ଉତ୍କଳ ହୋଣ୍ଡାର ସ୍ମାର୍ଟ ଓ୍ବାର୍କଶପ୍‌

ଭୁବନେଶ୍ୱର,୨୬।୫ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ଅଭିଯାନ ‘ସ୍ମାର୍ଟ ଓ୍ବାର୍କଶପ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଗ୍ରାହକଙ୍କୁ ଗୁଣାତ୍ମକ ଓ ବିକ୍ରି ପରବର୍ତ୍ତୀ ସେବା (ସର୍ଭିସିଂ) ଯୋଗାଇଦେବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ଏକ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ତଥା କଟକର କ୍ୟାଣ୍ଟେନମେଣ୍ଟରୋଡ୍‌ସ୍ଥିତ ଉତ୍କଳ ହୋଣ୍ଡା ପରିସରରେ ନିର୍ମିତ ସ୍ମାର୍ଟ ଓ୍ବାର୍କଶପ୍‌ର ଅନାବରଣ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌ଆଇର ସଭାପତି ଟାକୁୟା ତୁସୁମୁରା ସାନ୍‌ ମୁଖ୍ୟ ଅତିଥି […] The post ଉତ୍କଳ ହୋଣ୍ଡାର ସ୍ମାର୍ଟ ଓ୍ବାର୍କଶପ୍‌ appeared first on Dharitri Odia News.

ଉତ୍କଳ ହୋଣ୍ଡାର ସ୍ମାର୍ଟ ଓ୍ବାର୍କଶପ୍‌

ଭୁବନେଶ୍ୱର,୨୬।୫ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ଅଭିଯାନ ‘ସ୍ମାର୍ଟ ଓ୍ବାର୍କଶପ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଗ୍ରାହକଙ୍କୁ ଗୁଣାତ୍ମକ ଓ ବିକ୍ରି ପରବର୍ତ୍ତୀ ସେବା (ସର୍ଭିସିଂ) ଯୋଗାଇଦେବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ଏକ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ତଥା କଟକର କ୍ୟାଣ୍ଟେନମେଣ୍ଟରୋଡ୍‌ସ୍ଥିତ ଉତ୍କଳ ହୋଣ୍ଡା ପରିସରରେ ନିର୍ମିତ ସ୍ମାର୍ଟ ଓ୍ବାର୍କଶପ୍‌ର ଅନାବରଣ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌ଆଇର ସଭାପତି ଟାକୁୟା ତୁସୁମୁରା ସାନ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ ସହ ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁସ୍ତୁମୁ ଓଟାନି ଶାନ୍‌, ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ ମାର୍କେଟିଂ) ଯୋଗେଶ ମାଥୁର ଶାନ୍‌ଙ୍କ ସମେତ ଉତ୍କଳ ଅଟୋ (ଉତ୍କଳ ହୋଣ୍ଡା) କଟକର ଏମ୍‌ଡି ଅଖିଳ ପୋଦ୍ଦାର ପ୍ରମୁଖ ଉପସ୍ଥିତ ଥିଲେ।
ଅପରପକ୍ଷରେ ଉତ୍କଳ ହୋଣ୍ଡା ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବରୁ ବୁକିଂ କରିଥିବା ଗ୍ରାହକ କମ୍ପାନୀର ବିଭିନ୍ନ ମଡେଲର ଚାବି ହୋଣ୍ଡାର ସଭାପତିଙ୍କଠାରୁ ଗ୍ରହଣ କରିଥିଲେ। ଏପରିକି ଶୋ’ରୁମ୍‌ର ଶ୍ରେଷ୍ଠ କର୍ମଚାରୀଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ସମ୍ମାନିତ କରିଥିଲେ।

The post ଉତ୍କଳ ହୋଣ୍ଡାର ସ୍ମାର୍ଟ ଓ୍ବାର୍କଶପ୍‌ appeared first on Dharitri Odia News.