ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ
ନୂଆଦିଲ୍ଲୀ : ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଦିନ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ନିର୍ବାଚନ କମିସନ ଆସନ୍ତା ବୁଧବାର ଦିନ ଜମ୍ମୁ କାଶ୍ମୀର ଗସ୍ତ କରି ସ୍ଥିତି ଯାଞ୍ଚ କରିବାପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରିବାପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବାପରେ କମିସନ ଜମ୍ମୁ କାଶ୍ମୀର ଗସ୍ତ କରିବେ। ସ୍ଥିତି ଭଲଭାବେ ଯାଞ୍ଚ କରିବାପରେ କମିସନ ନିର୍ବାଚନ ତାରିଖ ଘୋଷଣା […]

ନୂଆଦିଲ୍ଲୀ : ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଦିନ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ନିର୍ବାଚନ କମିସନ ଆସନ୍ତା ବୁଧବାର ଦିନ ଜମ୍ମୁ କାଶ୍ମୀର ଗସ୍ତ କରି ସ୍ଥିତି ଯାଞ୍ଚ କରିବାପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରିବାପାଇଁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବାପରେ କମିସନ ଜମ୍ମୁ କାଶ୍ମୀର ଗସ୍ତ କରିବେ। ସ୍ଥିତି ଭଲଭାବେ ଯାଞ୍ଚ କରିବାପରେ କମିସନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବ। ନିର୍ବାଚନ ଆଚରଣ ବିଧି ଲାଗିବା ପୂର୍ବରୁ ଦଳ ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶେଷ ଥର ପାଇଁ ୨୦୧୪ରେ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା। ୨୦୧୮ରୁ ଜମ୍ମୁ କାଶ୍ମୀରରେ ସରକାର ନାହିଁ। ୨୦୧୯ରେ ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ କାଶ୍ମୀରରେ ନିର୍ବାଚନ ହୋଇନାହିଁ। ନିର୍ବାଚନ କମିସନ ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତି ସଂକ୍ରାନତ୍ରେ ଭଲଭାବେ ଅବଗତ ହେବାପରେ କାଶ୍ମୀରରେ ନିର୍ବାଚନ ହେବ।