ଧାନ ସହ ପନିପରିବା ଚାଷ କ୍ଷୟକ୍ଷତି ବୁଲି ଦେଖିଲେ ଉପମୁଖ୍ୟମନ୍ତ୍ରୀ, ଚାଷୀଙ୍କ ସହ କଲେ ଆଲୋଚନା
ନିଆଳି ୨୯।୧୨: ଅଦିନିଆ ଲଘୁଚାପ ବର୍ଷାରେ କଟକ ଜିଲ୍ଲା ନିଆଳି ଅଞ୍ଚକରେ ଧାନ, ପାନ ଓ ପନିପରିବା ଚାଷର ବ୍ୟାପକ କ୍ଷୟକ୍ଷତି ହୋଇଛି । କ୍ଷୟକ୍ଷତି ଆକଳନ ପାଇଁ ନିଆଳି ଜଲାରପୁର ଷୋଳ ମଙ୍ଗା ଗାଁରେ ପହଞ୍ଚିଥିଲେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ଧାନ ଚାଷ ସହିତ ପନିପରିବା ଚାଷର କ୍ଷୟକ୍ଷତି ଦେଖି ଚାଷୀଙ୍କ ସହ ଆଲୋଚନା କଲେ । ଉଜୁଡ଼ା କ୍ଷେତ ବୁଲି ଦେଖିଥିଲେ ଉପମୁଖ୍ୟମନ୍ତ୍ରୀ । ଚାଷୀମାନେ ଗଜାଧାନ ଓ ପାନ ଇତ୍ୟାଦିକୁ ମନ୍ତ୍ରୀଙ୍କୁ ଦେଖାଇଥିଲେ । କଟକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା କୃଷି ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ନିଆଳି କୃଷି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ । ତୁରନ୍ତ ଚାଷୀ ମାନଙ୍କର ଫସଲ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ ସହ ଯେଉଁ ଚାଷୀ ମାନଙ୍କର ବୀମା ହୋଇନାହିଁ ସେମାନଙ୍କର ତୁରନ୍ତ ବୀମା କରାଯିବା ପାଇଁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।You Can Read:ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପାଇଁ ଖୁସିଖବର, ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’
ନିଆଳି ୨୯।୧୨: ଅଦିନିଆ ଲଘୁଚାପ ବର୍ଷାରେ କଟକ ଜିଲ୍ଲା ନିଆଳି ଅଞ୍ଚକରେ ଧାନ, ପାନ ଓ ପନିପରିବା ଚାଷର ବ୍ୟାପକ କ୍ଷୟକ୍ଷତି ହୋଇଛି । କ୍ଷୟକ୍ଷତି ଆକଳନ ପାଇଁ ନିଆଳି ଜଲାରପୁର ଷୋଳ ମଙ୍ଗା ଗାଁରେ ପହଞ୍ଚିଥିଲେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ଧାନ ଚାଷ ସହିତ ପନିପରିବା ଚାଷର କ୍ଷୟକ୍ଷତି ଦେଖି ଚାଷୀଙ୍କ ସହ ଆଲୋଚନା କଲେ । ଉଜୁଡ଼ା କ୍ଷେତ ବୁଲି ଦେଖିଥିଲେ ଉପମୁଖ୍ୟମନ୍ତ୍ରୀ । ଚାଷୀମାନେ ଗଜାଧାନ ଓ ପାନ ଇତ୍ୟାଦିକୁ ମନ୍ତ୍ରୀଙ୍କୁ ଦେଖାଇଥିଲେ । କଟକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା କୃଷି ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ନିଆଳି କୃଷି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ । ତୁରନ୍ତ ଚାଷୀ ମାନଙ୍କର ଫସଲ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ ସହ ଯେଉଁ ଚାଷୀ ମାନଙ୍କର ବୀମା ହୋଇନାହିଁ ସେମାନଙ୍କର ତୁରନ୍ତ ବୀମା କରାଯିବା ପାଇଁ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
You Can Read:
ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପାଇଁ ଖୁସିଖବର, ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’