ଏମ୍ସ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ

ଭୁବନେଶ୍ବର: ଏମ୍ସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ସିମେଣ୍ଟ ବୋଝେଇ ଟ୍ରକ। ଦୁର୍ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ।ସୂଚନା ଅନୁଯାୟୀ, ବୀରନାରାୟଣ ବିକ୍ରମ କେଶରୀ ଶର୍ମା ନାମକ ଜଣେ ବ୍ୟକ୍ତି ବୁଲେଟରେ ଯାଉଥିବା ସମୟରେ କୌଣସି ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଆଉ ଏହି ସମୟରେ ପଛରୁ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢ଼ିଯାଇଥିଲା। ଯେଉଁଥିରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ଥିବାବେଳେ ଖଣ୍ଡଗିରି ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି ।

ଏମ୍ସ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ

ଭୁବନେଶ୍ବର: ଏମ୍ସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ସିମେଣ୍ଟ ବୋଝେଇ ଟ୍ରକ। ଦୁର୍ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ।

ସୂଚନା ଅନୁଯାୟୀ, ବୀରନାରାୟଣ ବିକ୍ରମ କେଶରୀ ଶର୍ମା ନାମକ ଜଣେ ବ୍ୟକ୍ତି ବୁଲେଟରେ ଯାଉଥିବା ସମୟରେ କୌଣସି ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଆଉ ଏହି ସମୟରେ ପଛରୁ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢ଼ିଯାଇଥିଲା। ଯେଉଁଥିରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ଥିବାବେଳେ ଖଣ୍ଡଗିରି ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି ।