ଆଳୁ ଟ୍ରକ ଫେରିଯିବା ଦୁର୍ଭାଗ୍ୟଜନକ – ମନ୍ତ୍ରୀ

ଭୁବନେଶ୍ୱର : ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗ ଆଳୁ ନ ଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବ। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ। ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ, ଖୁବ ଶୀଘ୍ର ୟୁପିରୁ ଆଳୁ ଆଣିବୁ। ଅନ୍ୟପଟେ ୩୨ ଟଙ୍କାରୁ ଅଧିକରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ,ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ […]

ଆଳୁ ଟ୍ରକ ଫେରିଯିବା ଦୁର୍ଭାଗ୍ୟଜନକ – ମନ୍ତ୍ରୀ
ଆଳୁ ଟ୍ରକ ଫେରିଯିବା ଦୁର୍ଭାଗ୍ୟଜନକ - ମନ୍ତ୍ରୀ

ଭୁବନେଶ୍ୱର : ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗ ଆଳୁ ନ ଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବ। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ। ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ, ଖୁବ ଶୀଘ୍ର ୟୁପିରୁ ଆଳୁ ଆଣିବୁ। ଅନ୍ୟପଟେ ୩୨ ଟଙ୍କାରୁ ଅଧିକରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ,ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ ଆଜି ପଶ୍ଚିମବଙ୍ଗ ଫେରିଯାଇଛି। ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନ ପାଇ ପଛକୁ ଫେରିଯାଇଥିବା ଜଣାପଡିଛି । ସୁନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଆଳୁ ଟ୍ରକ ଅଟକାଇଥିଲା । ଗତକାଲି ଠାରୁ ୬୦ ନମ୍ବର ରାଜପଥ ସୋନାକଣିଆ ଚେକପୋଷ୍ଟ ନିକଟରେ ୨୦୦ରୁ ଅଧିକ ଆଳୁ ବୋଝେଇ ଟ୍ରକ ଅଟକି ରହିଥିଲା । ଘଟଣାସ୍ଥଳରେ ମେଦିନୀପୁର ଜିଲ୍ଲା ଏସପି ସୌମିକ ସେନଗୁପ୍ତ ପହଞ୍ଚି ଟ୍ରକ ଗୁଡିକୁ ଫେରାଇ ନେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ଆଳୁ ସଙ୍କଟକୁ ଦେଖି ଆଜି ଅପରାହ୍ନ ୩ ଟାରେ ଜରୁରୀକାଳୀନ ବୈଠକ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା ବ୍ୟବସାୟୀ କହିଛନ୍ତି। ଯଦି ପଶ୍ଚିମବଙ୍ଗ ଆଳୁ ନଦିଏ ଆମେ ଉତ୍ତରପ୍ରଦେଶରୁ ଆଳୁ ଆଣିବୁ । ଆମେ ଅନୁଧ୍ୟାନ କରିଛୁ ମାର୍କେଟରେ ଆଳୁ ରେଟ କମ ଅଛି । ମୁଁ ୧୩୫ ଟଙ୍କାରେ ୫ କେଜି ଆଳୁ ଆଣିଛି । ଗୋଦାମରେ ଆଳୁ ରେଟ ୨୭ ଟଙ୍କା ରହିଛି । ତେବେ ରିଟେଲ ରେଟ ୩୨ ଟଙ୍କା ରହିବI କଥା । ଏବେ ଆଳୁ ୨୦ରୁ ୨୨ ଟଙ୍କାରେ କିଣାଯାଉଛି। ବ୍ୟବସାୟୀ ୫ରୁ ୭ଟଙ୍କା ଲାଭ ରଖି ବିକିବା କଥା। ହେଲେ ୪୫ରୁ ୫୦ ଟଙ୍କାରେ କାହିଁକି ବିକ୍ରି ହେଉଛି ତାହା ସମୀକ୍ଷା କରାଯାଉଛି। ଶୀତଳଭଣ୍ଡାରରେ ଆଳୁ ରଖି କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ୭ଦିନ ପର୍ଯ୍ୟନ୍ତ ଆଳୁ ଗଚ୍ଛିତ ହୋଇ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।