ଘର ଉପରେ ଉପୁଡି ପଡ଼ିଲା ଆମ୍ବଗଛ: ମା’-ପୁଅ ଗୁରୁତର
ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଏକ ଚାଳଛପର ଘର ଉପରେ ଏକ ଆମ୍ବଗଛ ଉପୁଡି ପଡିବାରୁ ଶାନ୍ତି ଦଳବେହେରା ନାମ୍ନୀ ଜଣେ ମହିଳା ଏବଂ ତାଙ୍କ ୭ ବର୍ଷର ପୁଅ ରାମ ଆହତ ହୋଇଛନ୍ତି। ଉଭୟ ମା’, ପୁଅ ଗଛ ତଳେ ଚାପି ହୋଇ ରହିଥିବା ବେଳେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶାନ୍ତିଙ୍କ ମୁଣ୍ଡରେ […] The post ଘର ଉପରେ ଉପୁଡି ପଡ଼ିଲା ଆମ୍ବଗଛ: ମା’-ପୁଅ ଗୁରୁତର appeared first on Dharitri Odia News.
ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖେମୁଣ୍ଡିଖୋଲ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ଗ୍ରାମର ଏକ ଚାଳଛପର ଘର ଉପରେ ଏକ ଆମ୍ବଗଛ ଉପୁଡି ପଡିବାରୁ ଶାନ୍ତି ଦଳବେହେରା ନାମ୍ନୀ ଜଣେ ମହିଳା ଏବଂ ତାଙ୍କ ୭ ବର୍ଷର ପୁଅ ରାମ ଆହତ ହୋଇଛନ୍ତି।
ଉଭୟ ମା’, ପୁଅ ଗଛ ତଳେ ଚାପି ହୋଇ ରହିଥିବା ବେଳେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶାନ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଶାନ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଗତ ଦୁଇଦିନ ହେଲା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହୋଇଥିଲା। ହେଲେ ଶାନ୍ତିଙ୍କ ଘରକୁ ଲାଗି ଥିବା ଏକ ପୁରାତନ ଶୁଖିଲା ଆମ୍ବଗଛ ମୂଳ ମାଟି ବତୁରି ଦୋହଲି ଯାଇଥିଲା। ହେଲେ ସେଥିପ୍ରତି କାହାରି ନଜର ପଡି ନ ଥିଲା। ଗୁରୁବାର ସକାଳ ପ୍ରାୟ ସାଢ଼େ ୭ରେ ମା’ ପୁଅ ଘରେ ଥିବା ବେଳେ ଗଛଟି ମୂଳରୁ ଉପୁଡ଼ି ଘର ଉପରେ ପଡ଼ିଯାଇଥିଲା। ଫଳରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଗଛର ଏକ ବଡ଼ ଡାଳ ମାଡ଼ରେ ଉଭୟେ ଆହତ ହୋଇଥିଲେ। ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ସଫା କରିଛନ୍ତି। କ୍ଷତିଗ୍ରସ୍ତ ଗରିବ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
The post ଘର ଉପରେ ଉପୁଡି ପଡ଼ିଲା ଆମ୍ବଗଛ: ମା’-ପୁଅ ଗୁରୁତର appeared first on Dharitri Odia News.