‘ପାଣ୍ଡିଆନ୍‌ଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ୍‌’

କେନ୍ଦ୍ରାପଡ଼ା,୨୭।୫: କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ର ପାଟକୁରାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିଜେଡି ଉପରେ ବର୍ଷିଛନ୍ତି। ବିଶ୍ବଶର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି, ଓଡ଼ିଶାରେ ପ୍ରାୟତଃ ଆମ ସରକାର ହୋଇସାରିଲାଣି। ଆଉ ଯାହା କିଛି ବାକି ଅଛି, ଚତୁର୍ଥ ପର୍ଯ୍ୟାୟ ପରେ ହୋଇଯିବ। ୪ ତାରିଖ ପରେ ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଇ ଦିଆଯିବ ଆମକୁ ଯୋଡି ଶଙ୍ଖ ନୁହେଁ, ଆମକୁ ଯୋଡ଼ା ପଦ୍ମ ଦରକାର। ଏତେ ଖରାପ ବୁଦ୍ଧି ପାଇଁ ପାଣ୍ଡିଆନ୍‌ଙ୍କୁ ନୋବେଲ ମିଳିବା ଉଚିତ୍‌। ଆମକୁ […] The post ‘ପାଣ୍ଡିଆନ୍‌ଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ୍‌’ appeared first on Dharitri Odia News.

‘ପାଣ୍ଡିଆନ୍‌ଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ୍‌’

କେନ୍ଦ୍ରାପଡ଼ା,୨୭।୫: କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ର ପାଟକୁରାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିଜେଡି ଉପରେ ବର୍ଷିଛନ୍ତି। ବିଶ୍ବଶର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି, ଓଡ଼ିଶାରେ ପ୍ରାୟତଃ ଆମ ସରକାର ହୋଇସାରିଲାଣି। ଆଉ ଯାହା କିଛି ବାକି ଅଛି, ଚତୁର୍ଥ ପର୍ଯ୍ୟାୟ ପରେ ହୋଇଯିବ।

୪ ତାରିଖ ପରେ ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଇ ଦିଆଯିବ ଆମକୁ ଯୋଡି ଶଙ୍ଖ ନୁହେଁ, ଆମକୁ ଯୋଡ଼ା ପଦ୍ମ ଦରକାର। ଏତେ ଖରାପ ବୁଦ୍ଧି ପାଇଁ ପାଣ୍ଡିଆନ୍‌ଙ୍କୁ ନୋବେଲ ମିଳିବା ଉଚିତ୍‌। ଆମକୁ ଏକ ନୂଆ ଓଡ଼ିଶା ନିର୍ମାଣ କରିବାର ଅଛି। ଭାଜପା ସରକାର ଆସିଲେ ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବ। ପାଣ୍ଡିଆନ୍‌ ଶାସନ ଶେଷ କରିବାର ଅଛି ।

ନବୀନ ବାବୁଙ୍କୁ ଓଡ଼ିଶା ଚାଷୀଙ୍କର କୌଣସି ଚିନ୍ତା ନାହିଁ। ଭାଜପା ସରକାର ଆସିଲେ ଧାନ ଦର ୩୧ଶହ ଟଙ୍କା ହେବ। ପ୍ରତି ମହିଳାଙ୍କୁ ୫୦ ହଜାର ମିଳିବ। ଏତେ ବର୍ଷ ସରକାରରେ ଥାଇ ମଧ୍ୟ କାହିଁକି ବିଜୁଳି ମାଗଣା କଲେନି। ନିର୍ବାଚନ ପୂର୍ବରୁ କାହିଁକି ବିଜୁଳି ବିଲ୍‌ ମାଗଣା କଲେନି। ଚାଉଳ ଦେଲେ ମୋଦି, ଖାଲି ବ୍ୟାଗ ଦେଲେ ପାଣ୍ଡିଆନ୍‌। ଯଦି ହିମ୍ମତ ଥିଲା, ଚାଉଳ ସହ ଡାଲି ମାଗଣା ଦେଇଥାନ୍ତ।

The post ‘ପାଣ୍ଡିଆନ୍‌ଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ୍‌’ appeared first on Dharitri Odia News.