ଧରଣୀଧର ମେଡିକାଲ କଲେଜରେ ରୋଗୀସେବା ଆରମ୍ଭ
କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଥିବା ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାରଠାରୁ ରୋଗୀ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ ଲାଇନ୍ରେ କେନ୍ଦୁଝରର ୫୦୦ ସିଟ୍ ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀସେବା ପାଇଁ ହସ୍ପିଟାଲର ଉଦ୍ଘାଟନ କରିଥିଲେ। ପୂର୍ବରୁ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜର ଉଦ୍ଘାଟନ କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ରୋଗୀ ଚିକିତ୍ସା ପାଇଁ ମେଡିକାଲ ଖୋଲାଯାଇପାରି ନ ଥିଲା। ଏଠାରେ ନିଯୁକ୍ତି […] The post ଧରଣୀଧର ମେଡିକାଲ କଲେଜରେ ରୋଗୀସେବା ଆରମ୍ଭ appeared first on Dharitri Odia News.
କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଥିବା ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାରଠାରୁ ରୋଗୀ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ ଲାଇନ୍ରେ କେନ୍ଦୁଝରର ୫୦୦ ସିଟ୍ ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀସେବା ପାଇଁ ହସ୍ପିଟାଲର ଉଦ୍ଘାଟନ କରିଥିଲେ।
ପୂର୍ବରୁ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜର ଉଦ୍ଘାଟନ କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ରୋଗୀ ଚିକିତ୍ସା ପାଇଁ ମେଡିକାଲ ଖୋଲାଯାଇପାରି ନ ଥିଲା। ଏଠାରେ ନିଯୁକ୍ତି ପାଇଥିବା ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସରମାନେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ସେଠାରେ ରୋଗୀ ସେବା କରିଆସୁଥିଲେ। ଫଳରେ ଉଭୟ ଡାକ୍ତର ରୋଗୀ ସେବାରେ ନା ନା ସମସ୍ୟା ଦେଖାଦେଉଥିଲା। ବର୍ତ୍ତମାନ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ପ୍ରାରମ୍ଭରେ ମେଡିସିନ, ଚର୍ମ, ମାନସିକ ରୋଗ, ଦନ୍ତ ଚିକିତ୍ସା ଓପିଡି ସେବା ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଅନ୍ୟ ବିଭାଗର ଓପିଡି ଖୋଲିବ ଏବଂ ଇନ୍ଡୋର ସେବା ଆରମ୍ଭ ହେବ ବୋଲି ଡିନ୍ ଚିନ୍ନୟୀ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କ ପାଇଁ କିଛି ବେଡ୍ ବ୍ୟବସ୍ଥା କରାଯାଇଛି। ଅନ୍ଲାଇନରେ ଉଦ୍ଘାଟନ ସମୟରେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ। ଏହି ଅବସରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଅନୁଷ୍ଠିତ ସଭାରେ ବିଧାୟକ ଜଗନ୍ନାଥ ନାୟକ, ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଜିଲାପାଳ ବିଶାଳ ସିଂହ ଓ କଲେଜର ଡିନ୍ ଚିନ୍ମୟୀ ମହାପାତ୍ର ମଞ୍ଚାସୀନ ଥିଲେ। ଏହି ଅବସରରେ ବିଧାୟକ ମୋହନ ମାଝୀ, ସୁପରିଣ୍ଟେଣ୍ଡେଣ୍ଟ ମହେନ୍ଦ୍ର ନାୟକ, ସିଡିଏମଓ ଡା. କିଶୋର ଚନ୍ଦ୍ର ପୃଷ୍ଟି, ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ବହୁ ବିଶିଷ୍ଟ ଲୋକ, ମେଡିକାଲ କଲେଜ ଓ ନସିଂ ଛାତ୍ରୀଛାତ୍ର, କର୍ମଚାରୀ, ସ୍ବଂୟ ସହାୟିକା ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଡିଏମ୍ଏଫ୍ ଅନୁଦାନରେ ୪୬୯.୭୦ କୋଟି ବ୍ୟୟ ଅଟକଳରେ ୨୦୨୩ରେ ନିର୍ମାଣ ଶେଷ ହୋଇ ପ୍ରଥମେ ମେଡିକାଲ ପାଠପଢ଼ା ଓ ଏବେ ଚିକିତ୍ସା ସୁବିଧା ମିଳିଛି। ତେବେ ମେଡିକାଲ କଲେଜ ଓ ହସ୍ପିଟାଲରେ କେବେ ଇନ୍ଡୋର ରୋଗୀ ସେବା, ଅତ୍ୟାଧୁନିକ ଯନ୍ତ୍ରପାତି ଲାଗି ଉଚ୍ଚ ଚିକିତ୍ସା ବ୍ୟବସ୍ଥା ହେବ ଏବଂ କଟକ ଏସସିବି ମେଡିକାଲ କଲେଜକୁ ନ ଯାଇ କେନ୍ଦୁଝର ଜିଲା ତଥା ବାହାର ଜିଲା ଓ ରାଜ୍ୟର ରୋଗୀ ଏଠାରେ ଚିକିତ୍ସା ସୁବିଧା ପାଇପାରିବେ ତାହା ଦେଖିବାକୁ ବାକି ରହିଛି। ସେହିପରି ଟ୍ରୋମା କେୟାର ସେଣ୍ଟର, କ୍ୟାନସର ହସ୍ପିଟାଲ, ଆଇସିୟୁ, ଡାଇଗ୍ନୋଷ୍ଟିକ ସେଣ୍ଟର ଆଦି ତୁରନ୍ତ ଖୋଲିବା ଏବଂ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି। ଏହି ସବୁ ତୁରନ୍ତ କାର୍ଯ୍ୟକ୍ଷମ ହେଲେ ଘରୋଇ ନର୍ସିଂହୋମ ଓ ଡାକ୍ତରଖାନା ଆଦିଙ୍କ ପ୍ରାଦୂର୍ଭାବ କମିବ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ବିମ୍ବାଧର ବେହେରା କହିଛନ୍ତି।
The post ଧରଣୀଧର ମେଡିକାଲ କଲେଜରେ ରୋଗୀସେବା ଆରମ୍ଭ appeared first on Dharitri Odia News.