ଇସ୍ରାଏଲ୍ ଉପରେ ରକେଟ ମାଡ଼ କଲା ହମାସ୍
ଗାଜା ଷ୍ଟ୍ରିପ୍,୨୬ା୫:ରାଫାହରେ ଯୁଦ୍ଧବିରତି ପାଇଁ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ ଜାରି ରହିଛି। ଏହାର ପ୍ରତିବାଦରେ ଗାଜାର ସଶସ୍ତ୍ର ଶାସକ ହମାସ୍ ଇସ୍ରାଏଲ୍ ଉପରେ ପୁଣି ଥରେ ବଡ଼ ଟାର୍ଗେଟ କରିଛି। ଇହୁଦୀମାନଙ୍କ ନାଗରିକ ଗଣହତ୍ୟା ବିରୋଧରେ ଇସ୍ରାଏଲ୍ ଉପରେ ରବିବାର ରକେଟ ମାଡ଼ କରାଯାଇଥିବା ହମାସ୍ ପକ୍ଷରୁ କୁହାଯାଇଛି। ହମାସ୍ ସଶସ୍ତ୍ର ବାହିନୀ ଅଲ୍-କାସମ୍ ବ୍ରିଗେଡ୍ ଏନେଇ ନିଜ ଟେଲିଗ୍ରାମ୍ ଚ୍ୟାନେଲରେ ଏକ ବିବୃତି କରିଛି। ତେଲ୍ […] The post ଇସ୍ରାଏଲ୍ ଉପରେ ରକେଟ ମାଡ଼ କଲା ହମାସ୍ appeared first on Dharitri Odia News.
ଗାଜା ଷ୍ଟ୍ରିପ୍,୨୬ା୫:ରାଫାହରେ ଯୁଦ୍ଧବିରତି ପାଇଁ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ ଜାରି ରହିଛି। ଏହାର ପ୍ରତିବାଦରେ ଗାଜାର ସଶସ୍ତ୍ର ଶାସକ ହମାସ୍ ଇସ୍ରାଏଲ୍ ଉପରେ ପୁଣି ଥରେ ବଡ଼ ଟାର୍ଗେଟ କରିଛି। ଇହୁଦୀମାନଙ୍କ ନାଗରିକ ଗଣହତ୍ୟା ବିରୋଧରେ ଇସ୍ରାଏଲ୍ ଉପରେ ରବିବାର ରକେଟ ମାଡ଼ କରାଯାଇଥିବା ହମାସ୍ ପକ୍ଷରୁ କୁହାଯାଇଛି।
ହମାସ୍ ସଶସ୍ତ୍ର ବାହିନୀ ଅଲ୍-କାସମ୍ ବ୍ରିଗେଡ୍ ଏନେଇ ନିଜ ଟେଲିଗ୍ରାମ୍ ଚ୍ୟାନେଲରେ ଏକ ବିବୃତି କରିଛି। ତେଲ୍ ଆଭିଭ୍ ଉପରେ ବଡ଼ ମିଶାଇଲ୍ ଆକ୍ରମଣ କରାଯାଇଥିବା ବିଷୟ ଏଥିରେ କୁହାଯାଇଛି।
ଏହି ସମସ୍ତ ରକେଟ୍ ଗାଜା ଷ୍ଟ୍ରିପ୍ରୁ ଛଡ଼ାଯାଇଥିବା ହମାସ୍ ଅଲ୍-ଅକ୍ସା ଟିଭି କହିଛି। ଗତ ୪ ମାସ ହେଲା ତେଲ୍ ଆଭିଭ୍ରେ ରକେଟ୍ ସାଇରନ୍ ଶୁଣିବାକୁ ମିଳି ନ ଥିଲା। କିନ୍ତୁ ରବିବାର ହଠାତ୍ ସାଇରନ୍ ବାଜିବାର କାରଣ ସମ୍ପର୍କରେ ଇସ୍ରାଏଲ୍ କିଛି କହିନାହିଁ। ଏହି ଆକ୍ରମଣରେ କେହି ମୃତାହତ ହୋଇ ନ ଥିବା ଇସ୍ରାଏଲୀ ଏମର୍ଜେନ୍ସି ମେଡିକାଲ ସର୍ଭିସେସ୍ ସୂଚନା ଦେଇଛି। ଇସ୍ରାଏଲ୍ ସେନା କହିଛି, ରାଫାରୁ ଛଡ଼ାଯାଇଥିବା ୮ ପ୍ରୋଜେକ୍ଟାଇଲ୍ ଇସ୍ରାଏଲ୍କୁ ଅତିକ୍ରମ କରିଛି। ଅନ୍ୟ ମିଶାଇଲଗୁଡ଼ିକୁ ଇଣ୍ଟରସେଫ୍ଟ କରାଯାଇଛି।
The post ଇସ୍ରାଏଲ୍ ଉପରେ ରକେଟ ମାଡ଼ କଲା ହମାସ୍ appeared first on Dharitri Odia News.