ଦୁନିଆକୁ ଲୋନ୍ ଦେଉଥିବା IMF ପାଖକୁ କେଉଁଠୁ ଆସୁଛି ଏତେ ଟଙ୍କା, ଜାଣନ୍ତୁ କେଉଁ ଦେଶ ନେଇଛି ଅଧିକ ଋଣ
ନୂଆଦିଲ୍ଲୀ: ସଂପ୍ରତି ବହୁ ଚର୍ଚ୍ଚାରେ ରହିଛି ଅନ୍ତର୍ଜାତୀୟ ମୁଦ୍ରା କୋଷ(IMF)। ଏହି ଅନ୍ତର୍ଜାତୀୟ ସଂଗଠନ ନିକଟରେ ପାକିସ୍ତାନକୁ ଏକ ବିଲିୟନ ଡଲାରର ଋଣ ଦେଇଛି। ଏବେ ଆଇଏମଏଫକୁ ଏହି ଚିନ୍ତା ଘାରିଛି ଯେ, ପାକିସ୍ତାନକୁ ଦେଇଥିବା ଅର୍ଥ ଡୁବି ନ ଯାଉ। ଏଥିପାଇଁ ଏହି ବୈଶ୍ଵିକ ସଂସ୍ଥା ବଡ଼ ନିଷ୍ପତ୍ତି ନେଇଛି। ଆଇଏମଏଫ ପାକିସ୍ତାନ ପାଇଁ ନିଜର ରିଲିଫ ଫଣ୍ଡର ପରବର୍ତ୍ତୀ କିସ୍ତି ଜାରି କରିବା ପୂର୍ବରୁ ୧୧ଟି ସର୍ତ୍ତ ଲାଗୁ କରିଛି।ତେବେ ଆସନ୍ତୁ ଜାଣିବା ଦୁନିଆକୁ ଋଣ ଦେଉଥିବା ଆଇଏମଏଫ ପାଖରେ ଏତେ ଅର୍ଥ ଆସୁଛି କେଉଁଠୁ। ଆଇଏମଏଫ ପାଖକୁ କେଉଁଠୁ ଆସୁଛି ଅର୍ଥ ଆଇଏମଏଫ(IMF) ରେ ୧୯୧ ସଦସ୍ୟ ଦେଶ ସାମିଲ।। ଏହି ସଂଗଠନର ମୁଖ୍ୟ ଏଜେଣ୍ଡା ନିଜର ସଦସ୍ୟ ଦେଶର ସର୍ବାଙ୍ଗୀନ ବିକାଶ ଓ ସମୃଦ୍ଧି ପାଇଁ ଏହି ସଂସ୍ଥା ସାହାଯ୍ୟ କରିବା।ସଂଗଠନ ନିଜର ସଦସ୍ୟ ଦେଶକୁ ଏହାର କ୍ଷମତା ମୁତାବକ ନିର୍ଦ୍ଧାରିତ ଋଣ ଦେଇଥାଏ। ଦେଶର ଆର୍ଥିକ ସ୍ଥିତି, ଜିଡିପି ଓ ବିଦେଶ କାରବାରକୁ ଦୃଷ୍ଟିରେ ରଖି ଆଇଏମଏଫ ସଦସ୍ୟ ଦେଶଠୁ ଫି ନେଇଥାଏ।ଯଦି କୌଣସି ଦେଶକୁ ଏହି ସଂଗଠନର ସଦସ୍ୟ ହେବାର ଅଛି ତେବେ ଉକ୍ତ ଦେଶକୁ ଫି ଦେବାକୁ ପଡ଼ିଥାଏ। ଆଇଏମଏଫର ସବୁଠୁ ବଡ଼ ଆୟ ହେଉଛି ଦେଉଥିବା ଋଣ ଉପରେ ମିଳୁଥିବା ସୁଧ। ଏପରିକି ଆଇଏମଏଫ ନିଜେ ମଧ୍ୟ ଋଣ ନେଇଥାଏ। ସଂଗଠନ ଆମେରିକା, ଜାପାନ, ଜର୍ମାନୀ ପରି ବିକଶି ଦେଶଠୁ ଋଣ ନେଇଥାଏ। ଏପରିକି ଅନ୍ୟ ସଦସ୍ୟ ଦେଶଠୁ ବି ଲୋ
