କେନାଲ ହିଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ
ଦିଗପହଣ୍ଡି/ଚିକିଟି,୧୨ା୫(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମ ନିକଟ ରାସ୍ତା କଡ଼ କେନାଲ ହିଡ଼ରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ କେ.ନୂଆଗାଁ ଥାନା ପୋଲିସ ଜବତ କରିଛନ୍ତି। ମୃତକଙ୍କ ପରିଚୟ ମିଳିପାରିନାହିଁ। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି। ଖବରପାଇ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିିଫିକ୍ ଟିମ୍ ସହାୟତାରେ ତଦନ୍ତ କରି ଫେରିଛନ୍ତି। ପାରିପାଶର୍ବିକ ସ୍ଥିତିରୁ […] The post କେନାଲ ହିଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ appeared first on Dharitri Odia News.
ଦିଗପହଣ୍ଡି/ଚିକିଟି,୧୨ା୫(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମ ନିକଟ ରାସ୍ତା କଡ଼ କେନାଲ ହିଡ଼ରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ କେ.ନୂଆଗାଁ ଥାନା ପୋଲିସ ଜବତ କରିଛନ୍ତି। ମୃତକଙ୍କ ପରିଚୟ ମିଳିପାରିନାହିଁ। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି। ଖବରପାଇ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିିଫିକ୍ ଟିମ୍ ସହାୟତାରେ ତଦନ୍ତ କରି ଫେରିଛନ୍ତି। ପାରିପାଶର୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଆଇଆଇସି କହିଛନ୍ତି। ଜବତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଥିବା ଜଣାପଡ଼ିଛି।
The post କେନାଲ ହିଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ appeared first on Dharitri Odia News.