ଆଜି ଅପରାହ୍ନ ୨ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ, ୧୦।୬(ଅଜିତ୍‌ କୁମାର ମହାନ୍ତି): ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ମଙ୍ଗଳବାର ମହାପ୍ରଭୁଙ୍କ ସେନାପଟା ନୀତି ଅନୁଷ୍ଠିତ ହେବ। ସେନାପଟା ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ପ୍ରଦାନ କରିଥାଏ। ତେଣୁ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ସେନାପଟା ଲାଗି କରାଇଥାନ୍ତି। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରୁ ଏହା ଅନ୍ୟତମ। ତେଣୁ ଏହି ଗୁପ୍ତ ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ସୋମବାର ୯ ତାରିଖ ରାତ୍ର ଆଳତି […] The post ଆଜି ଅପରାହ୍ନ ୨ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ appeared first on Dharitri Odia News.

ଆଜି ଅପରାହ୍ନ ୨ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ, ୧୦।୬(ଅଜିତ୍‌ କୁମାର ମହାନ୍ତି): ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ମଙ୍ଗଳବାର ମହାପ୍ରଭୁଙ୍କ ସେନାପଟା ନୀତି ଅନୁଷ୍ଠିତ ହେବ। ସେନାପଟା ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ପ୍ରଦାନ କରିଥାଏ।

ତେଣୁ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ସେନାପଟା ଲାଗି କରାଇଥାନ୍ତି। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରୁ ଏହା ଅନ୍ୟତମ। ତେଣୁ ଏହି ଗୁପ୍ତ ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ସୋମବାର ୯ ତାରିଖ ରାତ୍ର ଆଳତି ପହୁଡ଼ଠାରୁ ମଙ୍ଗଳବାର ଅର୍ଥାତ୍‌ ୧୦ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସେନାପଟାଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

The post ଆଜି ଅପରାହ୍ନ ୨ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ appeared first on Dharitri Odia News.