ଇସଲାମ ଧର୍ମର ପବିତ୍ର ପୀଠ ମକ୍କାରେ ଦୁଃଖଦ ଘଟଣା, ପ୍ରଚଣ୍ଡ ତାତିରେ ପ୍ରାଣ ହରାଇଲେ ୫୭୭ରୁ ଅଧିକ ଶ୍ରଦ୍ଧାଳୁ

ନନ୍ଦିଘୋଷ ବ୍ୟୁରୋ: ହଜ ଯାତ୍ରାରେ ପ୍ରଚଣ୍ଡ ଉତ୍ତାପ ଯୋଗୁ ମକ୍କାରେ ୫୭୭ ଶ୍ରଦ୍ଧାଳୁଙ୍କ ମୃତ୍ଯୁ। ସେମାନଙ୍କ ମଧ୍ଯରୁ କେବଳ ଇଜିପ୍ଟର... The post ଇସଲାମ ଧର୍ମର ପବିତ୍ର ପୀଠ ମକ୍କାରେ ଦୁଃଖଦ ଘଟଣା, ପ୍ରଚଣ୍ଡ ତାତିରେ ପ୍ରାଣ ହରାଇଲେ ୫୭୭ରୁ ଅଧିକ ଶ୍ରଦ୍ଧାଳୁ appeared first on .

ଇସଲାମ ଧର୍ମର ପବିତ୍ର ପୀଠ ମକ୍କାରେ ଦୁଃଖଦ ଘଟଣା, ପ୍ରଚଣ୍ଡ ତାତିରେ ପ୍ରାଣ ହରାଇଲେ ୫୭୭ରୁ ଅଧିକ ଶ୍ରଦ୍ଧାଳୁ

ନନ୍ଦିଘୋଷ ବ୍ୟୁରୋ: ହଜ ଯାତ୍ରାରେ ପ୍ରଚଣ୍ଡ ଉତ୍ତାପ ଯୋଗୁ ମକ୍କାରେ ୫୭୭ ଶ୍ରଦ୍ଧାଳୁଙ୍କ ମୃତ୍ଯୁ। ସେମାନଙ୍କ ମଧ୍ଯରୁ କେବଳ ଇଜିପ୍ଟର ୩୨୩ ବ୍ଯକ୍ତି ରହିଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ଯରୁ ଅନେକଙ୍କୁ ମକ୍କାର ଅଲ-ମୁଆସିଅମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ଯରେ ଜୋର୍ଡାନର ୬୦ ଜଣ ରହିଛନ୍ତି। ଇସଲାମ ଧର୍ମରେ ସବୁଠାରୁ ପବିତ୍ର ସ୍ଥଳ ହେଉଛି ସାଉଦିଆରବର ମକ୍କା। ଏହା ସହ ଇସଲାମ ଧର୍ମର ପାଞ୍ଚ ଧାର୍ମିକ ସ୍ତମ୍ଭ ମଧ୍ଯରୁ ହଜ ହେଉଛି ଅନ୍ୟତମ। ମକ୍କାର ଗ୍ରାଣ୍ଡ ମସଜିଦରେ ତାପମାତ୍ରା ପ୍ରାୟ ୫୨ ଡିଗ୍ରୀ ହୋଇଥିବାବେଳେ ସାମାନ୍ଯ ଦଳାଚକଟା ଓ ଜାମ୍ କାରଣରୁ ଭକ୍ତମାନେ ପ୍ରାଣ ହରାଇଥିବା ସୂଚନା ମିଳିଛି। ତାପମାତ୍ରା ବୃଦ୍ଧି କାରଣରୁ ୨ ହଜାର ଶ୍ରଦ୍ଧାଳୁ ପ୍ରଭାବିତ ହୋଇଛନ୍ତି। ମକ୍କା ଯିବା ଲାଗି ଛତା, ପର୍ଯ୍ଯାପ୍ତ ପାଣି ଆଦି ଧରି ଯିବା ଲାଗି ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛନ୍ତି ସାଉଦି କର୍ତ୍ତୃପକ୍ଷ। ଚଳିତ ବର୍ଷ ମକ୍କାକୁ ୧୮ ଲକ୍ଷ ଶ୍ରଦ୍ଧାଳୁ ଆସିଥିବାବେଳେ କେବଳ ୧୬ ଲକ୍ଷ ଶ୍ରଦ୍ଧାଳୁ ଆସିଥିଲେ ବିଦେଶରୁ।

 

The post ଇସଲାମ ଧର୍ମର ପବିତ୍ର ପୀଠ ମକ୍କାରେ ଦୁଃଖଦ ଘଟଣା, ପ୍ରଚଣ୍ଡ ତାତିରେ ପ୍ରାଣ ହରାଇଲେ ୫୭୭ରୁ ଅଧିକ ଶ୍ରଦ୍ଧାଳୁ appeared first on .