ଆଜି ଆନ୍ତର୍ଜାତିକ ମହିଳା ଦିବସ,ଆସନ୍ତୁ ଜାଣିବା କେବେଠାରୁ ଏହା ପାଳନ ହେଉଛି
ଭୁବନେଶ୍ୱର : ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ଵରେ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଛି। ପ୍ରଥମେ ୧୯୦୯ ମସିହାରେ ଫେବ୍ରୁଆରି ୨୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଇଥିଲା। ପରେ ଜାତିସଂଘ ପକ୍ଷରୁ ୧୯୭୭ରେ ନିଷ୍ପତ୍ତି ନିଆଗଲା ଯେ, ମାର୍ଚ୍ଚ ୮ ରେ ପାଳନ କରାଯିବ ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ […]

ଭୁବନେଶ୍ୱର : ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ଵରେ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଛି। ପ୍ରଥମେ ୧୯୦୯ ମସିହାରେ ଫେବ୍ରୁଆରି ୨୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଇଥିଲା। ପରେ ଜାତିସଂଘ ପକ୍ଷରୁ ୧୯୭୭ରେ ନିଷ୍ପତ୍ତି ନିଆଗଲା ଯେ, ମାର୍ଚ୍ଚ ୮ ରେ ପାଳନ କରାଯିବ ଅନ୍ତର୍ଜାତୀୟ ମହିଳା ଦିବସ।
ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ ।
ସମାଜରେ ମହିଳାଙ୍କ ଗୁରୁତ୍ଵ ଓ ସେମାନଙ୍କ ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ମହିଳା ଦିବସ ପାଳନ କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କର ବେଶ୍ ଗୁରୁତ୍ଵ ରହୁଛି। ସେ ବିଭିନ୍ନ ଭୂମିକାର ଅବତୀର୍ଣ୍ଣ। ମାଆଠାରୁ ଆରମ୍ଭ କରି ପତ୍ନୀ, ଭଉଣୀ, ବାନ୍ଧବୀ, ଝିଅ ଆଦି ସମସ୍ତ ଭୂମିକା ତୁଳାଇ ଆସୁଛନ୍ତି ମହିଳା। ଶୃଙ୍ଖଳିତ ଓ ବିକଶିତ ପରିବାର ଗଠନରେ ମଧ୍ୟ ନାରୀଙ୍କ ବେଶ୍ ପ୍ରମୁଖ ଭୂମିକା ରହୁଛି। ଏହାକୁ ସମ୍ମାନ ଜଣାଇ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଉଛି । ତେବେ ଆସନ୍ତୁ ଜାଣିବା କେବେଠାରୁ ଏହା ପାଳନ ହେଉଛି ।
ଆମେରିକାରେ ସୋସିଆଲିଷ୍ଟ ପାର୍ଟୀର ଆହ୍ୱାନରେ, ଏହି ଦିବସ ସର୍ବ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା । ୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନଲ କୋପେନହେଗନ ସମ୍ମିଳନରେ ଏହାକୁ ଅନ୍ତରାଷ୍ଟ୍ରୀୟର ମାନ୍ୟତା ଦିଆଗଲା । ସେହି ସମୟରେ ଏହାର ପ୍ରମୁଖ ଯୋଗ୍ୟ ସମ୍ପୂର୍ଣ୍ଣ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦିଆ ଯିବାରଥିଲା, କାରଣ ସେହି ସମୟରେ ବହୁ ଦେଶମାନଙ୍କରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ନଥିଲା ।
୧୯୧୭ ମସିହାରେ ଋଷର ମହିଳାମାନେ, ମହିଳା ଦିବସରେ ରୁଟି ଏବଂ କପଡ଼ା ପାଇଁ ଆନ୍ଦୋଳନ କରିବାର ଯୋଜନା କରିଥିଲେ । ଏହି ଆନ୍ଦୋଳନ ମଧ୍ୟ ଐତିହାସିକ ଥିଲା । ଅନ୍ତରୀମ ସରକାର ମହିଳା ମାନଙ୍କୁ ଭୋଟ ଦେବାର ଅଧିକାର ଦେଲେ । ସେହି ସମୟରେ ଋଷରେ ଜୁଲିୟନ କ୍ୟାଲେଣ୍ଡର ଚଳୁଥିଲା ଏବଂ ବାକି ଦୁନିଆରେ ଗ୍ରେଗେରିୟାନ କ୍ୟାଲେଣ୍ଡର । ଏହି ଦୁଇ କ୍ୟାଲେଣ୍ଡରର ତାରିଖରେ କିଛି ଅନ୍ତର ଥିଲା । ଜୁଲିୟନ କ୍ୟାଲେଣ୍ଡର ଅନୁସାରେ ୧୯୧୭ ଫେବୃଆରୀର ଶେଷ ପର୍ଯ୍ୟାୟ ୨୩ ଫେବୃଆରୀରେ ଥିଲା କିନ୍ତୁ ଗ୍ରେଗେରିୟାନ କ୍ୟାଲେଣ୍ଡର ଅନୁସାରେ ସେହିଦିନ ୮ ମାର୍ଚ୍ଚ ଥିଲା । ସେହି ସମୟରେ ସମସ୍ତ ଦୁନିଆରେ, ଏମିତିକି ଋଷରେ ମଧ୍ୟ ଗ୍ରେଗେରିୟାନ କ୍ୟାଲେଣ୍ଡର ଚଳୁଥିଲା । ଏଥିପାଇଁ ୮ ମାର୍ଚ୍ଚକୁ ମହିଳା ଦିବସ ରୂପେ ପାଳନ କରାଗଲା ।