ଓଡ଼ିଶା ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସରେ ଅଭିବାଦନ ଗ୍ରହଣ କଲେ ଆରକ୍ଷୀ ଅଧୀକ୍ଷକ
ବଲାଙ୍ଗୀର,୬ା୧୨(ସୁନୀଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ୍ ପଡ଼ିଆଠାରେ ପାଳିତ ହୋଇଯାଇଛି। ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ପରେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ହୋମଗାର୍ଡ ଡିଜିଙ୍କ ବାର୍ତ୍ତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର, ପୂର୍ବତନ ଏସ୍ପି ବିବେକ […] The post ଓଡ଼ିଶା ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସରେ ଅଭିବାଦନ ଗ୍ରହଣ କଲେ ଆରକ୍ଷୀ ଅଧୀକ୍ଷକ appeared first on Dharitri Odia News.
ବଲାଙ୍ଗୀର,୬ା୧୨(ସୁନୀଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ୍ ପଡ଼ିଆଠାରେ ପାଳିତ ହୋଇଯାଇଛି। ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ପରେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ହୋମଗାର୍ଡ ଡିଜିଙ୍କ ବାର୍ତ୍ତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର, ପୂର୍ବତନ ଏସ୍ପି ବିବେକ କୁମାର ରଥ, ଏସ୍ଡିପିଓ ପ୍ରଦୀପ କୁମାର ସାହୁ, ବିଭିନ୍ନ ଥାନାର ଅଧିକାରୀ ସମେତ ଜିଲା ପୋଲିସର ବରିଷ୍ଠ ଅଧିକାରୀମାନେ ଯୋଗଦାନ କରିଥିଲେ।
The post ଓଡ଼ିଶା ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସରେ ଅଭିବାଦନ ଗ୍ରହଣ କଲେ ଆରକ୍ଷୀ ଅଧୀକ୍ଷକ appeared first on Dharitri Odia News.