ଦାଦାଙ୍କୁ ଟିକେଟ ଦେବାରେ ଅସନ୍ତୋଷ ପୁତୁରା, କଂଗ୍ରେସରୁ ଦେଲେ ଇସ୍ତଫା, ଏବେ ସ୍ୱାଧୀନ ଲଢିବେ ନିର୍ବାଚନ
ଚଣ୍ଡିଗଡ ୦୮।୦୯ : କଂଗ୍ରେସରେ କମ୍ପନ । ଆଗାମୀ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଲିଷ୍ଟ ଜାରି ହେବା ପରେ କଂଗ୍ରେସ ଉଠିଛି ବିରୋଧର ସ୍ୱର । ଶୁକ୍ରବାର ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ବହାଦୁରଗଡ ଆସନରୁ ରାଜେନ୍ଦ୍ର ସିଂହକୁ ଟିକେଟ୍ ଦେଇଥିଲା ଦଳ । ରାଜେନ୍ଦ୍ର ସିଂହ ଜୁନ୍ଙ୍କୁ ଟିକେଟ୍ ଦେବା ପରେ ପୁତୁରା ରାଜେଶ ଜୁନ୍ ଦଳ ଛାଡିବାକୁ ଘୋଷଣା କରିଛନ୍ତି । ଏହାସହ ସେହି ଆସନରୁ ସ୍ୱାଧୀନରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ନିଜ ସମର୍ଥକଙ୍କ ସହ ବୈଠକରେ ରାଜେଶ ଏହି ନିଷ୍ପତ୍ତି ନେଇଛନ୍ତି । ତାଙ୍କ ମତରେ କଂଗ୍ରେସ ହାଇକମାଣ୍ଡ ବହାଦୂରଗଡ଼ ଆସନରୁ ନିର୍ବାଚନ ଲଢିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଏବେ କଂଗ୍ରେସ ହାଇକମାଣ୍ଡ ନିଜ ପ୍ରତିଶୃତିରୁ ଓହରି ଯାଇଛନ୍ତି । ଆଉ ଆଗାମୀ ନିର୍ବାଚନରେ ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇବେ । ଡବଲ୍ ଭୋଟ ବ୍ୟବଧାନରେ ଜିତିବେ । ଏପିରିକି ଆସନ୍ତା ୧୧ ତାରିଖରେ ନାମାଙ୍କନ ଦାଖଲ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ରାଜେଶ ଜୁନ୍ ୨୦୧୪ରେ ବହାଦୂରଗଡ଼ ବିଧାନସଭା ଆସନରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିୱଲେ । କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହାପରେ ୨୦୧୯ ନିର୍ବାଚନ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିଲେ । ଶୁକ୍ରବାର କଂଗ୍ରେସ ପକ୍ଷରୁ ହରିୟାଣାରେ ଆଗାମୀ ବିଧାନସଭା ନିର୍ବାଚନ ଲାଗି ୩୨ ଜଣ ପ୍ରା
ଚଣ୍ଡିଗଡ ୦୮।୦୯ : କଂଗ୍ରେସରେ କମ୍ପନ । ଆଗାମୀ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଲିଷ୍ଟ ଜାରି ହେବା ପରେ କଂଗ୍ରେସ ଉଠିଛି ବିରୋଧର ସ୍ୱର । ଶୁକ୍ରବାର ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ବହାଦୁରଗଡ ଆସନରୁ ରାଜେନ୍ଦ୍ର ସିଂହକୁ ଟିକେଟ୍ ଦେଇଥିଲା ଦଳ । ରାଜେନ୍ଦ୍ର ସିଂହ ଜୁନ୍ଙ୍କୁ ଟିକେଟ୍ ଦେବା ପରେ ପୁତୁରା ରାଜେଶ ଜୁନ୍ ଦଳ ଛାଡିବାକୁ ଘୋଷଣା କରିଛନ୍ତି । ଏହାସହ ସେହି ଆସନରୁ ସ୍ୱାଧୀନରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି ।
ନିଜ ସମର୍ଥକଙ୍କ ସହ ବୈଠକରେ ରାଜେଶ ଏହି ନିଷ୍ପତ୍ତି ନେଇଛନ୍ତି । ତାଙ୍କ ମତରେ କଂଗ୍ରେସ ହାଇକମାଣ୍ଡ ବହାଦୂରଗଡ଼ ଆସନରୁ ନିର୍ବାଚନ ଲଢିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଏବେ କଂଗ୍ରେସ ହାଇକମାଣ୍ଡ ନିଜ ପ୍ରତିଶୃତିରୁ ଓହରି ଯାଇଛନ୍ତି । ଆଉ ଆଗାମୀ ନିର୍ବାଚନରେ ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇବେ । ଡବଲ୍ ଭୋଟ ବ୍ୟବଧାନରେ ଜିତିବେ । ଏପିରିକି ଆସନ୍ତା ୧୧ ତାରିଖରେ ନାମାଙ୍କନ ଦାଖଲ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ।
ରାଜେଶ ଜୁନ୍ ୨୦୧୪ରେ ବହାଦୂରଗଡ଼ ବିଧାନସଭା ଆସନରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିୱଲେ । କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହାପରେ ୨୦୧୯ ନିର୍ବାଚନ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିଲେ । ଶୁକ୍ରବାର କଂଗ୍ରେସ ପକ୍ଷରୁ ହରିୟାଣାରେ ଆଗାମୀ ବିଧାନସଭା ନିର୍ବାଚନ ଲାଗି ୩୨ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି । ଏଥିରେ ଭିନେଶ ଫୋଗାଟଙ୍କୁ ଜୁଲାନାଙ୍କୁ ପ୍ରାର୍ଥୀ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କୁ ହୋଡଲ ଏବଂ ବାଦଲିରୁ ବର୍ତ୍ତମାନର ବିଧାୟକ କୁଳଦୀପ ବତ୍ସଙ୍କୁ ଟିକଟ ଦେଇଛି ।