ଜୋମାଟୋରେ ନିଯୁକ୍ତି ସୁଯୋଗ: ୨୦ ଲକ୍ଷ ଦେଇ ବର୍ଷେ ମାଗଣା କାମ, ଦ୍ୱିତୀୟ ବର୍ଷରେ କମ୍ପାନୀ ଦେବ ଏତେ…

ନୂଆଦିଲ୍ଲୀ,୨୧।୧୧: ଅନଲାଇନ ଖାଦ୍ୟ ବିତରଣ ଆପ ଜୋମାଟୋରେ ବଡ ନିଯୁକ୍ତି ବାହାରିଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ନିଜେ ଏହି ବିଷୟରେ ଏକ୍ସରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ସେ ନିଜ ପାଇଁ ଜଣେ ଷ୍ଟାଫ ଆବଶ୍ୟକ କରୁଛନ୍ତି। ତେବେ, ଏହି ଅଫରରେ ଏକ ସର୍ତ୍ତ ଅଛି । ସର୍ତ୍ତଟି ହେଉଛି ଯେ ଚାକିରି ପାଇବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମେ କମ୍ପାନୀକୁ ୨୦ ଲକ୍ଷ ଟଙ୍କା ଦେବାକୁ ପଡିବ ଏବଂ ବିନା ବେତନରେ ଗୋଟିଏ […] The post ଜୋମାଟୋରେ ନିଯୁକ୍ତି ସୁଯୋଗ: ୨୦ ଲକ୍ଷ ଦେଇ ବର୍ଷେ ମାଗଣା କାମ, ଦ୍ୱିତୀୟ ବର୍ଷରେ କମ୍ପାନୀ ଦେବ ଏତେ… appeared first on Dharitri Odia News.

ଜୋମାଟୋରେ ନିଯୁକ୍ତି ସୁଯୋଗ: ୨୦ ଲକ୍ଷ ଦେଇ ବର୍ଷେ ମାଗଣା କାମ, ଦ୍ୱିତୀୟ ବର୍ଷରେ କମ୍ପାନୀ ଦେବ ଏତେ…

ନୂଆଦିଲ୍ଲୀ,୨୧।୧୧: ଅନଲାଇନ ଖାଦ୍ୟ ବିତରଣ ଆପ ଜୋମାଟୋରେ ବଡ ନିଯୁକ୍ତି ବାହାରିଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ନିଜେ ଏହି ବିଷୟରେ ଏକ୍ସରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ସେ ନିଜ ପାଇଁ ଜଣେ ଷ୍ଟାଫ ଆବଶ୍ୟକ କରୁଛନ୍ତି। ତେବେ, ଏହି ଅଫରରେ ଏକ ସର୍ତ୍ତ ଅଛି । ସର୍ତ୍ତଟି ହେଉଛି ଯେ ଚାକିରି ପାଇବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମେ କମ୍ପାନୀକୁ ୨୦ ଲକ୍ଷ ଟଙ୍କା ଦେବାକୁ ପଡିବ ଏବଂ ବିନା ବେତନରେ ଗୋଟିଏ ବର୍ଷ କାମ କରିବାକୁ ପଡିବ।

ଜୋମାଟୋ ସିଇଓ ତଥା ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ ଯେ ତାଙ୍କର ଜଣେ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଏଥିପାଇଁ ଦୁଇଟି କାର୍ଡ ମଧ୍ୟ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ଏହି ଚାକିରି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଲେଖାଯାଇଛି । ଏଥିରେ ଲେଖା ହୋଇଛି ଯେ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମ ବର୍ଷ ପାଇଁ କୌଣସି ବେତନ ପାଇବେ ନାହିଁ। ଏପରିକି ତାଙ୍କୁ ନିଜେ କମ୍ପାନୀକୁ ୨୦ ଲକ୍ଷ ଟଙ୍କା ଦେବାକୁ ପଡିବ, ଯାହା ଏନଜିଓ ଫିଡିଂ ଇଣ୍ଡିଆକୁ ଦାନ କରାଯିବ। ତେବେ ଦ୍ୱିତୀୟ ବର୍ଷରୁ ୫୦ଲକ୍ଷରୁ ଅଧିକ ବେତନ ପ୍ରଦାନ କରାଯିବ।

ଏହି ଚାକିରି ଅଫର ଗୁରୁଗ୍ରାମର ଜୋମାଟୋ ମୁଖ୍ୟାଳୟ ପାଇଁ ରହିଛି। ସେହି ଲୋକମାନଙ୍କ ପାଇଁ ଯେଉଁମାନେ ଶିଖିବାକୁ ଏବଂ ଆଗକୁ ବଢିବାକୁ ଆଗ୍ରହୀ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ଲିଙ୍କଡିନରେ ଏକ ବିସ୍ତୃତ ପୋଷ୍ଟରେ ଗୋୟଲ ସ୍ପଷ୍ଟ କରିଛନ୍ତି ଯେ ଆଦର୍ଶ ପ୍ରାର୍ଥୀ ଏପରି ହେବା ଦରକାର ଯାହାର ଶିଖିବାର ଇଚ୍ଛା ଥିବ ଏଥିସହ ଅନ୍ୟମାନଙ୍କ ପ୍ରତି ସହାନୁଭୂତି ଏବଂ ସାଧାରଣ ଜ୍ଞାନ ରହିଥିବ। ସେମାନଙ୍କର ବିଶେଷ ଅଭିଜ୍ଞତା ନଥିଲେ ମଧ୍ୟ ଚଳିବ। ସେ ନିଜକୁ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ମନେ କରିବା ଉଚିତ୍‌ ନୁହେଁ ।

The post ଜୋମାଟୋରେ ନିଯୁକ୍ତି ସୁଯୋଗ: ୨୦ ଲକ୍ଷ ଦେଇ ବର୍ଷେ ମାଗଣା କାମ, ଦ୍ୱିତୀୟ ବର୍ଷରେ କମ୍ପାନୀ ଦେବ ଏତେ… appeared first on Dharitri Odia News.