ନବୀନ ନିବାସରେ ପାଣ୍ଡିଆନ! ପ୍ରମାଣ ଦେଲେ ମନ୍ମଥ, ସୋସିଆଲ ମିଡିଆରେ ଫଟୋ ଭାଇରାଲ
ଭୁବନେଶ୍ୱର,୧୧।୩: ବିଜେଡି ନେତା ତଥା ସୁର ରାଉତରାୟଙ୍କ ପୁଅ ମନ୍ମଥ ନିକଟରେ ବିବାହ କରିଛନ୍ତି। ବିବାହ ପରେ ମନ୍ମଥ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ବିବାହ କର୍ମ ସାରି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ନବୀନଙ୍କୁ ଦେଖା କରି ଆଶୀର୍ବାଦ ନେବାକୁ ସେମାନେ ଯାଇଥିଲେ ବୋଲି କହିଛନ୍ତି। ତେବେ ଏହି ଅବସରରେ ତାଙ୍କ ପତ୍ନୀ ରୋଜାଲିନ କହିଛନ୍ତି, ମୁଁ କେବେ ତାଙ୍କୁ ଦେଖା କରିବି ବୋଲି ଭାବି ନଥିଲି […] The post ନବୀନ ନିବାସରେ ପାଣ୍ଡିଆନ! ପ୍ରମାଣ ଦେଲେ ମନ୍ମଥ, ସୋସିଆଲ ମିଡିଆରେ ଫଟୋ ଭାଇରାଲ appeared first on Dharitri Odia News.
ଭୁବନେଶ୍ୱର,୧୧।୩: ବିଜେଡି ନେତା ତଥା ସୁର ରାଉତରାୟଙ୍କ ପୁଅ ମନ୍ମଥ ନିକଟରେ ବିବାହ କରିଛନ୍ତି। ବିବାହ ପରେ ମନ୍ମଥ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ବିବାହ କର୍ମ ସାରି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ନବୀନଙ୍କୁ ଦେଖା କରି ଆଶୀର୍ବାଦ ନେବାକୁ ସେମାନେ ଯାଇଥିଲେ ବୋଲି କହିଛନ୍ତି। ତେବେ ଏହି ଅବସରରେ ତାଙ୍କ ପତ୍ନୀ ରୋଜାଲିନ କହିଛନ୍ତି, ମୁଁ କେବେ ତାଙ୍କୁ ଦେଖା କରିବି ବୋଲି ଭାବି ନଥିଲି । ସ୍ବାମୀଙ୍କ ପାଇଁ ଦେଖାକଲି। ସବୁବେଳେ ଟିଭିରେ ଦେଖୁଥିଲି, ଆଜି ନିଜ ଆଖିରେ ଦେଖିଲି। ଛୋଟବେଳୁ ନବୀନ ସାରଙ୍କୁ ସମ୍ମାନ କରେ। ଏହାପରେ ମନ୍ମଥ ତାଙ୍କ ପତ୍ନୀ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। କୁହାଯାଉଛି ଏହି ସାକ୍ଷାତ ନବୀନ ନିବାସରେ କରାଯାଇଛି।
The post ନବୀନ ନିବାସରେ ପାଣ୍ଡିଆନ! ପ୍ରମାଣ ଦେଲେ ମନ୍ମଥ, ସୋସିଆଲ ମିଡିଆରେ ଫଟୋ ଭାଇରାଲ appeared first on Dharitri Odia News.