ଅଭୟା ମା’ଙ୍କ ଭାବପ୍ରବଣ ଚିଠି, କହିଲେ ଝିଅ କହୁଥିଲା ଟଙ୍କା ଲୋଡା ନାହିଁ’

ପଶ୍ଚିମବଙ୍ଗ ୦୭/୦୯: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଘଟଣାକୁ ବିତିଗଲାଣି ଅନେକ ଦିନ । ତଥାପି ରହସ୍ୟ ଉପରୁ ଉଠିପାରିନି ପରଦା । ସିବିଆଇ ହାତରେ ତଦନ୍ତ ଭାର । ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ। ସିବିଆଇ ଟିମ୍ ଆରଜି କର ମେଡିକାଲର କ୍ରାଇମ ସ୍ପଟ ସେମିନାର ହଲକୁ ଯାଇ ତନାଘନା ବି କରିଛି। ଏଥିସହ ହସ୍ପିଟାଲ୍ ଏମର୍ଜେନ୍ସୀ ବିଲ୍ଡିଂ, ବୟଜ ହଷ୍ଟେଲ, ପ୍ରିନ୍ସିପାଲ ଅଫିସ୍ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍ । ଏବେବି ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଡାକ୍ତର ସଂଘ । ସାରା ରାତି ଉଜାଗର ରହି ନ୍ୟାୟ ମାଗୁଛନ୍ତି ସାଧାରଣ ଲୋକେ । ଏହାରି ଭିତରେ ମୁହଁ ଖୋଲିଛନ୍ତି ଅଭୟାଙ୍କ ମାଆ । ଚିଠି ଲେଖି କହିଛନ୍ତି ମୃତା ଝି୍ର ମନକଥା । ମାଁ ମୋର ପଇସା ଦରକାର ନାହିଁ । ଜଣେ ଭଲ ଡାକ୍ତର ଭାବେ ଲୋକେ ମୋତେ ଚିହ୍ନନ୍ତୁ । ରୋଗୀ ସେବା ମୋର ପ୍ରାଥମିକତା । ଡିଗ୍ରୀ ଥିଲେ ଟଙ୍କା ଲୋଡା ନାହିଁ । ମା ତମ ପ୍ରେରଣା ହିଁ ମୋତେ ଏଇଠି କରିଛି ଛିଡା । ଆଗକୁ ବି ତମ ସହଯୋଗରେ ମୁଁ ଦୁନିଆ ଦେଖିବି। ହେଲେ ଏସବୁ କଥା ଏବେ ଇତିହାସ । କାରଣ ଯାହା ମୁହଁରେ ଏସବୁ ଶୁଣିବାକୁ ମିଳିଥିଲା । ସେ ଆଜି ପରପାରିରେ । ଅଧା ରହିଯାଇଛି ସ୍ୱପ୍ନ ଓ ଲକ୍ଷ୍ୟ । ଆଜ୍ଞା ହଁ ଏକଥା ଆମେ କହୁନୁ ବରଂ ଏ ଶବୁ କଥା ଜଣେ ଝିଅର । ଆଉ ସେହି ଝିଅ ଚାଲିଯିବା ପରେ ଛାତିକୁ ପଥର କରି ଦୁନିଆ ଆଗରେ ବଖାଣୁଛି ମାଆ । ନିଜକୁ କହିହେଉଛି ମୁଁ ହେଲି ସେହି ହତଭାଗିନୀ ମାଆ । ଯି

ଅଭୟା ମା’ଙ୍କ ଭାବପ୍ରବଣ ଚିଠି, କହିଲେ ଝିଅ କହୁଥିଲା ଟଙ୍କା ଲୋଡା ନାହିଁ’

ପଶ୍ଚିମବଙ୍ଗ ୦୭/୦୯: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଘଟଣାକୁ ବିତିଗଲାଣି ଅନେକ ଦିନ  ତଥାପି ରହସ୍ୟ ଉପରୁ ଉଠିପାରିନି ପରଦା  ସିବିଆଇ ହାତରେ ତଦନ୍ତ ଭାର  ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ। ସିବିଆଇ ଟିମ୍ ଆରଜି କର ମେଡିକାଲର କ୍ରାଇମ ସ୍ପଟ ସେମିନାର ହଲକୁ ଯାଇ ତନାଘନା ବି କରିଛି। ଏଥିସହ ହସ୍ପିଟାଲ୍ ଏମର୍ଜେନ୍ସୀ ବିଲ୍ଡିଂବୟଜ ହଷ୍ଟେଲପ୍ରିନ୍ସିପାଲ ଅଫିସ୍ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍  ଏବେବି ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଡାକ୍ତର ସଂଘ  ସାରା ରାତି ଉଜାଗର ରହି ନ୍ୟାୟ ମାଗୁଛନ୍ତି ସାଧାରଣ ଲୋକେ  ଏହାରି ଭିତରେ ମୁହଁ ଖୋଲିଛନ୍ତି ଅଭୟାଙ୍କ ମାଆ  ଚିଠି ଲେଖି କହିଛନ୍ତି ମୃତା ଝି୍ର ମନକଥା  

