ଓଡ଼ିଶା ଆସିବେ ୫ ମହାବଳ ବାଘ

ଭୁବନେଶ୍ୱର : ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ। ମହାବଳ ଅଣାଯିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍‌‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଓଡ଼ିଶାକୁ ଆସିବା ପରେ ବରଗଡ ଦେବ୍ରିଗଡରେ ୩ ଓ ଶିମିଳିପାଳରେ ୨ ମହାବଳ ବାଘ ଛଡାଯିବ। ଓଡ଼ିଶା ଆସିବାକୁ ଥିବା ୫ ମହାବଳ ବାଘ ଚିହ୍ନଟ ହୋଇସାରିଛି। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଓଡ଼ିଶା ଅଣାଯିବ ବୋଲି ପିସିସିଏଫ୍‌‌ କହିଛନ୍ତି। ସପ୍ତାହକ ଭିତରେ ବନ ବିଭାଗର ୨ଟି ଟିମ୍‌‌ […]

ଓଡ଼ିଶା ଆସିବେ ୫ ମହାବଳ ବାଘ
ଓଡ଼ିଶା ଆସିବେ ୫ ମହାବଳ ବାଘ

ଭୁବନେଶ୍ୱର : ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ଆସିବେ ୫ ମହାବଳ ବାଘ। ମହାବଳ ଅଣାଯିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍‌‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଓଡ଼ିଶାକୁ ଆସିବା ପରେ ବରଗଡ ଦେବ୍ରିଗଡରେ ୩ ଓ ଶିମିଳିପାଳରେ ୨ ମହାବଳ ବାଘ ଛଡାଯିବ। ଓଡ଼ିଶା ଆସିବାକୁ ଥିବା ୫ ମହାବଳ ବାଘ ଚିହ୍ନଟ ହୋଇସାରିଛି। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଓଡ଼ିଶା ଅଣାଯିବ ବୋଲି ପିସିସିଏଫ୍‌‌ କହିଛନ୍ତି। ସପ୍ତାହକ ଭିତରେ ବନ ବିଭାଗର ୨ଟି ଟିମ୍‌‌ ମହାବଳ ଆଣିବାକୁ ଯିବେ। ଦେବ୍ରିଗଡ ଜଙ୍ଗଲରେ ବାଘ ଛଡାଯିବା ପରେ ଗାଁ ଗଣ୍ଡାକୁ ନଯିବା ଲାଗି ସୋଲାର ଫେନ୍ସିଂ ହେବ।

ଅନ୍ୟପଟେ ଆଲିପୁରର ଜୁ ‘ରୁ ନନ୍ଦନକାନନ କୁ ଆସିବେ ଦୁଇଟି ଜିରାଫ । ଏଥିପାଇଁ ନନ୍ଦନକାନନ ର ଏକ ଟିମ ଆସନ୍ତାକାଲି ଆଲିପୁର ଯିବେ। ପୂର୍ବରୁ ନନ୍ଦନକାନନ ରେ ଗୋଟିଏ ଜିରାଫ ଥିଲା। ସେହିପରି ନନ୍ଦନକାନନ ରୁ କିଛି ହରିଣ କୁ କୁଲଡିହା ଅଭୟା ରଣ୍ୟ କୁ ଆଜି ପଠା ଯାଇଛି। ନନ୍ଦନକାନନ କୁ ଆସିଥିବା ସମ୍ବର ଓ ହରିଣ କୁ ମଧ୍ୟ ଆସନ୍ତା କାଲି ସ୍ୱାଧୀନତା ଦିବସ ଅବସରରେ ଜଙ୍ଗଲ ରେ ଛଡା ଯିବ।