ଗୌତମ ଗମ୍ଭୀରଙ୍କ ପୋଲ୍‌ ଖୋଲିଦେଲେ କାର୍ତ୍ତିକ: ତାଙ୍କ ଭଳି ଅଳସୁଆ….

ନୂଆଦିଲ୍ଲୀ,୧୪।୧୦: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ପ୍ରାୟତଃ ମ୍ୟାଚ ସମୟରେ ବହୁତ ଗମ୍ଭୀର ଦେଖାଯାନ୍ତି। ଏହା ଅତ୍ୟନ୍ତ ବିରଳ ଯେ ଗମ୍ଭୀର ଖୋଲାଖୋଲି ହସୁଥିବା ଦେଖାଯାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ତାଙ୍କର ପରିଶ୍ରମ ଯୋଗୁ ସେ ଟିମ ଇଣ୍ଡିଆର ଶ୍ରେଷ୍ଠ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ହୋଇସାରିଛନ୍ତି ଏବଂ ବର୍ତ୍ତମାନ ସେ ଟିମ ଇଣ୍ଡିଆର ମୁଖ୍ୟ କେଚ ମଧ୍ୟ ଅଛନ୍ତି । ତେବେ ଗମ୍ଭୀରଙ୍କ ବିଷୟରେ ମଧ୍ୟ ଏକ ସତ୍ୟ ଅଛି ଯାହା […] The post ଗୌତମ ଗମ୍ଭୀରଙ୍କ ପୋଲ୍‌ ଖୋଲିଦେଲେ କାର୍ତ୍ତିକ: ତାଙ୍କ ଭଳି ଅଳସୁଆ…. appeared first on Dharitri Odia News.

ଗୌତମ ଗମ୍ଭୀରଙ୍କ ପୋଲ୍‌ ଖୋଲିଦେଲେ କାର୍ତ୍ତିକ: ତାଙ୍କ ଭଳି ଅଳସୁଆ….

ନୂଆଦିଲ୍ଲୀ,୧୪।୧୦: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ପ୍ରାୟତଃ ମ୍ୟାଚ ସମୟରେ ବହୁତ ଗମ୍ଭୀର ଦେଖାଯାନ୍ତି। ଏହା ଅତ୍ୟନ୍ତ ବିରଳ ଯେ ଗମ୍ଭୀର ଖୋଲାଖୋଲି ହସୁଥିବା ଦେଖାଯାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ତାଙ୍କର ପରିଶ୍ରମ ଯୋଗୁ ସେ ଟିମ ଇଣ୍ଡିଆର ଶ୍ରେଷ୍ଠ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ହୋଇସାରିଛନ୍ତି ଏବଂ ବର୍ତ୍ତମାନ ସେ ଟିମ ଇଣ୍ଡିଆର ମୁଖ୍ୟ କେଚ ମଧ୍ୟ ଅଛନ୍ତି । ତେବେ ଗମ୍ଭୀରଙ୍କ ବିଷୟରେ ମଧ୍ୟ ଏକ ସତ୍ୟ ଅଛି ଯାହା ଦୀନେଶ କାର୍ତ୍ତିକ ଉନ୍ମୋଚନ କରିଛନ୍ତି। ଗମ୍ଭୀରଙ୍କ ୪୨ ତମ ଜନ୍ମଦିନ ଅବସରରେ ଦୀନେଶ କାର୍ତ୍ତିକଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଗମ୍ଭୀରଙ୍କ ପୋଲ୍‌ ଖୋଳିଛନ୍ତି।

ଗମ୍ଭୀରଙ୍କ ଜନ୍ମଦିନ ଅବସରରେ ଷ୍ଟାର ସ୍ପୋର୍ଟସ ଏକ ଭିଡିଓ ପୋଷ୍ଟ କରିଛି। ଏଥିରେ ଦୀନେଶ କାର୍ତ୍ତିକ ଏହି ଖେଳାଳିଙ୍କ ଅଳସୁଆର କାହାଣୀ ବର୍ଣ୍ଣନା କରୁଛନ୍ତି। ଦୀନେଶ କାର୍ତ୍ତିକ ଏହି ଭିଡିଓରେ କହିଛନ୍ତି, ୨୦୦୨ରେ ଗମ୍ଭୀର ଟିମ ହୋଟେଲ ରୁମରେ ଶୋଇଥିଲେ। ତାଙ୍କ କବାଟ ଟିକିଏ ଖୋଲା ଥିଲା। ମୁଁ ତାଙ୍କ ରୁମ୍‌ରୁ ବାହାରକୁ ଆସୁଥିଲି ଏବଂ ହଠାତ୍‌ ଗମ୍ଭୀର ମୋତେ ଡାକିଲେ। ମୁଁ ଯେତେବେଳେ ଗମ୍ଭୀରଙ୍କ ରୁମ୍‌ ଭିତରକୁ ଗଲି, ସେ ମୋତେ ଟିଭିର ଚ୍ୟାନେଲ ବଦଳାଇବାକୁ କହିଥିଲେ।

ଦୀନେଶ କାର୍ତ୍ତିକ ଆହୁରି କହିଛନ୍ତି, ଗମ୍ଭୀରଙ୍କଠାରୁ ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ରିମୋଟ ତାଙ୍କଠାରୁ ଦୁଇ ପାଦ ଦୂରରେ ଥିଲା କିନ୍ତୁ ସେ ସେଠାରୁ ନ ଉଠି ୋତେ ଅର୍ଡର ଦେଇଥିଲେ। ମୁଁ କେବେ ଅଧିକ ଅଳସୁଆ ବ୍ୟକ୍ତିଙ୍କୁ ଦେଖି ନାହିଁ।ମୁଁ ଚ୍ୟାନେଲ ବଦଳାଇଲି ଏବଂ ଏହା ପରେ ଗମ୍ଭୀର ମୋତେ ଚାଲିଯିବାକୁ କହିଥିଲେ। ଏହି କାହାଣୀ ଶୁଣି ଇରଫାନ ପଠାନ ଏବଂ ହରଭଜନ ସିଂ ମଧ୍ୟ ନିଜ ହସ ରୋକିପାରି ନ ଥିଲେ।

 

The post ଗୌତମ ଗମ୍ଭୀରଙ୍କ ପୋଲ୍‌ ଖୋଲିଦେଲେ କାର୍ତ୍ତିକ: ତାଙ୍କ ଭଳି ଅଳସୁଆ…. appeared first on Dharitri Odia News.