ନୂଆଦିଲ୍ଲୀ: ସଂପ୍ରତି ବହୁ ଚର୍ଚ୍ଚାରେ ରହିଛି ଅନ୍ତର୍ଜାତୀୟ ମୁଦ୍ରା କୋଷ(IMF)। ଏହି ଅନ୍ତର୍ଜାତୀୟ ସଂଗଠନ ନିକଟରେ ପାକିସ୍ତାନକୁ ଏକ ବିଲିୟନ ଡଲାରର ଋଣ ଦେଇଛି। ଏବେ ଆଇଏମଏଫକୁ ଏହି ଚିନ୍ତା ଘାରିଛି ଯେ, ପାକିସ୍ତାନକୁ ଦେଇଥିବା ଅର୍ଥ ଡୁବି ନ ଯାଉ। ଏଥିପାଇଁ ଏହି ବୈଶ୍ଵିକ ସଂସ୍ଥା ବଡ଼ ନିଷ୍ପତ୍ତି ନେଇଛି। ଆଇଏମଏଫ ପାକିସ୍ତାନ ପାଇଁ ନିଜର ରିଲିଫ ଫଣ୍ଡର ପରବର୍ତ୍ତୀ କିସ୍ତି ଜାରି କରିବା ପୂର୍ବରୁ ୧୧ଟି ସର୍ତ୍ତ ଲାଗୁ କରିଛି।ତେବେ ଆସନ୍ତୁ ଜାଣିବା ଦୁନିଆକୁ ଋଣ ଦେଉଥିବା ଆଇଏମଏଫ ପାଖରେ ଏତେ ଅର୍ଥ ଆସୁଛି କେଉଁଠୁ।
ଆଇଏମଏଫ ପାଖକୁ କେଉଁଠୁ ଆସୁଛି ଅର୍ଥ
ଆଇଏମଏଫ(IMF) ରେ ୧୯୧ ସଦସ୍ୟ ଦେଶ ସାମିଲ।। ଏହି ସଂଗଠନର ମୁଖ୍ୟ ଏଜେଣ୍ଡା ନିଜର ସଦସ୍ୟ ଦେଶର ସର୍ବାଙ୍ଗୀନ ବିକାଶ ଓ ସମୃଦ୍ଧି ପାଇଁ ଏହି ସଂସ୍ଥା ସାହାଯ୍ୟ କରିବା।ସଂଗଠନ ନିଜର ସଦସ୍ୟ ଦେଶକୁ ଏହାର କ୍ଷମତା ମୁତାବକ ନିର୍ଦ୍ଧାରିତ ଋଣ ଦେଇଥାଏ। ଦେଶର ଆର୍ଥିକ ସ୍ଥିତି, ଜିଡିପି ଓ ବିଦେଶ କାରବାରକୁ ଦୃଷ୍ଟିରେ ରଖି ଆଇଏମଏଫ ସଦସ୍ୟ ଦେଶଠୁ ଫି ନେଇଥାଏ।
ଯଦି କୌଣସି ଦେଶକୁ ଏହି ସଂଗଠନର ସଦସ୍ୟ ହେବାର ଅଛି ତେବେ ଉକ୍ତ ଦେଶକୁ ଫି ଦେବାକୁ ପଡ଼ିଥାଏ। ଆଇଏମଏଫର ସବୁଠୁ ବଡ଼ ଆୟ ହେଉଛି ଦେଉଥିବା ଋଣ ଉପରେ ମିଳୁଥିବା ସୁଧ। ଏପରିକି ଆଇଏମଏଫ ନିଜେ ମଧ୍ୟ ଋଣ ନେଇଥାଏ। ସଂଗଠନ ଆମେରିକା, ଜାପାନ, ଜର୍ମାନୀ ପରି ବିକଶି ଦେଶଠୁ ଋଣ ନେଇଥାଏ। ଏପରିକି ଅନ୍ୟ ସଦସ୍ୟ ଦେଶଠୁ ବି ଲୋନ ନେଇ ପାରିବ ଆଇଏମଏଫ।
ଜାଣନ୍ତୁ ଆଇଏମଏଫ କୌଣସି ଦେଶକୁ କେମିତି ଋଣ ଦିଏ ?
