ନାବାଳିକା ନାମରେ ନକଲି ଆଇଡି କରି ଅଶ୍ଳିଳ ଲେଖା ଭାଇରାଲ କରି ଯୁବକ ଗିରଫ
ଝାରସୁଗୁଡ଼ା : ବେଲପାହଡ଼ ଥାନାଞ୍ଚଳରେ ଜଣେ ୧୬ ବର୍ଷୀୟ ନାବାଳିକା ଝିଅ ନାମରେ ନକଲି ଇଷ୍ଟାଗ୍ରାମ ଆଇଡି କରି ଅଶ୍ଳିଳ ଲେଖା ପୋଷ୍ଟ ତଥା ଭାଇରାଲ କରିବା ଅଭିଯୋଗରେ ପୁଲିସ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରିଥିଲା। ସୂଚନା ଅନୁସାରେ ଅନ୍ୟ ସ୍ଥାନରୁ ଆସି ବେଲପାହାଡ଼ ଥାନା ଅଂଚଳରେ ଜଣେ ୧୬ ବର୍ଷୀୟ ନାବାଳିକା ଝିଅ ନିଜ ପରିବାର ଲୋକଙ୍କ ସହିତ ଏକ […]

ଝାରସୁଗୁଡ଼ା : ବେଲପାହଡ଼ ଥାନାଞ୍ଚଳରେ ଜଣେ ୧୬ ବର୍ଷୀୟ ନାବାଳିକା ଝିଅ ନାମରେ ନକଲି ଇଷ୍ଟାଗ୍ରାମ ଆଇଡି କରି ଅଶ୍ଳିଳ ଲେଖା ପୋଷ୍ଟ ତଥା ଭାଇରାଲ କରିବା ଅଭିଯୋଗରେ ପୁଲିସ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରିଥିଲା। ସୂଚନା ଅନୁସାରେ ଅନ୍ୟ ସ୍ଥାନରୁ ଆସି ବେଲପାହାଡ଼ ଥାନା ଅଂଚଳରେ ଜଣେ ୧୬ ବର୍ଷୀୟ ନାବାଳିକା ଝିଅ ନିଜ ପରିବାର ଲୋକଙ୍କ ସହିତ ଏକ ଭଡ଼ା ଘରେ ରହୁଛନ୍ତି। ତାଙ୍କ ବାପା କିଛି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଗତ କିଛି ଦିନ ହେବ ସେହି ନାବାଳିକାକୁ ତାଙ୍କ ଘର ପାଖରେ ରହୁଥିବା ଜଣେ ୨୦ ବର୍ଷୀୟ ଯୁବକ ତାଙ୍କୁ ମୋବାଇଲ ନମ୍ବର ମାଗିଥିଲେ। ତେବେ ନାବାଳିକା ଜଣକ ନମ୍ବର ଦେବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ଏହା ପରେ ଅଭିଯୁକ୍ତ ଯୁବକ ଇଷ୍ଟାଗ୍ରାମ ଓ ଫେସବୁକ ଆଦି ସାମାଜିକ ଗଣମାଧ୍ୟମରେ ନାବାଳିକାର ନାମ ଅନୁସନ୍ଧାନ କରି ନାବାଳିକା ନାମରେ ଥିବା ଏକ ଇଷ୍ଟାଗ୍ରାମ ଆଇଡି ପାଇଥିଲା।
ଏହା ପରେ ଅଭିଯୁକ୍ତ ଯୁବକ ନାବାଳିକା ଝିଅର ନାମରେ ଏକ ନକଲି ଇଷ୍ଟାଗ୍ରାମ ଆଇଡି ତିଆରି କରି ବିଭିନ୍ନ ପ୍ରକାର ଅଶ୍ଳିଳ ଶବ୍ଦ ବ୍ୟବହାର କରି ଷ୍ଟାଟସରେ ଲେଖା ପୋଷ୍ଟ ତଥା ଭାଇରାଲ କରିଚାଲିଥିଲା। ନାବାଳିକାର ନକଲି ଇଷ୍ଟାଗ୍ରାମ ଷ୍ଟାଟସକୁ ତାଙ୍କ ଜଣେ ଝିଅ ସାଙ୍ଗ ଏହିସବୁ ଅଶ୍ଳିଳ ପୋଷ୍ଟ ଦେଖି ନାବାଳିକାକୁ ତୁରନ୍ତ ଏଭଳି କାହିଁକି ପୋଷ୍ଟ କରୁଛୁ ବୋଲି ପଚାରିଥିଲା। ନାବାଳିକା ଜଣକ ଏଥିରେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ ତାଙ୍କ ନାମରେ ସେହି ଯୁବକ ଜଣକ ଏଭଳି ନକଲି ଆଇଡି କରିଥାଇପାରେ ବୋଲି ସନ୍ଧେହ କରିବା ସହ ସାଙ୍ଗକୁ ଦୁଃଖ ପ୍ରକାଶ କରିଥିଲା। ପରେ ନାବାଳିକା ଜଣକ ଏନେଇ ସମସ୍ତ କଥା ନିଜ ବାପା ଓ ପରିବାର ଲୋକଙ୍କୁ ଜଣାଇଥିଲେ।
ନାବାଳିକାର ବାପା ଉତ୍ୟକ୍ତ ହୋଇ ସେହି ଯୁବକକୁ ଭେଟି ଏଭଳି କାହିଁକି କରୁଛୁ ବୋଲି ପଚାରିବାରୁ ପାଲଟା ଅଭିଯୁକ୍ତ ଯୁବକ ତାଙ୍କୁ ଧମକ୍ ଚମକ୍ ଦେଇ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ ହୋଇଛି। ଶେଷରେ ନ୍ୟାୟ ପାଇଁ ନାବାଳିକାର ବାପା ବେଲପାହାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ ନମ୍ବର ୧୨୨/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ କରି ଆଜି ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର ସୂଚନା ଦେଇଛନ୍ତି।