ମାଁ ମୋର ପଇସା ଦରକାର ନାହିଁ  ଜଣେ ଭଲ ଡାକ୍ତର ଭାବେ ଲୋକେ ମୋତେ ଚିହ୍ନନ୍ତୁ  ରୋଗୀ ସେବା ମୋର ପ୍ରାଥମିକତା  ଡିଗ୍ରୀ ଥିଲେ ଟଙ୍କା ଲୋଡା ନାହିଁ  ମା ତମ ପ୍ରେରଣା ହିଁ ମୋତେ ଏଇଠି କରିଛି ଛିଡା  ଆଗକୁ ବି ତମ ସହଯୋଗରେ ମୁଁ ଦୁନିଆ ଦେଖିବି ହେଲେ ଏସବୁ କଥା ଏବେ ଇତିହାସ  କାରଣ ଯାହା ମୁହଁରେ ଏସବୁ ଶୁଣିବାକୁ ମିଳିଥିଲା  ସେ ଆଜି ପରପାରିରେ  ଅଧା ରହିଯାଇଛି ସ୍ୱପ୍ନ ଓ ଲକ୍ଷ୍ୟ  ଆଜ୍ଞା ହଁ ଏକଥା ଆମେ କହୁନୁ ବରଂ ଏ ଶବୁ କଥା ଜଣେ ଝିଅର  ଆଉ ସେହି ଝିଅ ଚାଲିଯିବା ପରେ ଛାତିକୁ ପଥର କରି ଦୁନିଆ ଆଗରେ ବଖାଣୁଛି ମାଆ  ନିଜକୁ କହିହେଉଛି ମୁଁ ହେଲି ସେହି ହତଭାଗିନୀ ମାଆ  ଯିଏ ଫୁଲ ପରି ଝିଅକୁ ହରାଇ ବାହୁନି କାନ୍ଦୁଛି  ଝିଅ ଫେରିବନି ହେଲେ ମୋ ପାଇଁ ସେ ଅମର  


ଏତିକିରେ ସରିନି ମାଆର ମନ କଥା । ସେ ଡାକ୍ତରକଲେଜର ଶିକ୍ଷକସ୍ୱାସ୍ଥ୍ୟ ଅଧିକାରୀନର୍ସିଂ ଷ୍ଟାଫ୍‌ଙ୍କୁ ହାତଯୋଡି ହୋଇଛନ୍ତି ନେହୁରା । କହିଛନ୍ତି ଯଦି କିଛି ପ୍ରମାଣ ଅଛି ସର୍ବସମ୍ମୁଖକୁ ଆଣ । ମୁହଁ ବନ୍ଦ କରି ରଖନି । କାରଣ ଜଣେ ମୁହଁ ବନ୍ଦ ରଖିଲେ ଅପରାଧୀକୁ ପ୍ରୋତ୍ସାହନ ମିଳେ । ଏମିତିକି ଗୋଟିଏ ଭୁଲ୍ ଲୁଚାଇଲେ ବଢିଚାଲେ ଏକାଧିକ ଭୁଲ୍ । ସେପଟେ ମାଆଙ୍କ ପରେ ମୁହଁ ଖୋଲିଛନ୍ତି ମାଉସୀ । ତାଙ୍କ କହିବା କଥା ଚୁପ ରହିବାକୁ ପୋଲିସ ଯାଚୁଥିଲା ଟଙ୍କା । ଗତ ୧୧ ତାରିଖ ରାତିରେ ପୀଡ଼ିତାଙ୍କ ପରିବାରକୁ ଏଥିପାଇଁ କରାଯାଇଥିଲା ବାଧ୍ୟ ।

ଅନ୍ୟପଟେ କୋଲକାତା ଆରଜି କର ମେଡିକାଲ୍ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଦୁର୍ନୀତି ମାମଲାରେ କୋଲକାତା ହାଇକୋର୍ଟ ଦେଇଥିବା ସିବିଆଇ ତଦନ୍ତ ନିର୍ଦ୍ଦେଶ ବିରୋଧରେ ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତିଆର୍ଥିକ ଅନିୟମିତତା ଅଭିଯୋଗ ସମ୍ପର୍କିତ ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ କରିବା ଅଧିକାର ସନ୍ଦୀପ ଘୋଷଙ୍କର ନାହିଁ। ସେପଟେ ସନ୍ଦୀପ ଘୋଷ କହିଛନ୍ତିସେ ତଦନ୍ତ ବିରୋଧୀ ନୁହଁନ୍ତି। କିନ୍ତୁ କୋଲକାତା ହାଇକୋର୍ଟ ତାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ଆପତ୍ତି ଉଠାଇଛନ୍ତି। ଆରଜି କର ଦୁଷ୍କର୍ମ ଘଟଣା ସହିତ ତାଙ୍କୁ ଯୋଡିବା ଅନ୍ୟାୟ ବୋଲି ସନ୍ଦୀପ ଘୋଷ କହିଛନ୍ତି।