ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ୫ ପଦବୀ ନିମନ୍ତେ ୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ୫ ପଦବୀ ନିମନ୍ତେ ଶୁକ୍ରବାର ନାମାଙ୍କନର ଶେଷ ଦିନ ଥିଲା। ତେବେ ଶୁକ୍ରବାର ସୁଦ୍ଧା ୮ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନରେ ସଭାପତି ପଦବୀ ନିମନ୍ତେ କୁରେଶୁ ପଣ୍ଡା,ଗଜାନନ ତ୍ରିପାଠୀ ଏବଂ ହରପ୍ରସାଦ ରଥ ନାମାଙ୍କନ ଦାଖଲ କରିଥିବା ବେଳେ ଉପସଭାପତି ନିମନ୍ତେ […] The post ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ୫ ପଦବୀ ନିମନ୍ତେ ୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ appeared first on Dharitri Odia News.

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ୫ ପଦବୀ ନିମନ୍ତେ ୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଦିଗପହଣ୍ଡି,୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ୫ ପଦବୀ ନିମନ୍ତେ ଶୁକ୍ରବାର ନାମାଙ୍କନର ଶେଷ ଦିନ ଥିଲା। ତେବେ ଶୁକ୍ରବାର ସୁଦ୍ଧା ୮ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତା ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନରେ ସଭାପତି ପଦବୀ ନିମନ୍ତେ କୁରେଶୁ ପଣ୍ଡା,ଗଜାନନ ତ୍ରିପାଠୀ ଏବଂ ହରପ୍ରସାଦ ରଥ ନାମାଙ୍କନ ଦାଖଲ କରିଥିବା ବେଳେ ଉପସଭାପତି ନିମନ୍ତେ ସନ୍ତୋଷ କୁମାର ସାହୁ, ସମ୍ପାଦକ ପଦବୀ ନିମନ୍ତେ ମନୋଜ କୁମାର ପଣ୍ଡା, ପ୍ରଦୀପ କୁମାର ନାୟକ, ସହ ସମ୍ପାଦକ ନିମନ୍ତେ ରବିଚନ୍ଦ୍ର ଗୌଡ଼ ଏବଂ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ରସାନନ୍ଦ ରାଉତ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧଜ ସିଂହଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ରବିବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ ସୋମବାର ବିଭିନ୍ନ ପଦବୀ ନିମନ୍ତେ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶନ କରାଯିବ । ବୁଧବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ନିର୍ଘଣ୍ଟ ସରିବା ପରେ ଗୁରୁବାର ଚୂଡାନ୍ତ ପ୍ରାର୍ଥିତାଲିକା ପ୍ରକାଶନ କରାଯିବ । ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ସାଢେ ୭ ଟାରୁ ଅପରାହ୍ନ ୩ ଯାଏଁ ସଂଘର ସଦସ୍ୟ ବୃନ୍ଦ ମତଦାନ କରିବେ। ପରେ ମତଗଣନା କାର୍ଯ୍ୟକ୍ରମ ସରିବା ପରେ ଫଳାଫଳ ଅପରାହ୍ନ ୪ ଟାରେ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଜଣାଇଛନ୍ତି।

The post ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ୫ ପଦବୀ ନିମନ୍ତେ ୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ appeared first on Dharitri Odia News.