୋର୍ଦ୍ଧା ଡିଏଲଓ, ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୫ ସୁଦ୍ଧା ତଦନ୍ତ ସାରି ରିପୋର୍ଟ ଦେବାକୁ କୁହାଯାଇଛି।
ରିୟା ଓ ତାଙ୍କ ସ୍ବାମୀ ସୁନୀଲ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ପୀଡ଼ିତା ବର୍ଷା ବେହେରା (୧୯) ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ବର୍ଷାଙ୍କୁ ରିୟା ଦେଢ଼ବର୍ଷ ଧରି କାମ କରାଇବା ପରେ ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରୁଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।
The post ଅଭିନେତ୍ରୀ ରିୟାଙ୍କ ସହ ତାଙ୍କ ସ୍ବାମୀଙ୍କୁ ଜେରା କଲା ପୋଲିସ appeared first on Dharitri Odia News.