ନାମାଙ୍କନପତ୍ର ଦାଖଲ କଲେ ଏମ୍ପି ପ୍ରାର୍ଥୀ
କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ ସେ ଜିଲାପାଳ ବିଶାଲ ସିଂହଙ୍କ ନିକଟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ବେଳେ ବିଜେଡିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, ସଦର ବିଧାୟକ ପ୍ରାର୍ଥୀ ମୀନା ମାଝି, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, ଜିଲା ବିଜେଡି ସଭାପତି କୁଶ […] The post ନାମାଙ୍କନପତ୍ର ଦାଖଲ କଲେ ଏମ୍ପି ପ୍ରାର୍ଥୀ appeared first on Dharitri Odia News.
କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ ସେ ଜିଲାପାଳ ବିଶାଲ ସିଂହଙ୍କ ନିକଟରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନ ବେଳେ ବିଜେଡିର ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, ସଦର ବିଧାୟକ ପ୍ରାର୍ଥୀ ମୀନା ମାଝି, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, ଜିଲା ବିଜେଡି ସଭାପତି କୁଶ ଆପଟ ସମେତ ଉପସ୍ଥିତ ଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ବିଜେଡି ନେତା ଓ କର୍ମୀମାନେ କାଳି ପଡ଼ିଆରୁ ବାହାରି ଜିଲାପାଳ ଙ୍କ କାର୍ଯ୍ୟାଳୟର ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ କେନ୍ଦୁଝର ସହରରେ ଭିଡ଼ ହେବାରୁ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
The post ନାମାଙ୍କନପତ୍ର ଦାଖଲ କଲେ ଏମ୍ପି ପ୍ରାର୍ଥୀ appeared first on Dharitri Odia News.