ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାର ୫୨ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଶନିବାର ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୪ଟି ଜିଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୧୫ଟି ଜିଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀର କଲ୍ୟାଣ ଓ କୃଷିର ବିକାଶ […] The post ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାର ୫୨ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଶନିବାର ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୪ଟି ଜିଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୧୫ଟି ଜିଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀର କଲ୍ୟାଣ ଓ କୃଷିର ବିକାଶ ମୋ ପାଇଁ ସବୁବେଳେ ପ୍ରାଥମିକତା ହୋଇ ରହିଆସିଛି। ମୁଁ ପ୍ରତିଦିନ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳର ଚାଷୀ ଭଉଣୀଭାଇମାନଙ୍କୁ ଭେଟୁଛି ବୋଲି ପ୍ରକାଶ କରି ସେ କହିଥିଲେ, ଚାଷୀଙ୍କ ପାଇଁ ଆମର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ ଖୁବ୍ ଭଲ କାମ କରୁଛି।
ଏହି ସବୁ ପ୍ରକଳ୍ପଗୁଡ଼ିକରେ ୫-ଟି ଉପକ୍ରମ ଅଧୀନରେ ଟେକ୍ନୋଲୋଜିର ପ୍ରୟୋଗ କରାଯାଇ ପ୍ରକଳ୍ପଗଡ଼ିକୁ ତ୍ୱରାନ୍ବିତ କରାଯାଉଛି। ଭୂତଳ ପାଇପ୍ଲାଇନ ଜରିଆରେ ଜଳସେଚନ ଯୋଗୁ ବିସ୍ଥାପନ ସମସ୍ୟା ଦୂର ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
ଆଜିର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ନୟାଗଡ଼ର କୁସୁମୀ ବ୍ୟାରେଜ ଉଦ୍ଘାଟିତ ହୋଇଛି। ୭୦.୮୮ କୋଟି ଟଙ୍କା ବ୍ୟୟରେ ନିର୍ମିତ କୁସୁମୀ ବ୍ୟାରେଜରୁ ଜଳ ଯୋଗାଣ ନିମନ୍ତେ ୧୪୮.୧୭ କୋଟି ଟଙ୍କା ବ୍ୟୟରେ ଭୂତଳ ପାଇପ୍ଲାଇନ ବଣ୍ଟନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଦ୍ୱାରା ୯୨୫୪ ଏକର ଜମିକୁ ଜଳସେଚନ ଯୋଗାଇ ଦିଆଯାଇ ପାରିବ ଏବଂ ୩ଟି ବ୍ଲକର ୪୯ଟି ଗ୍ରାମର ୧.୫ଲକ୍ଷ ଲୋକ ଉପକୃତ ହେବେ। ଏହା ସହିତ ୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜଳକୁ ଭୂତଳ ପାଇପ ଲାଇନ ଦ୍ୱାରା ବଣ୍ଟନ ବ୍ୟବସ୍ଥାର ଲୋକାର୍ପଣ ମଧ୍ୟ କରାଯାଇଛି।
ହାଡୁଆ ଡ୍ୟାମ ଓ ତା’ର ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହାଦ୍ବାରା କଟକ ଜିଲାର ୮୬ ଗ୍ରାମର ୮୯୯୭ ଏକର ଚାଷ ଜମିକୁ ଜଳସେଚନ ଯୋଗାଇବା ସହିତ ୨୯୩ ଗ୍ରାମକୁ ପାନୀୟ ଜଳ ଯୋଗାଣ ଓ ୧ ମେଗାଓ୍ବାଟ୍ର ବିଦ୍ୟୁତ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ହାଡୁଆ ଡ୍ୟାମ୍ ଓ ତା’ର ଭୂତଳ ପାଇପ୍ଲାଇନ ବଣ୍ଟନ ବ୍ୟବସ୍ଥାର ବ୍ୟୟ ଅଟକଳ ଯଥାକ୍ରମେ ୨୬୫.୨୪ କୋଟି ଓ ୧୯୫.୮୯ କୋଟି ଟଙ୍କା ଅଟେ।
କଟକ ଡିମିରିଆ-ରାଉତପଡ଼ା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ, ବୈଦେଶ୍ୱର-ଗୋପୀନାଥପୁର ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଓ ନବରଙ୍ଗପୁର ଫଟକି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ- ଏହି ପରି ୩ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସହିତ ୩୯ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପ୍ଲାଇନ ଓ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
The post ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାର ୫୨ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.