କୋହଲିଙ୍କ ସ୍ଥାନରେ ଏହିମାନଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ,୨୨ା୧ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଜାନୁୟାରୀ ୨୫ରୁ ଆରମ୍ଭ ହେଉଛି। ତେବେ ପ୍ରଥମ ଦୁଇ ଟେଷ୍ଟରୁ ଓହରି ଯାଇଛନ୍ତି ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି। ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଓହରି ଯାଇଥିବା ନେଇ ସୋମବାର ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିସିସିଆଇ ପକ୍ଷରୁ ଏକ ପୋଷ୍ଟ ମାଧ୍ୟମରେ ଫ୍ୟାନମାନଙ୍କୁ କୌଣସି ଅପପ୍ରଚାର ନ କରିବା ପାଇଁ ଅନୁରୋଧ କରିଛି। ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି ବିରାଟ […] The post କୋହଲିଙ୍କ ସ୍ଥାନରେ ଏହିମାନଙ୍କୁ ମିଳିପାରେ ସୁଯୋଗ appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୧ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଜାନୁୟାରୀ ୨୫ରୁ ଆରମ୍ଭ ହେଉଛି। ତେବେ ପ୍ରଥମ ଦୁଇ ଟେଷ୍ଟରୁ ଓହରି ଯାଇଛନ୍ତି ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି। ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଓହରି ଯାଇଥିବା ନେଇ ସୋମବାର ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିସିସିଆଇ ପକ୍ଷରୁ ଏକ ପୋଷ୍ଟ ମାଧ୍ୟମରେ ଫ୍ୟାନମାନଙ୍କୁ କୌଣସି ଅପପ୍ରଚାର ନ କରିବା ପାଇଁ ଅନୁରୋଧ କରିଛି। ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି ବିରାଟ ପ୍ରଥମ ଦୁଇ ଟେଷ୍ଟରୁ ଓହରିବା ପାଇଁ ଅନୁରୋଧ କରିଥିଲେ। ବିସିସିଆଇ ପକ୍ଷରୁ ଏହି ଅନୁରୋଧକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।
କୋହଲି ନିଜ ନିଷ୍ପତ୍ତି ସମ୍ପର୍କରେ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ ଟିମ୍ ମ୍ୟାନେଜମେଣ୍ଟ ସହିତ ଆଲୋଚନା କରିଥିଲେ। ଦେଶର ପ୍ରତିନିଧିତ୍ୱ କରିବା ସର୍ବଦା କୋହଲିଙ୍କ ପାଇଁ ପ୍ରାଥମିକତା ରହିଥାଏ। ତେବେ କିଛି ଜରୁରୀ ପରସ୍ଥିତିରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ ବୋଲି ବିସିସିଆଇ ରିଲିଜ୍ରେ କୁହାଯାଇଛି। ବିସିସିଆଇ ନିଜର ଷ୍ଟାର ଖେଳାଳିଙ୍କ ସହ ସର୍ବଦା ରହିଛି ବୋଲି ଏହି ବିବୃତିରେ କୁହାଯାଇଛି।
The post କୋହଲିଙ୍କ ସ୍ଥାନରେ ଏହିମାନଙ୍କୁ ମିଳିପାରେ ସୁଯୋଗ appeared first on Dharitri Odia News.