ଛେଳି ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ
ପାଟଣାଗଡ଼,୧ା୨(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଛେଳି ଚୋରି ଅଭିଯୋଗରେ ଛତିଶଗଡ଼ ରାଜ୍ୟ ଭିଲାଇରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହୃତ କରିଥିବା ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଦୁର୍ଗ ଜିଲା ଆଜାଦ ଛକ ମସ୍ଜିଦ ପାଖରେ ଥିବା ରୁଆବନ୍ଧା ଥାନା ଭିଲାଇନଗରର ରାଜା ଅହମ୍ମଦ (୨୫) ଓ ବଲାଙ୍ଗୀର ଜିଲା ତୁଷୁରା ଥାନା କନ୍ଦାବାହାଲି ଗାଁର ଆଶିଷ ନନ୍ଦ (୩୩) ବୋଲି ଜଣାପଡ଼ିଛି। ସୂଚନାନୁସାରେ, ପାଟଣାଗଡ଼ […] The post ଛେଳି ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ appeared first on Dharitri Odia News.
ପାଟଣାଗଡ଼,୧ା୨(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଛେଳି ଚୋରି ଅଭିଯୋଗରେ ଛତିଶଗଡ଼ ରାଜ୍ୟ ଭିଲାଇରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହୃତ କରିଥିବା ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଦୁର୍ଗ ଜିଲା ଆଜାଦ ଛକ ମସ୍ଜିଦ ପାଖରେ ଥିବା ରୁଆବନ୍ଧା ଥାନା ଭିଲାଇନଗରର ରାଜା ଅହମ୍ମଦ (୨୫) ଓ ବଲାଙ୍ଗୀର ଜିଲା ତୁଷୁରା ଥାନା କନ୍ଦାବାହାଲି ଗାଁର ଆଶିଷ ନନ୍ଦ (୩୩) ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ପାଟଣାଗଡ଼ ଥାନା ବାଞ୍ଜୀଝାଲ ଗାଁର ଶିରି ବରିହାଙ୍କ ଘର ସମ୍ନାରେ ଗତ ଜାନୁଆରୀ ୨୮ ତାରିଖ ୭ଟି ଛେଳି ବନ୍ଧା ହୋଇଥିଲା। ସେହିଦିନ ୨ଟା ସମୟରେ ୨ ଜଣ ଅଚିହ୍ନା ଯୁବକ ସ୍କର୍ପିଓ ଗାଡ଼ିରେ ଆସି କୌଶଳକ୍ରମେ ଛେଳିମାନଙ୍କୁ ନେଇ ପଳାଇଯାଇଥିଲେ। ଯାହାକୁ ନେଇ ଶିରି ଜାନୁଆରୀ ୨୮ରେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ବଲାଙ୍ଗୀର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କେସ୍ ନଂ ୩୩ ଅଣ୍ଡରସେକ୍ସନ ୩୦୩ (୨) ବିଏନ୍ଏସ୍ରେ ମାମଲା ରୁଜୁ କରି ପାଟଣାଗଡ଼ ଏସ୍ଡିପିଓ ସଦାନନ୍ଦ ପୂଝାରୀଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରି ଛତିଶଗଡ଼ ଭିଲାଇରୁ ଦୁଇଜଣ ଅଭିଯୁକ୍ତ ଆଶିଷ ଓ ରାଜାକୁ ଗିରଫ କରିବା ସହ ବ୍ୟବହାର କରାଯାଇଥିବା ସ୍କର୍ପିଓ ଗାଡ଼ିକୁ ଜବତ କରି ପାଟଣାଗଡ଼ ଥାନାକୁ ଆଣିଥିଲା। ଥାନାରେ ସେମାନଙ୍କୁ ଅଧିକ ପଚରାଉଚରା ପରେ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସୂଚନା ଦେଇଛନ୍ତି।
The post ଛେଳି ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ appeared first on Dharitri Odia News.