ଯଦି କୌଣସି ଦେଶକୁ ଅର୍ଥର ଆବଶ୍ୟକତା ରହିଛି, ତେବେ ଫଣ୍ଡ ପାଇଁ ଆଇଏମଏଫକୁ ଅନୁରୋଧ କରିଥାନ୍ତି। ଏହା ପରେ ଆଇଏମଏଫର ଅଧିକାରୀ ଉକ୍ତ ଦେଶର ସରକାରଙ୍କ ସହିତ ଆର୍ଥିକ ଓ ବିତ୍ତୀୟ ସ୍ଥିତି ଉପରେ ଆଲୋଚନା କରିଥାନ୍ତି। ଏଥିସହ ଆଇଏମଏଫ ଉକ୍ତ ଦେଶ ଉପରେ କିଛି ସର୍ତ୍ତ ଲାଗୁ କରିଥାଏ। ଦେଶର ସରକାର ଆଇଏମଏଫର ନୀତି ଓ ସର୍ତ୍ତ ଉପରେ ସହମତି ହେବା ଜରୁରୀ।
ଥରୁଟିଏ ସର୍ତ୍ତ ଉପରେ ସହମତି ପ୍ରକାଶ ପାଇଲେ ଆଇଏମଏଫର କାର୍ଯ୍ୟକାରୀ ବୋର୍ଡକୁ ମେମୋରେଣ୍ଡମ ଅଫ ଅଣ୍ଡରଷ୍ଟାଣ୍ଡିଂ(MoU) ଉପସ୍ଥାପନ କରାଯାଏ। କାର୍ଯ୍ୟକାରୀ ବୋର୍ଡକୁ ସର୍ତ୍ତର ବିସ୍ତୃତ ଭାବେ ସୂଚନା ଦିଆଯାଏ। ବୋର୍ଡ ଦ୍ଵାରା ଋଣ ମଞ୍ଜୁରୀ ମିଳିବା ପରେ ଆଇଏମଏଫ ଏହାର ନିରୀକ୍ଷଣ କରିବ ଯେ, ସଦସ୍ୟ ଦେଶ ସଂସ୍ଥାର ନୀତି ଲାଗୁ କରୁଛି କି ନାହିଁ। କୌଣସି ଦେଶର ଆର୍ଥିକ ଓ ବିତ୍ତୀୟ ସ୍ଥିତିକୁ ଦେଖିବା ପରେ ଆଇଏମଏଫ ନିଷ୍ପତ୍ତି ନେଇଥାଏ ଯେ ଉକ୍ତ ଦେଶକୁ ପୁନର୍ବାର ଋଣ ଦିଆଯିବା ଉଚିତ୍ କି ନୁହେଁ।
ଆଇଏମଏଫଠୁ ଅଧିକ ଋଣ ନେଇଥିବା ଟପ୍-୧୦ ଦେଶ
୧- ଆର୍ଜେଣ୍ଟିନା
୨- ଇଜିପ୍ଟ
୩- ୟୁକ୍ରେନ
୪- ପାକିସ୍ତାନ
୫- ଇକ୍ଵେଡର
୬- କୋଲମ୍ବିାଆ
୭- ଦକ୍ଷିଣ ଆଫ୍ରିକା
୮- ମୋରୋକ୍କୋ
୯- ନାଇଜେରିଆ
୧୦- ସେନେଗଲ
ଆଇଏମଏଫକୁ ଫଣ୍ଡ ଦେଉଥିବା ଟପ୍-୧୦ ଦେଶ
୧- ଆମେରିକା
୨- ଜାପାନ
୩- ଚୀନ
୪- ଜର୍ମାନୀ
୫- ଫ୍ରାନ୍ସ
୬- ୟୁକେ
୭- ଇଟାଲୀ
୮- କାନାଡା
୯- ଭାରତ
୧୦- ରୁଷ
IMF ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ?
ବିଶ୍ୱ ବ୍ୟାଙ୍କ ନୀତି ସଂସ୍କାର କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ପାଇଁ ଋଣ ଦିଏ। କିନ୍ତୁ IMF କେବଳ ନୀତି ସଂସ୍କାର କାର୍ଯ୍ୟକ୍ରମ ପାଇଁ ଋଣ ଦେଇଥାଏ। ସବୁଠାରୁ ବଡ଼ ପାର୍ଥକ୍ୟ ହେଉଛି ଯେ ବିଶ୍ୱ ବ୍ୟାଙ୍କ କେବଳ ବିକାଶଶୀଳ ଦେଶଗୁଡ଼ିକୁ ଋଣ ଦିଏ। IMF ଗରିବ ଦେଶଗୁଡ଼ିକ ସହିତ ବିକାଶଶୀଳ ଦେଶଗୁଡ଼ିକୁ ମଧ୍ୟ ପାଣ୍ଠି ଯୋଗାଇଥାଏ।