ନାବାଳକ ଆତ୍ମହତ୍ୟାକୁ ନେଇ ଖୋଲୁଛି ଗୁମର
ରାଜକନିକା,୨୬ା୧୧(ସଞ୍ଜୟ କୁମାର ଦାଶ): ନାବାଳକ ମୃତ୍ୟୁର ୧୩ ଦିନ ପରେ ଗଳିତ ମୃତଦେହକୁ କଢ଼ାଯାଇ ବ୍ୟବଚ୍ଛେଦ କରାଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ତଥା ଓଳାଭର ପଞ୍ଚାୟତ ଦେଉଳସାହି ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ଗାଁର ସୁଜିତ ବେହୁରାଙ୍କ ନାବାଳକ ବଡ଼ପୁଅ କେନ୍ଦ୍ରାପଡ଼ା ଆଦର୍ଶ ବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷ ବାଣିଜ୍ୟ ବିଭାଗର ଛାତ୍ର ଥିଲେ। ଗତ ୧୨ତାରିଖରେ ନିଜ ଘରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିଲେ। ହେଲେ […] The post ନାବାଳକ ଆତ୍ମହତ୍ୟାକୁ ନେଇ ଖୋଲୁଛି ଗୁମର appeared first on Dharitri Odia News.
ରାଜକନିକା,୨୬ା୧୧(ସଞ୍ଜୟ କୁମାର ଦାଶ): ନାବାଳକ ମୃତ୍ୟୁର ୧୩ ଦିନ ପରେ ଗଳିତ ମୃତଦେହକୁ କଢ଼ାଯାଇ ବ୍ୟବଚ୍ଛେଦ କରାଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ତଥା ଓଳାଭର ପଞ୍ଚାୟତ ଦେଉଳସାହି ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା।
ଗାଁର ସୁଜିତ ବେହୁରାଙ୍କ ନାବାଳକ ବଡ଼ପୁଅ କେନ୍ଦ୍ରାପଡ଼ା ଆଦର୍ଶ ବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷ ବାଣିଜ୍ୟ ବିଭାଗର ଛାତ୍ର ଥିଲେ। ଗତ ୧୨ତାରିଖରେ ନିଜ ଘରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିଲେ। ହେଲେ ପରିବାର ଲୋକେ ଗାଁ ମୁରବୀଙ୍କ ପରାମର୍ଶରେ ମୃତଦେହକୁ ବ୍ୟବଚ୍ଛେଦ ନ କରି ପୋତି ଦେଇଥିଲେ। ପରବର୍ତ୍ତୀ ସମୟରେ ମୃତ ନାବାଳକଙ୍କ ମୋବାଇଲ୍ ଲକ୍ ଖୋଲିବାରେ ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏ ନେଇ ପରିବାର ପକ୍ଷରୁ ନାବାଳକଙ୍କ ମା’ ରାଜଶ୍ରୀ ନାୟକ ରବିବାର ରାଜକନିକା ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଆଧାର କରି ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାସ୍ଥଳରେ କନିକା ତହସିଲଦାର ଅଶୋକ କୁମାର ଦେହୁରୀ, ରାଜକନିକା ଥାନା ଅଧିକାରୀ ଦାୟିତ୍ୱରେ ଥିବା ଆଳି ଆଇଆଇସି ସବ୍ୟସାଚୀ ଶତପଥୀ, ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ବାଦଲ କୁମାର ମହାନ୍ତି, ସାଇଣ୍ଟିଫିକ୍ ଟିମ୍, ରାଜକନିକା ଥାନା ଏସ୍ଆଇ ମାନସ କୁମାର ସାହୁ, ଏସ୍ଆଇ ଚିନ୍ମୟ କୁମାର ମହାନ୍ତି ଉପସ୍ଥିତି ରହି ଗଳିତ ମୃତଦେହକୁ କଢ଼ାଯାଇ ବ୍ୟବଚ୍ଛେଦ କରାଯାଇଛି।
ପରେ ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି। ଏ ନେଇ ନାବାଳକ ମା’ ରାଜଶ୍ରୀ ପୁଅ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣି ନାବାଳିକା ପ୍ରେମିକା ସମେତ ମା’,ବାପାଙ୍କ ନାମରେ ଏତଲା ଦେଇଥିବା ଜଣାପଡିଛି।
The post ନାବାଳକ ଆତ୍ମହତ୍ୟାକୁ ନେଇ ଖୋଲୁଛି ଗୁମର appeared first on Dharitri Odia News.