ଗ୍ରାମାଞ୍ଚଳ ଜମି ପାଇଁ ଭୂ-ଆଧାର ବ୍ୟବସ୍ଥା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୪।୦୭: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୪-୨୫ ଉପସ୍ଥାପନ କରି କହିଛନ୍ତି ଯେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଭୂମି ସମ୍ପର୍କିତ ସଂସ୍କାର ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ଆଗାମୀ ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳର ସମସ୍ତ ଜମି ନିମନ୍ତେ ବିଶେଷ ଭୂଖଣ୍ଡ ଚିହ୍ନଟ ସଂଖ୍ୟା (ୟୁଏଲ୍‌ପିଆଇଏନ୍‌) ବା […] The post ଗ୍ରାମାଞ୍ଚଳ ଜମି ପାଇଁ ଭୂ-ଆଧାର ବ୍ୟବସ୍ଥା କରିବେ କେନ୍ଦ୍ର ସରକାର appeared first on Dharitri Odia News.

ଗ୍ରାମାଞ୍ଚଳ ଜମି ପାଇଁ ଭୂ-ଆଧାର ବ୍ୟବସ୍ଥା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୪।୦୭: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୪-୨୫ ଉପସ୍ଥାପନ କରି କହିଛନ୍ତି ଯେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଭୂମି ସମ୍ପର୍କିତ ସଂସ୍କାର ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ଆଗାମୀ ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳର ସମସ୍ତ ଜମି ନିମନ୍ତେ ବିଶେଷ ଭୂଖଣ୍ଡ ଚିହ୍ନଟ ସଂଖ୍ୟା (ୟୁଏଲ୍‌ପିଆଇଏନ୍‌) ବା ଭୂ-ଆଧାର ବ୍ୟବସ୍ଥା କରାଯିବ। ଏହାସହିତ ଭୂମି ମାନଚିତ୍ରର ଡିଜିଟାଲୀକରଣ, ବର୍ତ୍ତମାନ ମାଲିକାନା ସ୍ବତ୍ୱ ଅନୁସାରେ ମାନଚିତ୍ର ସର୍ବେକ୍ଷଣ, ଭୂ-ରେଜିଷ୍ଟ୍ରୀର ସ୍ଥାପନା ଏବଂ କୃଷକ ରେଜିଷ୍ଟ୍ରୀ ସହିତ ଏହାକୁ ସଂଯୋଗ କରାଯିବା ଆଦି ସାମିଲ ହେବ। ଏହିସବୁ କାର୍ଯ୍ୟ ଦ୍ୱାରା ଋଣ ପ୍ରବାହ ଏବଂ ଅନ୍ୟାନ୍ୟ କୃଷି ସମ୍ପର୍କିତ ସେବା ସୁଗମ ହୋଇପାରିବ। ସେହିପରି ସହରାଞ୍ଚଳ କ୍ଷେତ୍ରରେ ଭୂମି ସମ୍ପର୍କିତ ରେକର୍ଡକୁ ଜିଆଇଏସ୍‌ ମ୍ୟାପିଂ ସହିତ ଡିଜିଟାଲୀକରଣ କରାଯିବ।

The post ଗ୍ରାମାଞ୍ଚଳ ଜମି ପାଇଁ ଭୂ-ଆଧାର ବ୍ୟବସ୍ଥା କରିବେ କେନ୍ଦ୍ର ସରକାର appeared first on Dharitri Odia News.